ପାଇଖାନା ଯୋଗାଣରେ ଦୁର୍ନୀତି, ୨ ବିଡିଓ, ଜଣେ ଜେଇ ନିଲମ୍ବିତ

ଭୁବେନଶ୍ୱର: ପୁଣିଥରେ ତୃଣମୂଳସ୍ତରର ଅଧିକାରୀଙ୍କ ଉପରେ ବାଜିଛି ଦୁର୍ନୀତି ବିରୋଧୀ ଛାଟ। ନବୀନ ସରକାରଙ୍କ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତିକୁ ଆଧାର କରି ଗପଞ୍ଚାୟତିରାଜ ବିଭାଗ ପକ୍ଷରୁ ୨ ଜଣ ଓଏଏସ୍ ଅଧିକାରୀ ଓ ଜେଣ କନିଷ୍ଠ ଯନ୍ତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଏହି ତିନିଜଣ ଅଧିକାରୀ ସ୍ବଚ୍ଛ ଭାରତ ଯୋଜନା ଅଧୀନରେ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ପାଇଖାନା ବଣ୍ଟନରେ ଅନିୟମିତତା କରିଥିବା ଜଣାପଡ଼ିଛି । ସ୍ପଷ୍ଟ ପ୍ରମାଣ ପାଇବା ପରେ ବିଭାଗ ପକ୍ଷରୁ ସେମାନଙ୍କୁ ନିଲମ୍ବନ କରାଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରାଯାଇଛି ।

ନିଲମ୍ବିତ ହୋଇଥିବା ଦୁଇ ଓଏଏସ୍ ଅଧିକାରୀଙ୍କ ଭିତରେ ରହିଛନ୍ତି ଓଡ଼ିଶା ସରକାରଙ୍କ ଧ୍ୟାନ ଆକର୍ଷଣ କରିଥିବା ସ୍ବାଭିମାନ ଅଞ୍ଚଳ ତଥା ମାଲକାନଗିରି ଜିଲ୍ଲା ଚିତ୍ରେକାଣ୍ଡା ବ୍ଲକ୍ ଉନ୍ନୟନ ଅଧିକାରୀ ଲରିମନ ଖରେସଲ । ଅନ୍ୟ ଜେଣ ଓଏଏସ୍ ଅଧିକାରୀ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଡିଓ ଦେବନ୍ଦ୍ର ବାହାଦୁର । ପୁଣି ସମାନ ଅଭିଯୋଗରେ ଝରିଗାଁ ବ୍ଲକ୍ କନିଷ୍ଠ ଯନ୍ତ୍ରୀ ସୁନୀଲ ସାମଲଙ୍କୁ ମଧ୍ୟ ଚାକିରିରୁ ନିଲମ୍ବନ କରାଯାଇଛି ।

Leave a Reply