ଲାଇଭ ଭ୍ୟାକ୍ସିନ ନେବେ ଆମେରିକାର ୩ ପୂର୍ବ ରାଷ୍ଟ୍ର ମୁଖ୍ୟ

1 min read

ୱାଶିଂଟନ: ଆଉ ନୁହେଁ । ଏବେ କୋରୋନା ଭ୍ୟାକ୍ସିନ ପହଁଚିବାର ସମୟ ଆସିଗଲାଣି । ଆସନ୍ତା କିଛିଦିନ ମଧ୍ୟରେ ବ୍ରିଟେନରେ ବୋଧେ ପହଁଚିଯିବ କୋଭିଡ ଭ୍ୟାକ୍ସିନ । UKର ସାଧାରଣ ଲୋକଙ୍କ ମଧ୍ୟରେ ବଣ୍ଟନ କରାଯିବ ଫାଇଜର କମ୍ପାନୀ ପ୍ରସ୍ତୁତ ଭ୍ୟାକ୍ସିନ । ଆଉ ଠିକ ଏହି ସମୟରେ କୋଭିଡ ଭ୍ୟାକ୍ସିନ ନେବାକୁ ଘୋଷଣା କରିଛନ୍ତି ଆମେରିକାର ୩ ପୂର୍ବତନ ରାଷ୍ଟ୍ରପତି । ତାହା ପୁଣି କ୍ୟାମେରା ସାମ୍ନାରେ ଲାଇଭ ଭ୍ୟାକ୍ସିନ ନେବାକୁ ନେଇଛନ୍ତି ନିର୍ଣ୍ଣୟ ।

ବିଶ୍ୱର ଶକ୍ତିଶାଳୀ ରାଷ୍ଠ୍ରର ତିନି ପୂର୍ବ ରାଷ୍ଟ୍ରମୁଖ୍ୟ ବାରାକ ଓବାମା, ଜର୍ଜ ଡବ୍ଲ୍ୟୁ ବୁଶ ଏବଂ ବିଲ କ୍ଲିଣ୍ଟନ ଲାଇଭ କୋଭିଡ ଭ୍ୟାକ୍ସିନ ନେବାକୁ ସ୍ଥିର କରିଛନ୍ତି । ସାରା ବିଶ୍ୱରେ କୋଭିଡ ଜନିତ କବଳରୁ ବର୍ତ୍ତିବା ପାଇଁ ଆତୁରତାର ସହ ସଞ୍ଜୀବନି ପାଇବାକୁ ଅନାଇ ବସିଛନ୍ତି । ସେପଟେ କିନ୍ତୁ ଅନେକ କମ୍ପାନୀ ସଫଳତାର ସହ ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା ଦାବି କରିଥିବାବେଳେ ଏବେ ମଧ୍ୟ ଲୋକଙ୍କ ମଧ୍ୟରେ ଭୟ ରହିଛି ।

ଠିକ ଏତିକି ବେଳେ ଲୋକଙ୍କ ମନରୁ ଭୟ ଦୂର କରି ବିଶ୍ୱାସ ଘନୀଭୂତ କରିବାକୁ ନିଷ୍ପତି ନେଇଛନ୍ତି ତିନି ପୂର୍ବତନ ରାଷ୍ଚ୍ରପତି । CNNର ଏକ ରିପୋର୍ଟ ମୁତାବକ, ବାରାକ ଓବାମା କୋଭିଡ ଭ୍ୟାକ୍ସିନ ନେଇ ଶୀର୍ଷ ସ୍ତରୀୟ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ, ଭ୍ୟାକ୍ସିନ ନେବା ସମୟରେ ଭିଡିଓ ରେର୍କଡିଙ୍ଗ ହେବା ସହ ଏହାର ସିଧାପ୍ରସାରଣ କରାଯିବ ।

Leave a Reply