Coronavirus: ଏଣିକି ଟାବଲେଟ୍ ପରି ମିଳିପାରେ କରୋନା ଭ୍ୟାକସିନ୍, ଅନୁସନ୍ଧାନକାରୀମାନେ ଆରମ୍ଭ କଲେ ରିସର୍ଚ୍ଚ

1 min read

ନୂଆଦିଲ୍ଲୀ: ଭାକସିନ ନାଁରେ ଇଞ୍ଜେକସନ ନେବାକୁ ଡରୁଥିବା ଲୋକଙ୍କ ପାଇଁ ଆସିଛି ଖୁସି ଖବର । ବିଶ୍ୱବାସୀଙ୍କୁ ଖୁବ ଶୀଘ୍ର କରୋନା ଭାଇରସ ଭ୍ୟାକସିନ ଇଞ୍ଜେକସନ ବଦଳରେ ବଟିକା ଉପଲବ୍ଧ କରାଯିବ । ଅକ୍ସଫୋର୍ଡ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏହାକୁ ନେଇ ରିସର୍ଚ୍ଚ ଆରମ୍ଭ କରିଛନ୍ତି ।

 

ବ୍ରିଟିଶ ଖବରକାଗଜ ‘ଡେଲି ମେଲ’ର ସୂଚନା ଅନୁଯାୟୀ, ଅକ୍ସଫୋର୍ଡ ଏଷ୍ଟୋଜେନେକା ଭ୍ୟାକସିନର ପ୍ରମୁଖ ଡେବଲପର ସାରା ଗିଲବର୍ଟ ନିଜ ଟିମ ସହ ଇଞ୍ଜେକସନ ଫ୍ରି ଭାକସିନ ଉପରେ କାମ କରିବା ଆରମ୍ଭ କରିଦେଇଛନ୍ତି । ବୈଜ୍ଞାନିକଙ୍କ ଟିମ୍ କରୋନା ଭାଇରସ ପାଇଁ ଏମିତି ଏକ ଭ୍ୟାକସିନର ସନ୍ଧାନ କରୁଛନ୍ତି ଯାହା ଶିଶୁମାନଙ୍କୁ ଫ୍ଲୁ ହେଲେ ଦିଆଯାଉଥିବା ନୋଜାଲ ସ୍ପ୍ରେ ଅଥବା ପୋଲିଓ ଭ୍ୟାକସିନେସନରେ ଦିଆଯାଉଥିବା ଟାବଲେଟ ପରି ହୋଇଥିବ ।

ପ୍ରୋଫେସର ଗିଲବର୍ଟଙ୍କ ସୂଚନା ଅନୁଯାୟୀ ବାବଲେଟ ବା ନୋଜାଲ ସ୍ପ୍ରେ ଫୁସଫୁସ, ତଣ୍ଟି ଏବଂ ନାକର ଇମ୍ୟୁନ ସେଲ୍ସରେ ଭଲ ଭାବରେ କାମ କରିଥାଏ । ଇଞ୍ଜେକସନ ନେବାକୁ ଭୟ କରୁଥିବା ଲୋକଙ୍କ ପାଇଁ ଏହା ନିଶ୍ଚୟ ଏକ ଖୁସି ଖବର । ଏହି ପ୍ରକ୍ରିୟା ଆରମ୍ଭ ହେବା ପରେ ବିଶ୍ୱରେ ଟିକାକରଣ ଅଭିଯାନ ତ୍ୱରାନିତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ଏହାବ୍ୟତୀତ ଭାକସିନକୁ ସଠିକ ତାପମାତ୍ରାରେ ଷ୍ଟୋର କରି ରଖିବାର ସମସ୍ୟା ମଧ୍ୟ ଦୂରହେବ ।

