ନୂଆ ରୂପରେ ଭୟଙ୍କର ହେଉଛି କରୋନା ଭୂତାଣୁ, ଯାହା ଲୋକଙ୍କୁ ଶୀଘ୍ର କରୁଛି ସଂକ୍ରମିତ

1 min read

ନୂଆଦିଲ୍ଲୀ: କରୋନା ପାଇଁ ଏବେ ସାରା ବିଶ୍ୱ ଥର ହର ହେଉଛି । କରୋନାକୁ ନେଇ ଭୟ ଏବ ସମସ୍ତଙ୍କ ମନରେ । କରୋନା ସଂକ୍ରମଣ ପୁରା ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ତେବେ କରୋନାକୁ ନେଇ ଆଉ ଏକ ବଡ଼ ତଥ୍ୟ ମିଳିଛି । ଅନୁସନ୍ଧାନ କାରୀମାନଙ୍କର ଏକ ଆନ୍ତର୍ଜାତୀୟ ଦଳ କରୋନା ଭୂତାଣୁ ବିଷୟରେ ନୂଆ ସୂଚନା ଗ୍ରହଣ କରିଛନ୍ତି । ବିଶ୍ୱ ସ୍ତରୀୟ ଅଧ୍ୟୟନରୁ ଜଣାପଡ଼ିଛି ଯେ କରୋନା ଭୂତାଣୁର ନୂଆ ରୂପ ଲୋକଙ୍କୁ ଶୀଘ୍ର ସଂକ୍ରମିତ କରିବାର କ୍ଷମତା ହାସଲ କରିଛି ।

ଅଧିକାଂଶ ଲୋକ ବର୍ତ୍ତମାନ ଏହି କରୋନାରେ ସଂକ୍ରମିତ ହେଉଛନ୍ତି । ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଅନୁସନ୍ଧାନ କାରୀମାନେ କହିଛନ୍ତି ଯେ ଏହି ନୂଆ ରୂପ ୟୁରୋପରୁ ଆମେରିକାରେ ଆସି ପହଞ୍ଚିଛି । କରୋନା ନୂଆ ରୂପରେ ସଂକ୍ରମଣ ପାଇଁ ଅଧିକ କ୍ଷମତା ଥିବା ସମ୍ଭାବନା ରହିଛି । ଅବଶ୍ୟ, କରୋନାର ନୂଆ ରୂପ ପୂର୍ବାପେକ୍ଷା ଲୋକଙ୍କୁ ଅଧିକ ଅସୁସ୍ଥ କରୁନାହିଁ ।

ବର୍ତ୍ତମାନ ଅନୁସନ୍ଧାନକାରୀ ମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ଟିକା ସହିତ କରୋନା ନୂଆ ରୂପକୁ ନିୟନ୍ତ୍ରଣ କରାଯାଇପାରିବ କି ? ବର୍ତ୍ତମାନ ପର୍ଯ୍ୟନ୍ତ, ଏହି ଟିକା କରୋନା ଜୀବାଣୁର ପୁରୁଣା ସଂସ୍କରଣ ଆଧାରରେ ପ୍ରସ୍ତୁତ କରାଯାଇଛି । ଅନୁସନ୍ଧାନକାରୀ ମାନେ ନୂଆ ପରିବର୍ତ୍ତନକୁ G614 ଭାବରେ ନାମିତ କରିଛନ୍ତି । ଏହି ଅଧ୍ୟୟନ ‘ସେଲ୍’ ନାମକ ଏକ ପତ୍ରିକାରେ ପ୍ରକାଶିତ ହୋଇଛି ।

ଅଧ୍ୟୟନ ସମୟରେ ଏହା ଜଣାପଡିଛି ଯେ ନୂଆ ଲୋକ ସଂକ୍ରମିତ ହେବା ଦ୍ୱାରା କେବଳ ଭୂତାଣୁ ବରିବର୍ତ୍ତନ ହୁଏ । ବ୍ରିଟେନର ଡ୍ୟୁକ୍ ୟୁନିଭରସିଟିର ଡେଭିଡ ମଣ୍ଟିଫିଓରି କହିଛନ୍ତି ଯେ ଆମେ ଅନୁସନ୍ଧାନରେ ପାଇଲୁ ଯେ G614 ପୁରୁଣା D614 ତୁଳନାରେ ୩ ରୁ ୯ ଗୁଣ ଅଧିକ ସଂକ୍ରାମକ ଅଟେ ।

ଲସ୍ ଆଲମୋସ୍ ନ୍ୟାସନାଲ୍ ଲ୍ୟାବର ବାୟୋଲୋଜିଷ୍ଟ୍ ବେଟେ କର୍ବର୍ କହିଛନ୍ତି ଯେ ବିଶ୍ୱ ସ୍ତରୀୟ ତଥ୍ୟ ଦର୍ଶାଉଛି ଯେ G614 ନାମକ କରୋନା ଜୀବାଣୁ ପୁରୁଣା D614 ଅପେକ୍ଷା ଶୀଘ୍ର ବିସ୍ତାର କରୁଛି । ବୈଜ୍ଞାନିକମାନେ କହିଛନ୍ତି ଯେ ମାର୍ଚ୍ଚ ୧ ପୂର୍ବରୁ G614 ୟୁରୋପ ବାହାରେ ଦେଖାଯାଇ ନଥିଲା, କିନ୍ତୁ ବର୍ତ୍ତମାନ ଏହା ସମଗ୍ର ବିଶ୍ୱରେ ବ୍ୟାପିଛି ।

Leave a Reply