ରୂପ ବଦଳାଉଛି କି କରୋନା ! ବେକାର ଯିବ ଭ୍ୟାକ୍ସିନ୍ ?

1 min read
Coronavirus mutating genetic changes vaccine

ନୂଆଦିଲ୍ଲୀ: ଦୁନିଆ ଏବେ କରୋନା ଭାଇରସର ଭ୍ୟାକ୍ସିନ୍ ପ୍ରସ୍ତୁତିରେ ଲାଗିଛି । ତେବେ, କରୋନା ରୂପ ବଦଳାଉଥିବାରୁ ବୈଜ୍ଞାନିକମାନଙ୍କ ଚିନ୍ତା ବଢ଼ି ଯାଇଛି । ଏବେ ବୈଜ୍ଞାନିକମାନେ SARS-CoV-2 କେଉଁ ପ୍ରକାର ଜେନେଟିକ୍ ପରିବର୍ତ୍ତନ କରୁଛନ୍ତି ତାହା ଖୋଜିବାରେ ଲାଗି ପଡ଼ିଛନ୍ତି । ଏହାକୁ ନେଇ ଆସିଛି ଏକ ଭଳ ଖବର ।

ଏକ ରିପୋର୍ଟ ମୁତାବକ, କରୋନା ଭାଇରସ୍ ବାରମ୍ବାର ସ୍ୱରୂପ ବଦଳାଉଛି । କିନ୍ତୁ, ବର୍ତ୍ତମାନ ଯାଏଁ ମିଳିଥିବା ସୂଚନା ଅନୁଯାୟୀ କରୋନା ସ୍ୱରୂପ ବଦଳାଉଥିଲେ ମଧ୍ୟ ପରିମାଣ ସେତେ ଅଧିକ ନୁହେଁ । ଯେଉଁଥିପାଇଁ ଭ୍ୟାକ୍ସିନ୍ ବେକାର ହେବ ନାହିଁ । ସ୍ୱିଜରଲାଣ୍ଡ ବସେଲ ୟୁନିଭରସିଟିର ସଂକ୍ରାମକ ରୋଗ ଅଧିକାରୀ ଏମ୍ସା ହାଣ୍ଡକ୍ରାଫ୍ଟଙ୍କ ମତରେ କରୋନା ଭାଇରସରେ ହେଉଥିବା ମ୍ୟୁଟେସନ୍ସ, ଗତିକୁ ନେଇ ଡରିବାର କିଛି ନାହିଁ ।

ଜନ୍ସ ହାପକିନ୍ସ ଅପ୍ଲାଇଡ୍ ଫିଜିକ୍ସ ଲ୍ୟାବର ବରିଷ୍ଠ ବୈଜ୍ଞାନିକ ପିଟର ଥିଲେନ କହିଛନ୍ତି- ଆଜି ପର୍ଯ୍ୟନ୍ତ କରୋନା ଭାଇରସରେ ବହୁତ କମ୍ ମ୍ୟୁଟେସନ୍ସ ମିଳିଛି । ଯେଉଁଥିରେ ସମ୍ଭବତଃ ଭାଇରସ୍ କାର୍ଯ୍ୟ ଉପରେ କୌଣସି ପ୍ରଭାବ ପଡ଼ୁନାହିଁ । କରୋନା ଭାଇରସର ୪୭ ହଜାର ଜେନୋମେସ୍ ଇଣ୍ଟରନ୍ୟାସନାଲ ଡାଟାବେସରେ ଷ୍ଟୋର କରାଯାଇଛି । ଜେନୋମସରୁ ଜଣାପଡ଼ିଥାଏ କି ଭାଇରସ୍ ମଧ୍ୟରେ କେଉଁ ପ୍ରକାର ପରିବର୍ତ୍ତନ ହେଉଛି ।

ବୈଜ୍ଞାନିକ ପିଟର ଥିଲେନଙ୍କ ମୁତାବକ, ଦୁନିଆର କୌଣସି ବୈଜ୍ଞାନିକ ଇଣ୍ଟରନ୍ୟାସନାଲ ଡାଟାବେସରେ  ନୂଆ ଜେନୋମେସ ଡାଟା ଦିଅନ୍ତି । ତାକୁ ଷ୍ଟଡି କରାଯାଏ । ଏବେ ହେଉଥିବା ସଂକ୍ରମଣ ଚୀନରେ ହୋଇଥିବା ପ୍ରଥମ ସଂକ୍ରମଣ ଭଳି । ଜାନୁଆରୀରେ ଡେଭଲପ୍ କରାଯାଇଥିବା ଭ୍ୟାକ୍ସିନ୍ ଭଳି ଏବେ ବି ଉକ୍ତ ପ୍ରକାର ଭ୍ୟାକ୍ସିନ୍ ପ୍ରସ୍ତୁତ କରିବାକୁ ଚେଷ୍ଟା କରାଯାଉଛି ।

ଏମ୍ସା ହାଣ୍ଡକ୍ରାଫ୍ଟଙ୍କ ଅନୁସାରେ ଏବେ ଆମକୁ କୌଣସି ଭ୍ୟାକ୍ସିନ୍ ମିଳିପାରେ । କିନ୍ତୁ ବଡ଼ ପ୍ରଶ୍ନ ହେଉଛି କଣ ଭ୍ୟାକ୍ସିନ୍ ଗୋଟିଏ ଥର ତିଆରି କରିବାକୁ ପଡ଼ିବ ନା କିଛି ବର୍ଷ ପରେ ପୁଣି ଭ୍ୟାକ୍ସିନକୁ ଅପଡେଟ୍ କରିବା ଦରାକର ପଡ଼ିବ । ଏହି ପ୍ରଶ୍ନର ଉତ୍ତର ଏବେ ଅନିଶ୍ଚିତତା ମଧ୍ୟରେ ବୋଲି ସେ କହିଛନ୍ତି । କାରଣ SARS-CoV-2 ଏବେ ନୂଆ ଭାଇରସ୍ । ସମୟ ବିତିବା ସହ ତା ସ୍ୱରୂପ ଅଧିକ ଜଣାପଡ଼ିବ ।

Leave a Reply