କରୋନା ଭୟରେ ଲଣ୍ଡା ହେଲେ ପୋଲିସ କର୍ମଚାରୀ ! .. ଜାଣନ୍ତୁ କେଉଁଠି

1 min read

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବରେ କରୋନା ଭାଇରସ ଜନିତ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।  କରୋନାର ମୁକାବିଲା ପାଇଁ ଲକ୍ ଡାଉନ ଠାରୁ ଆହୁରି ଅନେକ ପଦକ୍ଷେପ ନିଆଗଲାଣି । ତଥାପି କରୋନା ସଂକ୍ରମିତଙ୍କ ସଂଖ୍ୟା କମୁ ନାହିଁ ।  ଏଇ ଭିତରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀର ନିଜମୁଦ୍ଦିନ ପୋଲିସ ଷ୍ଟେସନର କିଛି ଅଧିକାରୀ କରୋନା ଭୟରେ ଲଣ୍ଡା ହୋଇଛନ୍ତି । କାରଣ ହେଉଛି କରୋନା କେଶ ଜରିଆରେ ଅଧିକ ବ୍ୟାପେ ବୋଲି କୁହାଯାଉଛି ।

ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଅବସ୍ଥିତ ତବଲିଗୀ ଜାମାତ ମରକଜର ମୁଖ୍ୟାଳୟ ଏବେ କରୋନା ଏପିକ୍ ସେଣ୍ଟର । ଦେଶର ମୋଟ କରୋନା ରୋଗୀଙ୍କ ମଧ୍ୟରୁ ୩୫ ପ୍ରତିଶତଙ୍କର ମରକଜ ସହ ସମ୍ପର୍କ ରହିଛି । ମରକଜ ଉପରେ ପୋଲିସ ନଜର ରହିଛି । ମରକଜ୍ କାର୍ଯ୍ୟାଳୟ ନିଜାମୁଦ୍ଦିନ ଥାନା ଅଧିନରେ ଆସୁଛି । ତେଣୁ ସେଠାକୁ ଏହି ଥାନା କର୍ମଚାରୀଙ୍କ ଯିବା ଆସିବା ଲାଗି ରହୁଛି । ଏମିତିରେ ପୋଲିସ କର୍ମଚାରୀ ନିଜ ସୁରକ୍ଷାକୁ ଦୃଷ୍ଟିରେ ରଖି ଲଣ୍ଡା ହୋଇଛନ୍ତି ।

ନିଜାମୁଦ୍ଦିନ ପୋଲିସ ଷ୍ଟେସନରେ ପୋଷ୍ଟ କରାଯାଇଥିବା ପ୍ରାୟ ୧୦ ରୁ ୧୨ ଜଣ ପୋଲିସ ଏପରି କରିଛନ୍ତି, ଏହା କରିବାର ମୁଖ୍ୟ କାରଣ ହେଉଛି କରୋନା ଭୟ। କିନ୍ତୁ ପୋଲିସ କର୍ମଚାରୀ ମାନେ କରୋନା ଭୟରେ ଏମିତି କରିଛନ୍ତି ବୋଲି ସ୍ପଷ୍ଟ କରିନାହାନ୍ତି। ତେବେ ଏହା ମଧ୍ୟ କୁହାଯାଉଛି ଯେ କରୋନା ସଂକ୍ରମଣ କେଶ ମାଧ୍ୟମରେ ଶୀଘ୍ର ବିସ୍ତାର ହୋଇପାରେ, ଏହାକୁ ଦୃଷ୍ଟିରେ ରଖି ପୋଲିସ କର୍ମଚାରୀମାନେ ସତର୍କତା ଅବଲମ୍ବନ କରିଛନ୍ତି।

କରୋନା ଭାଇରସ ପ୍ରସଙ୍ଗରେ  ବିଶେଷଜ୍ଞମାନେ କହିଛନ୍ତି ଯେ ଛିଙ୍କିବା ଏବଂ ହାତ ଛୁଇଁବା ଦ୍ୱାରା ଏହି ଭାଇରସର ବିସ୍ତାର ହୋଇଥାଏ  । କେଶରେ ଭାଇରସ ଅଧିକ ସମୟ ସକ୍ରିୟ ରହିପାରେ ବୋଲି ବିଶେଷଜ୍ଞଙ୍କ ମତ ।

ଦିଲ୍ଲୀରେ ତବଲିଗୀ ଜାମାତର ମରକଜରେ ପ୍ରାୟ ୨୦୦୦ ଲୋକ ଯୋଗ ଦେଇଥିଲେ । ଏହି ସଭାରେ ଯୋଗ ଦେଇଥିବା ଅନେକ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ । ବିଭିନ୍ନ ରାଜ୍ୟରୁ ଯାଇଥିବା ଧର୍ମ ପ୍ରଚାରକ ନିଜ ସହ ନିଜ ରାଜ୍ୟକୁ କରୋନା ଭୂତାଣୁ ନେଇଥିଲେ । ଯାହା ତାମିଲନାଡୁ ଓ ଓଡିଶାରେ ସଂକ୍ରଣ ଘଟଣାରୁ ଜଣା ପଡୁଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ତିନି-ଚାରି ଦିନ ମଧ୍ୟରେ ଦେଶରେ ହଠାତ୍ କରୋନା ସଂକ୍ରମଣ  ବୃଦ୍ଧି ପାଇଛି । ଏହା ପଛର କାରଣ ହେଉଛି ଜମାତରେ  ବହୁ ସଂଖ୍ୟାରେ ଲୋକ ଏକାଠି ହେବା ।  ସୋମବାର ସକାଳ ସୁଦ୍ଧା ଭାରତରେ କରୋନା ସଂକ୍ରମଣ ମାମଲା ୩୫୦୦ ରୁ ଅଧିକରେ ପହଞ୍ଚିଛି।

Leave a Reply