ଘରେ ଠିକ୍ ହେଉଛନ୍ତି ୮୦ ପ୍ରତିଶତ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ପ୍ରାୟ ୧୦ ପ୍ରତିଶତରୁ କମ ଓ ଆରୋଗ୍ୟ ହାର ୭୫ ପ୍ରତିଶତରେ ପହଞ୍ଚିଛି । କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୨୦ ପ୍ରତିଶତଙ୍କୁ ଚିକିତ୍ସା ସେବା ଜରୁରୀ । ଏଥିପାଇଁ ଦିଲ୍ଲୀରେ କୋଭିଡ୍ ହସ୍ପିଟାଲରେ ଏବେ ୫ ହଜାରରୁ କମ୍ ଆକ୍ରାନ୍ତ ଅଛନ୍ତି । ଘରୋଇ ହସ୍ପିଟାଲରେ ୧୦୦ରୁ ୨୦୦ ବେଡ୍ ଖାଲି ଅଛି । ଦିଲ୍ଲୀରେ ମୋଟ ୧୫ ହଜାର ବେଡରୁ ୧୦ ହଜାରରୁ ଅଧିକ ବେଡ୍ ଖାଲି ରହିଛି ।

ଜୁଲାଇରେ ସଂକ୍ରମଣ ବୃଦ୍ଧି ପାଇବା ନେଇ ପୂର୍ବରୁ ଅନୁମାନ କରାଯାଇଥିଲା । ତେବେ, ଅନୁମାନ ଠାରୁ ବର୍ତ୍ତମାନ ଦିଲ୍ଲୀର ସ୍ଥିତି ଭଲ ଅଛି । ସଂକ୍ରମଣ ଯୋଗୁଁ ମେଡିକାଲରେ ଭର୍ତ୍ତି ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଯାହାକି ଦିଲ୍ଲୀ ପାଇଁ ଆଶ୍ୱସ୍ତିର ବିଷୟ । ପୂର୍ବରୁ ଦିଲ୍ଲୀର ହସ୍ପିଟାଲ ଗୁଡ଼ିକରେ ବେଡ୍ ଅଭାବ ଦେଖା ଦେଇଥିଲା । ବେଡ୍ ଖଣ୍ଡିଏ ପାଇଁ ହସ୍ପିଟାଲରୁ ହସ୍ପିଟାଲ ଘୁରି ବୁଲିଥିଲେ ରୋଗୀ ।

ବୁଧବାରର ରିପୋର୍ଟ ଅନୁସାରେ ଦିଲ୍ଲୀର କୋଭିଡ୍ ହସ୍ପିଟାଲରେ ଏବେ ୫ ହଜାରରୁ କମ୍ ଆକ୍ରାନ୍ତ ଅଛନ୍ତି । ଯେଉଁମାନେ କି ଚିକିତ୍ସା ପାଇଁ ଅଲଗା ଅଲଗା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଜୁନ୍ ୧ରେ ଦିଲ୍ଲୀର ହସ୍ପିଟାଲରେ ୨୭୪୮ ଜଣ ଆକ୍ରାନ୍ତ ଥିବାବେଳେ ଜୁନ୍ ୧୦ରେ ସଂଖ୍ୟା ୪ ହଜାର ୮୮୮ରେ ପହଞ୍ଚିଥିଲା । ଏହାପରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଦିଲ୍ଲୀ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା ।

ଗୁରୁବାର ଦ୍ୱିପ୍ରହର ଯାଏଁ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି । ଏବେ ୪ ହଜାର ୭୫୮ ଜଣ ଆକ୍ରାନ୍ତ ବେଡରେ ଚିକିତ୍ସିତ ହେଉଥିବା ବେଳେ ୧୦ ହଜାର ୩୧୬ ବେଡ୍ ଖାଲି ପଡ଼ିଛି । ଦିଲ୍ଲୀରେ ଏବେ ୨୩ ହଜାର ୪୫୩ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଅର୍ଥାତ୍ ଆକ୍ଟିଭ୍ କେସର ମାତ୍ର ୨୦.୭୧ ପ୍ରତିଶତ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ୮୦ ପ୍ରତିଶତ ଆକ୍ରାନ୍ତଙ୍କ ପାଖରେ କୌଣସି ଲକ୍ଷଣ ନାହିଁ ତେଣୁ ସେମାନଙ୍କ ଚିକିତ୍ସା ଜରୁରୀ ନୁହେଁ ।

ଡ୍ରପ୍ ହୋଇପାରେ କରୋନା ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ !

Leave a Reply