Coronavirus : କରୋନାକୁ ରୋକିବାର ନୂଆ ଉପାୟ,ଆସିବ ଟୁ ଇନ୍ ୱାନ୍ -ଟିକା ଓ ଚିକିତ୍ସା !

1 min read
corona virus

ନ୍ୟୁୟର୍କ:  ଗୋଟିଏ ପଟେ ଯେତେବେଳେ ବୈଜ୍ଞାନିକ ମାନେ କରୋନା ଟିକା ବିକଶିତ କରିବା ପାଇଁ ସମୟ ବିରୋଧରେ ଯୁଦ୍ଧ ଲଢୁଛନ୍ତି ଅନ୍ୟପକ୍ଷରେ କରୋନାର ନୂଆ ଜେନେରେସନ୍ ଚିକିତ୍ସା ଖୋଜା ଯାଇଥିବା ଦାବି ହେଉଛି । ଏହା ଲୋକଙ୍କୁ ସଂକ୍ରମଣରୁ ବଂଚାଇବା ସହ ସେମାନଙ୍କ ଜୀବନ ମଧ୍ୟ ରକ୍ଷା କରିବ । ଯଦି ମାନବ ପରୀକ୍ଷଣ ସଫଳ ରୁହେ ତେବେ ଆସନ୍ତା ବର୍ଷ ଆରମ୍ଭରେ ବଜାରକୁ ଏହି ଟିକା ଯୁକ୍ତ ଔଷଧ ବଜାରକୁ ଆସିଯିବ । ଏହାର ବ୍ୟବହାର ଦ୍ୱାରା ଲୋକ ବିନା ସୋସିଆଲ ଡିଷ୍ଟାନ୍ସିଂର ବାହାର ବୁଲି ପାରିବେ ।

ଏମିତି ହେବେ ‘ଚିକିତ୍ସା’

ଏହି  Sars-Block ଥେରାପିକୁ ଆମେରିକାରେ ବିକଶିତ କରାଯାଉଛି । ଏଥିରେ ବ୍ରିଟିଶ ନିବେଶକ ଅର୍ଥ ଲଗାଇଛନ୍ତି । ଏହାକୁ କରୋନା ଭାଇରସ ଆଧାରିତ ସିନ୍ଥେଟିକ୍ ପ୍ରୋଟିନ୍ ସିକ୍ୱେନ୍ସ ଦ୍ୱାରା ତିଆରି କରାଯାଇଛି । ଏହା ଏକ କର୍କ ଭଳି କାମ କରିଥାଏ । ଏହା ଭାଇରସକୁ ଶରିରର ଭାଇରସ ରିସେପ୍ଟର ସେଲ୍ସ (ACE-2)ରେ ପ୍ରବେଶ କରିବାରୁ କେବଳ ରୋକିନଥାଏ,ଏହା ମଧ୍ୟ ତାକୁ ଚିହ୍ନି ଶରିରର ଇମ୍ୟୁନ୍ ସିଷ୍ଟମକୁ ଭାଇରସ ସହ ଲଢିବା ପାଇଁ ପ୍ରସ୍ତୁତ କରିଥାଏ ।

୯୫-୧୦୦ ପ୍ରତିଶତ ସକ୍ଷମ

କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ଏହା ଉପରେ ଅଧ୍ୟୟନ କରୁଛନ୍ତି । ଏହା ଫଳାଫଳ ଶୁକ୍ରବାର ଦିନ୍ ପ୍ରିପ୍ରିଣ୍ଟ୍ ଜର୍ଣ୍ଣାଲ ବାୟୋଆର୍କାଇଭରେ ପ୍ରକାଶିତ ହୋଇଥିଲା । ଏହା ୯୫ରୁ ୧୦୦ ପ୍ରତିଶତ ଭାଇରସକୁ ଶରିରରେ ପ୍ରବେଶରୁ ଅଟକାଇଥାଏ ବୋଲି କୁହାଯାଉଛି । ଏହାସହ ଏଭଳି ଭ୍ୟାକ୍ସିନର ଆବଶ୍ୟକତା ମଧ୍ୟ ରହିବ ନାହିଁ ଯାହାକୁ ବାରମ୍ବାର ନେବାକୁ ପଡିବ ଓ ଯାହା କେବଳ କୋଭିଡ୍-୧୯ର ଗମ୍ଭୀରତକୁ  ଶେଷ କରିଥାଏ ।

ଋଷ  ଭ୍ୟାକ୍ସିନ ପ୍ରସ୍ତୁତ

ବିଶ୍ୱର ପ୍ରଥମ କରୋନା ଭ୍ୟାକ୍ସିନ୍ ଋଷରେ ଅଗଷ୍ଟ ୧୨ ତାରିଖ ଦିନ ଲଂଚ୍ ହେବ । ଋଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି । କିନ୍ତୁ ଦୁନିଆର ଅନେକ ବିଶେଷଜ୍ଞ ଋଷ ଭ୍ୟାକ୍ସିନକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଋଷ ଭ୍ୟାକ୍ସିନ୍ ନେଇ କୌଣସି ଡାଟା ସଂଗଠନକୁ ଦେଇ ନାହିଁ ।

Leave a Reply