ପ୍ରୋଫେସର ଗିଲବର୍ଟ House of common science and technology committee କୁ କହିଛନ୍ତି ଯେ, ଏପରି ଅନେକ ଫ୍ଲୁ ଭାକସିନ ରହିଛି ଯାହା ନୋଜାଲ ସ୍ପ୍ରେ ମାଧ୍ୟମରେ ଦିଆଯାଇଥାଏ ଏବଂ ସେହି ପ୍ରକ୍ରିୟାରେ କରୋନା ଭାଇରସର ଭ୍ୟାକସିନ ପ୍ରସ୍ତୁତ କରିବା ଏକ ଉତ୍ତମ ପ୍ରୟାସ ଅଟେ । ସେହପରି ଓରାଲ ଭାକସିନେସନ ଉପରେ ମଧ୍ୟ ବିଚାର କରାଯାଉଥିବା ବିଲବର୍ଟ କହିଛନ୍ତି । ଯେଉଁ ଲୋକାମାନଙ୍କୁ ଇଞ୍ଜେକସନ ନେବାରେ ସମସ୍ୟା ହେଉଛି ସେମାନେ ସହଜରେ ବଟିକା ମାଧ୍ୟମରେ ଭ୍ୟାକସିନ ନେଇପାରିବେ ବୋଲି ଗିଲବର୍ଟ କହିଛନ୍ତି ।

କରୋନା ଭାଇରସର ନୋଜାଲ ସ୍ପ୍ରେ ଏବଂ ଟାବଲେଟ ପ୍ରସ୍ତୁତ କରିବା ପାଇଁ ଆହୁର ସମୟ ଲାଗିବ ବୋଲି ଗିଲବର୍ଟ କହିଛନ୍ତି । କାରଣ ପ୍ରଥମେ ଏହାର ସୁରକ୍ଷା ଏବଂ ଏଫିକେସୀ ଟେଷ୍ଟ କରାଯିବ । ସେ ଆଉ ମଧ୍ୟ କହିଛନ୍ତି ଯେ, ଇଞ୍ଜେକସନ ତୁଳନାରେ ଟାବଲେଟ ଭ୍ୟକସିନରୁ ମିଳୁଥିବା ଇମ୍ୟୁନ ରେସପୋନ୍ସ ଟିକେ ଭିନ୍ନ ରହିବ କିନ୍ତୁ ଏହାର ଲାଭ ଅଧିକ ରହିବ । ସେଥିପାଇଁ ଭବିଷ୍ୟତରେ ଭାକସିନ ଦେବାର ଭିନ୍ନ ଭିନ୍ନ ମାଧ୍ୟମ ଉପରେ ବିଚାର କରାଯାଉଛି ।

ବିଗତ ମାସରେ ବ୍ରିଟିଶର ଏକ ବାୟୋଟେକ କମ୍ପାନୀ ଦ୍ୱାରା ପରିଚାଳିତ ଟ୍ରଏଲରେ ଏକ ମାଙ୍କଡ଼କୁ ଦିଆଯାଇଥିବା କରୋନା ଭାଇରସର ଓରାଲ ଭ୍ୟାକସିନ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିଲା । କାଲିଫୋର୍ଣ୍ଣିଆର କମ୍ପାନୀ ଇମ୍ୟୁନିଟିବାୟୋ, ବ୍ରିଟେନରେ ଏହାର ଟେଷ୍ଟ ପାଇଁ ରେଗୁଲେଟୋରୀ ମଞ୍ଜୁରୀ ମାଗିଛି । ତେବେ ଆମେରିକାବାସୀଙ୍କ ଉପରେ ଜାନୁଆରୀ ମାସରୁ ଟାବଲେଟର କ୍ଲିନିକାଲ ଟ୍ରାୟଲ ଆରମ୍ଭ ହୋଇସାରିଛି । ଅନ୍ୟପଟେ ବ୍ରିଟେନରେ ଲୋକଙ୍କ ଉପରେ ନୋଜାଲ ସ୍ପ୍ରେର ଟାୟଲ ଜାରି ରହିଛି । ଆନିମଲ ଷ୍ଟଡୀରେ ସକାରାତ୍ମକ ସୁରକ୍ଷା ଡାଟା ମିଳିବା ପରେ ୟୁକେ ମେଡିସିନ୍ସ ରେଗୁଲେଟୋରୀ ଏଜେନ୍ସି ଟ୍ରାଏଲକୁ ସବୁଜ ସଙ୍କେତ ଦେଇଛି ।

Leave a Reply