କରୋନା ପାଇଁ ଗୋଟିଏ ନୁହେଁ ଦୁଇଟି ଡୋଜ୍‌, ଯାହାକୁ ନିହାତି ଜରୁରୀ ତାଙ୍କୁ ପ୍ରଥମେ ଦିଆଯିବ ଟିକା…

1 min read
Not Enough Coronavirus Vaccine Until 2024 Serum Institute India

ନୂଆଦିଲ୍ଲୀ: କୋଭିଡ୍-୧୯ ଟିକାର ଗୋଟିଏ ଡୋଜ୍‌ କରୋନାକୁ ମାତ୍ ଦେଇପାରିବ ନାହିଁ । ଭାରତରେ ଯେଉଁ ସବୁ ଟିକା ପରୀକ୍ଷା କରାଯାଉଛି, ସେହି ଟିକାର ଗୋଟିଏ ନୁହେଁ ବରଂ ଦୁଇ କିମ୍ବା ଦୁଇରୁ ଆଧିକ ଡୋଜ୍‌ ଜଣେ ସଂକ୍ରମିତଙ୍କୁ କରୋନା ମୁକ୍ତ କରିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ରବିବାର ଏହି ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଗୋଟିଏ ଡୋଜ୍‌ ବଦଳରେ ଦୁଇରୁ ଅଧିକ ଡୋଜ୍‌ ଦେବା ଦ୍ୱାରା ଶରୀରରେ ଆଣ୍ଟିବଡି ଭଲ ଭାବେ କାର୍ଯ୍ୟ କରିଥାଏ । ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ଯେ, ସରକାର ଭିନ୍ନ ଭିନ୍ନ ପ୍ରକାରର ଟିକା ଉପଲବ୍ଧତା ଉପରେ ବିଚାର କରୁଛନ୍ତି । ବୟସ ଅନୁଯାୟୀ ବିଭିନ୍ନ ଟିକାଗୁଡ଼ିକୁ ଅନୁମତି ଦିଆଯାଇପାରେ, କାରଣ ଗୋଟିଏ ପ୍ରକାରର ଟିକା ଏକ ନିର୍ଦ୍ଦିଷ୍ଟ ବୟସ ଶ୍ରେଣୀର ଲୋକଙ୍କ ଉପରେ ପ୍ରଭାବଶାଳୀ ହୋଇପାରେ ବୋଲି ଆଶା କରାଯାଉଛି ।

ହର୍ଷବର୍ଦ୍ଧନ କହିଛନ୍ତି ଯେ, ଭାରତ ବାୟୋଟେକ୍‌ର କୋଭାକ୍ସିନ ଏବଂ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିଶିଲ୍‌ଡକୁ ଦୁଇଟି ଡୋଜ୍‌ରେ‌ ଦିଆଯିବ । ଯେତେବେଳେ କି ଜାଇଡସ୍ କ୍ୟାଡିଲା (ZyCov-D) ପାଇଁ ତିନୋଟି ଡୋଜ୍‌ ଲାଗିବ । ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଯେତେବେଳେ କୋଭିଡ୍ ଟିକା  ଆସିବ ସେତେବେଳେ ଟିକାର ଗୋଟିଏ ଡୋଜ୍‌ ନୁହେଁ ବରଂ ଅତିକମ୍‌ରେ ଦୁଇଟି ଡୋଜ୍‌ ଆବଶ୍ୟତା ପଡ଼ିବ । ଆଉ ଏହା କୌଣସି ଆଶ୍ଚର୍ଯ୍ୟଜନକ କଥା ନୁହେଁ । କିଛି ଦିନ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ, ଭାରତରେ କୋଭାକ୍ସିନ୍‌ ଏବଂ କୋଭିଶିଲ୍‌ଡର ଅନ୍ତିମ ପରୀକ୍ଷା ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଯେତେବେଳେ କି ZyCov-Dର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି ।

Favipiravir

ଭାରତ ଅନେକ ପ୍ରକାରର କରୋନା ଟିକାକୁ ଅନୁମୋଦନ ଦେଇପାରିବ । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଗୋଟିଏ ଟିକା ଏକ ନିର୍ଦ୍ଦିଷ୍ଟ ବୟସ ଶ୍ରେଣୀର ସଂକ୍ରମିତଙ୍କ ଉପରେ ପ୍ରଭାବଶାଳୀ ହୋଇପାରେ, ଯେତବେଳେ କି ତାହା ଅନ୍ୟ ବୟସ ଶ୍ରେଣୀର ସଂକ୍ରମିତଙ୍କ ଉପରେ ସେତେଟା ପ୍ରଭାବ ପକାଇ ନପାରେ । ଏଭଳି ପରିସ୍ଥିତିରେ ବିଭିନ୍ନ ପ୍ରକାରର ଟିକା ଉପଲବ୍ଧ କରିବାକୁ ସରକାର ଯୋଜନା କରୁଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ପରିସ୍ଥିତିର ଚାହିଦା ହେଉଛି ଯେ ଅନେକ ଟିକା ପ୍ରସ୍ତୁତକାରୀ କମ୍ପାନୀ ଯଦି ମନବଳାନ୍ତି ତେବେ ଅଧିକରୁ ଅଧିକ ଟିକା ପ୍ରସ୍ତୁତ ହୋଇପାରିବ ।

କେନ୍ଦ୍ର ସରକାର ଏହା ପୂର୍ବରୁ କହିସାରିଛନ୍ତି ଯେ, ଜୁଲାଇ ୨୦୨୧ ସୁଦ୍ଧା ୨୦ ରୁ ୨୫ କୋଟି ଲୋକଙ୍କୁ ଟିକା ଦେବାକୁ ଯୋଜନା କରାଯାଇଛି । ପ୍ରାରମ୍ଭରେ ସୀମିତ ପରିମାଣର ଟିକା ଉପଲବ୍ଧ ହେବ । ତେଣୁ ଟିକା ବଣ୍ଟନରେ କିଛି କ୍ରାଇଟେରିଆ ରଖାଯାଇଛି । ସେହି କ୍ରାଇଟେରିଆକୁ ଭିତ୍ତି କରି ଟିକା ବଣ୍ଟନ କରାଯିବ । ଜଣେ ବ୍ୟକ୍ତି କେଉଁଠି କାମ କରୁଛି ଓ ସେଠାରେ କରୋନା ଆକ୍ରାନ୍ତ ହେବା ପରେ ପୁଣି ଆକ୍ରାନ୍ତ ହେବାର କେତେ ସମ୍ଭାବନା ରହିଛି, ସେହି ଦିଗ ଉପରେ ନଜର ରଖି ଟିକା ଦିଆଯିବ । ତେବେ ଯେଉଁ ମାନଙ୍କୁ ଟିକା ନିହାତି ଆବଶ୍ୟକ ସେହିମାନଙ୍କ ପାଖରେ ପ୍ରଥମେ ଟିକା ପହଞ୍ଚାଯିବା ପାଇଁ ଯୋଜନା କରାଯାଉଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ଏହାସହ ସେ ଆହୁରି କହିଛନ୍ତି ଯେ, ଜରୁରୀକାଳିନ ପରିସ୍ଥିତିରେ ମଧ୍ୟ କିଭଳି ଲୋକଙ୍କ ପାଖରେ ଟିକା ପହଞ୍ଚାଯାଇପାରିବ ସେନେଇ ସରକାର ବିଚାର କରୁଛନ୍ତି । ଖୁବ୍‌ଶୀଘ୍ର ଏନେଇ ନିଷ୍ପତ୍ତି ହେବ ।

Leave a Reply