କରୋନାକୁ ନେଇ ଜାପାନୀ ବିଶେଷଜ୍ଞଙ୍କ ନୂଆ ତଥ୍ୟ: ଚର୍ମରେ ୯ ଘଣ୍ଟା ଯାଏଁ ସକ୍ରିୟ ରହୁଛି କରୋନା

ନୂଆଦିଲ୍ଲୀ: କରୋନାକୁ ନେଇ ଜାପାନୀ ବିଶେଷଜ୍ଞମାନେ ଏକ ଚମକେଇଲା ଭଳି ତଥ୍ୟର ଖୁଲାସା କରିଛନ୍ତି  । କୋଭିଡ ଭାଇରସ ମଣିଷ ଚର୍ମରେ ୯ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିପାରେ  । ଏହାର ମୁକାବିଲା ପାଇଁ ବାରମ୍ବାର ହାତ ଧୋଇବା ଏକ ମାତ୍ର ଅସ୍ତ୍ର । ଚର୍ମରେ ଅଧିକ ସମୟ କରୋନା ରହିଲେ ମଣିଷ ସୁସ୍ଥ ରହିବ ନାହିଁ । ଏଥିସହ କରୋନା ବ୍ୟାପିବାର ଆଶଙ୍କା ଅଧିକ ବଢିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି  । ଜଣେ କରୋନା ରୋଗୀଙ୍କ ମୃତ୍ୟୁର ୨୪ ଘଣ୍ଟା ପରେ ତାଙ୍କ ଚର୍ମକୁ ପରୀକ୍ଷା କରାଯିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି  ।

Coronavirus Survives On Skin For 9 Hours, Longer Than Flu Pathogen: Study

 ଏପଟେ ଭାରତକୁ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଜୋରଦାର ଝଟ୍‌କା ଲାଗିଛି  । କରୋନା ଔଷଧକୁ ନେଇ ବିଶ୍ୱ ବାଣିଜ୍ୟ ସଂଗଠନରେ ରଖାଯାଇଥିବା ପ୍ରସ୍ତାବକୁ ବିରୋଧ କରାଯାଇଛି  । ଆମେରିକା, ୟୁରୋପୀୟ ରାଷ୍ଟ୍ର, ଇଂଲଣ୍ଡ, ସ୍ୱିଜରଲ୍ୟାଣ୍ଡ, ବ୍ରାଜିଲ ଭାରତର ପ୍ରସ୍ତାବ ଉପରେ ଆପତ୍ତି ଜଣାଇଛନ୍ତି । ଯେଉଁ ଦେଶ କରୋନା ଔଷଧ ବାହାର କରିବ ତାର ଟେକ୍ନୋଲୋଜି ସହ ଆବଶ୍ୟକ ତଥ୍ୟ ଅନ୍ୟ ଦେଶକୁ ମଧ୍ୟ ଦେବ ବୋଲି ଭାରତ ଏକ ପ୍ରସ୍ତାବ ଦେଇଥିଲା । ଏହି ପ୍ରସଙ୍ଗରେ ଭାରତକୁ ଦକ୍ଷିଣ ଆଫ୍ରିକା, ଚୀନ, ପାକିସ୍ତାନ, ଥାଇଲାଣ୍ଡ, ଇଣ୍ଡୋନେସିଆ ଭଳି ଦେଶ ସମର୍ଥନ କରିଛନ୍ତି  । କିନ୍ତୁ ଏହାକୁ ଗୁରୁତର ସହ ନେଇନାହାନ୍ତି ବଡବଡ ରାଷ୍ଟ୍ର  । ନିଜ ନିଜ ମଧ୍ୟରେ ସହଯୋଗ କଲେ ସାରା ବିଶ୍ୱରେ କରୋନା ମୁକାବିଲା ସହଜ ହେବ ବୋଲି ଭାରତ କହିଥିଲା ।

‘କରୋନା’ କମିଟିର ଦାବି: ଫେବ୍ରୁଆରୀ ବେଳକୁ ଫେରିଯିବ କରୋନା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଭାରତର ପ୍ରସ୍ତାବକୁ ସ୍ୱାଗତ କରିଛି  । ସେପଟେ ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଏବେ ଖାଦ୍ୟ ପ୍ୟାକେଟରେ ମଧ୍ୟ ମିଳିଲାଣି । ଚୀନର ପ୍ୟାକେଟ ଖାଦ୍ୟରେ କରୋନା ଭାଇରସ ଥିବା ଏକ ପରୀକ୍ଷାରୁ ଜଣାପଡ଼ିଛି । ଆମିଷ ପ୍ୟାକେଟରେ ହିଁ ଭାଇରସ ଥିବା ଜଣାପଡିଛି  ।

Leave a Reply