ଭାରତରେ କରୋନା ଟିକା ମାଗଣାରେ ମିଳିବ ? ଟିକା ଟ୍ରାଏଲର ସଫଳ ପରେ ଜଣାପଡ଼ିବ

1 min read

ନୂଆଦିଲ୍ଲୀ: ଅତି କମରେ ୬ ଟି ରାଜ୍ୟର ସରକାର ମାଗଣାରେ କରୋନା ଟିକା ଦେବାକୁ ଘୋଷଣା କରିଛନ୍ତି । କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ସ୍ପଷ୍ଟ ହୋଇନାହିଁ । ଚାରି ଦିନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କରୋନା ଔଷଧ ସମସ୍ତ ନାଗରିକଙ୍କୁ ମାଗଣାରେ ଦିଆଯିବ ବୋଲି ଘୋଷଣା କରିଥିଲେ । ତେବେ ମଙ୍ଗଳବାର କୋଭିଡ ଟିକା ପ୍ୟାନେଲର ମୁଖ୍ୟ ଡକ୍ଟର ଭି.କେ ପାଲ କହିଛନ୍ତି ଯେ, ଏହି ନିଷ୍ପତ୍ତି କ୍ଲିନିକାଲ ପରୀକ୍ଷଣର ସଫଳତା ଉପରେ ନିର୍ଭର କରୁଛି ।

ନୀତି ଆୟୋଗର ସଦସ୍ୟ ଡ. ପାଲଙ୍କ ନେତୃତ୍ୱରେ ଏହି ପ୍ୟାନେଲ ବଣ୍ଟନ ପାଇଁ ଟିକା ବିକାଶ ଯୋଜନା ଉପରେ ତଦାରଖ କରୁଛି । ଆଗାମୀ କିଛି ସପ୍ତାହ ମଧ୍ୟରେ ପରିସ୍ଥିତି ସ୍ପଷ୍ଟ ହୋଇଯିବ କାରଣ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ରୁ ପରୀକ୍ଷା ତଥ୍ୟ ଆସିବାର ଅଛି । ସଫଳତା ହେବା ଏବଂ ଆବଶ୍ୟକ ପରିମାଣର ଟିକା ତିଆରି କରିବ ପରେ ଆମେ ଆର୍ଥିକ ବିଷୟରେ ଆଲୋଚନା କରିପାରିବା । ଆଗାମୀ ତିନି ସପ୍ତାହ ମଧ୍ୟରେ ଏନେଇ ସବୁ ସମାଧାନ ହୋଇଯିବ  ।

ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ସରକାର ଶିଶୁ ଏବଂ ଗର୍ଭବତୀ ମହିଳାମାନଙ୍କୁ ମାଗଣାରେ ଟିକା ପ୍ରଦାନ କରୁଛନ୍ତି । କିନ୍ତୁ କରୋନା ମହାମାରୀର ସମୟରେ ଟିକା ଉପରେ ଆନ୍ତର୍ଜାତୀୟ ଆର୍ଥିକ ଚୁକ୍ତିନାମା ସହିତ ଟୀକାକରଣ ପାଇଁ କେନ୍ଦ୍ରକୁ ଯେଉଁ ମୂଲ୍ୟ ଦେବାକୁ ପଡିବ ତାହା ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ ।

ବିହାର ବିଧାନସଭା ନିର୍ବାଚନର ମନିଫେଷ୍ଟରେ ବିଜେପି ମାଗଣା ଟିକା ଦେବାକୁ ପ୍ରତିଶୃତି ଦେଇଛି । ଏହା ପରେ ମଧ୍ୟପ୍ରଦେଶ, ଆସାମ, ତାମିଲନାଡୁ, ପୁଡୁଚେରୀ ସମେତ କେତେକ ରାଜ୍ୟ ମଧ୍ୟ କରୋନା ଟିକା ମାଗଣାରେ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବିବୃତ୍ତି ଆଲୋଚନାକୁ ଆହୁରି ତୀବ୍ର କରିଛି । ଯେ ବୋଧହୁଏ କେନ୍ଦ୍ର ସରକାର ଏକ ମାଗଣା କରୋନା ଟିକା ଘୋଷଣା କରିବା ଉଚିତ । ଏହି କାରଣରୁ, ଯେତେବେଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ କୋଭିଡ ପ୍ୟାନେଲ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ, ସେତେବେଳେ ଟିକା ମୂଲ୍ୟ ଉପରେ ମୁଖ୍ୟ ପ୍ରଶ୍ନ ଥିଲା ।

ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେଙ୍କା ଟିକା ‘କୋଭିଶିଲ୍ଡ’ ପର୍ଯ୍ୟାୟ ୩ ପରୀକ୍ଷା ଚାଲିଛି । ଏହା ବ୍ୟତୀତ ଭାରତ ବାୟୋଟେକ୍ ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ମିଳିତ ଭାବେ କୋଭାକ୍ସିନ୍ ଗଠନ କରିଛନ୍ତି ଯାହା ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରେ ଅଛି ।

Leave a Reply