ଆଜି ଲଞ୍ଚ ହେବ ସ୍ୱଦେଶୀ ଯାଞ୍ଚ କିଟ୍ ‘ଫେଲୁଦା’, ୪୦ ମିନିଟରେ ଦେବ ଟେଷ୍ଟର ସଠିକ ରେଜଲ୍ଟ

1 min read

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଅଞ୍ଚଳରେ କରୋନା ଭାଇରସ ସଂକ୍ରମଣ ପୁଣି ଥରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଦିଲ୍ଲୀ ଏହାର ବଡ଼ ଉଦାହରଣ ଅଟେ । ଦିଲ୍ଲୀରେ ବିଗତ କିଣି ଦିନ  ହେବ ସଂକ୍ରମଣର ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ଲୋକଙ୍କର ଅଧିକ ସଂଖ୍ୟାରେ କରୋନା ଟେଷ୍ଟ କରିବାର ଯୋଜନା ମଧ୍ୟ କରାଯାଉଛି । ଇତିମଧ୍ୟରେ ଆପୋଲୋ ଗ୍ରୁପ ଅଫ ହସ୍ପିଟାଲ୍ସ ସହ ଟାଟା ଗ୍ରୁପ ମିଶି ଗୁରୁବାର ଦିଲ୍ଲୀରେ ସ୍ୱଦେଶୀ ଯାଞ୍ଚ କିଟ୍ ‘ଫେଲୁଦା’ (Feluda Test Kit)  ଲଞ୍ଚ କରିବାକୁ ଯାଉଛି । ଯେଉଁଥିରେ ମାତ୍ର ୪୦ ମିନିଟ ମଧ୍ୟରେ ଟେଷ୍ଟର ରେଜଲ୍ଟ ଆସିଯିବା କୁହାଯାଇଛି ।

ଫେଲୁଦା ଟେଷ୍ଟ କିଟ୍ ର କୌଶଳ ଜିନ୍ ଏଡିଟିଂର କୌଶଳ CRISPR ଉପରେ ଆଧାରିତ । ଚଳିତ ମାସ ପ୍ରାରମ୍ଭରେ TataMD ଘେ,ଣା କରିଥିଲେ ଯେ, ଏହି ପେପର ଷ୍ଟ୍ରିପ ଯାଞ୍ଚ କିଟ୍ ର ମାର୍କେଟିଂ ‘TataMD’s CHECK’ ରୂପରେ କରାଯିବ ।

ବର୍ତ୍ତମାନ ସମୟରେ ହେଉଥିବା ଆରଟି-ପିସିଆର ଯାଞ୍ଚରୁ ଶସ୍ତା ରହିବ ଫେଲୁଦା ଯାଞ୍ଚ । ଏଥିରେ ମଧ୍ୟ ଯାଞ୍ଚର ଫଳାଫଳ ସଠିକ ବାହାରିବ । ଏହା ଆଶା କରାଯାଉଛି ଯେ, ଫେଲୁଦା ଜରିଆରେ ଦିଲ୍ଲୀ ବା ଦେଶରେ କରୋନା ଯାଞ୍ଚର ସଂଖ୍ୟା ବଢ଼ାଇବାରେ ସାହାଯ୍ୟ ମିଳିବ । କାରଣ ଏହି ଯାଞଅଚରେ ବ୍ୟବହାର କରାଯାଉଥିବା ଥର୍ମୋସାଇକଲର ମସିନ ଖୁବ ଶସ୍ତା ଅଟେ ଏବଂ ଏହା ଏହି କିଟ ସମସ୍ତ ବଡ଼ ବଡ଼ ଲ୍ୟାବରେ ବ୍ୟବହାର କରାଯାଉଛି ।

ନୂତନ ପରୀକ୍ଷଣ କିଟ୍ ଫେଲୁଦା ୯୬% ଉଚ୍ଚ ସମ୍ବେଦନଶୀଳତା ଏବଂ ୯୮% ନିର୍ଦ୍ଦିଷ୍ଟତା ବୋଲି ଦାବି କରାଯାଇଛି  । ଏହାର ଅର୍ଥ ହେଉଛି ଏହା ସଠିକ୍ ଭାବରେ କରୋନା ପଜିଟିଭ୍ ଏବଂ ନେଗେଟିଭ୍ ଆକଳନ କରେ ଏବଂ ସଠିକ୍ ଫଳାଫଳ ଦେଇଥାଏ । ସେପ୍ଟେମ୍ବରମାସରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଥିଲା । ଇନଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଏବଂ ଇଣ୍ଟିଗ୍ରେଟିଭ୍ ବାୟୋଲୋଜିର ଏକ ଅନୁସନ୍ଧାନକାରୀ ଦଳ ବଙ୍ଗୀୟ କାଳ୍ପନିକ ଗୁପ୍ତଚରଙ୍କ ନାଆ ଉପରେ ଏହି ଟେଷ୍ଟ ଫେଲୁଦା ନାମିତ କରିଛନ୍ତି ।

ରୋଗୀଙ୍କ ନାକରୁ ନମୁନା ନାବ ପରେ ଏଥିରୁ RNA ବାହାର କରାଯାଇ ଥର୍ମୋସାଇକଲର ବ୍ୟବହାର କରି ବୃଦ୍ଧି କରାଯାଇଥାଏ | ଏହାପରେ ଏକ ପେପର ଷ୍ଟ୍ରିପ ଜରିଆରେ ନମୁନା ପରିକ୍ଷଣ କରାଯିବ । ଏହି କାଗଜ ଷ୍ଟ୍ରିପ୍ ଏକ ବାରକୋଡ୍ ଧାରଣ କରେ । ଏଥିରେ CAS 9 ପ୍ରୋଟିନ୍ ଥାଏ । ଏହା ପରେ ଏହାକୁ ଚିହ୍ନିବା ପାଇଁ SARS COV2 ଜୀବାଣୁର ଜେନେଟିକ ପଦାର୍ଥକୁ ବିଶ୍ଳେଷଣ କରାଯାଏ । ଏହି କିଟ୍ ଏକ ଗର୍ଭଧାରଣ କିଟ୍ ପରି ।

Leave a Reply