ନିର୍ମଳ ଯୋଜନାରେ ଟଙ୍କା ବାଟମାରଣା, ଠିକାଦାର ଓ ସୁପରଭାଇଜରଙ୍କ ନାମରେ ଅଭିଯୋଗ

ଢେଙ୍କାନାଳ: ନିର୍ମଳ ଯୋଜନା ନାଁରେ ବାଟମାରଣା ହୋଇଛି କୋଟି କୋଟି ଟଙ୍କା । ସ୍ୱଚ୍ଛତା ନାଁ ରେ ଚାଲିଛି ପ୍ରହସନ । ଲୁଟରେ ସାମିଲ ଅଛନ୍ତି ଠିକାଦାର ଆଉ ସୁପରଭାଇଜର । ସାନିଟାଇଜ ପାଇଁ ଆସୁଥିବା ସାମଗ୍ରୀ ସବୁ ବାହାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି  । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ଜିରାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ  । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ବାରମ୍ୱାର ଅଭିଯୋଗ କରାଯାଉଛି, ହେଲେ ଠିକାଦାର ଏବଂ ସୁପରଭାଇଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ସେହିଭଳି ପାଇଖାନାଠାରୁ ଆରମ୍ଭ କରି ଡାକ୍ତରଖାନା ପରିସର ସବୁଠି  କୁଢ କୁଢ ଅଳିଆ, ବ୍ୟବହୃତ ଇଂଜେକ୍ସନ, ମଦ ବୋତଲ, ଘାସ ଓ ବର୍ଜ୍ୟବସ୍ତୁ ପଡିରହିଛି । ସଫେଇ କର୍ମଚାରୀଙ୍କୁ ଏନେଇ ପଚରା ଯିବାରୁ ସେ ସିଧାସଳଖ ଭାବେ କାହା ବିରୋଧରେ ମନ୍ତବ୍ୟ ନରଖି ବୁଲେଇ ବଙ୍କେଇ କଥା କହିଛନ୍ତି । ତେବେ ଘଟଣା ଉପରେ ଡାକ୍ତର କହିଛନ୍ତି ଯେ ଏନେଇ ଉଚ୍ଚପଦାଧିକାରୀଙ୍କୁ ଜଣାଇଦିଆଯାଇଛି ।

Leave a Reply