ଅନିୟନ୍ତ୍ରିତ ସଂକ୍ରମଣ: କରୋନାକୁ ନେଇ WHO ଦେଲା ଏମିତି ତଥ୍ୟ,ଯାହା ଭୟାନକ

1 min read

ନୂଆଦିଲ୍ଲୀ: ପୂରା ବିଶ୍ୱରେ କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ସଂଖ୍ୟା ୨୦ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିପାରେ । WHO କହିଛି ଯେ ଗୋଟିଏ ସଫଳ ଟିକା ମିଳିବା ଏବଂ ତାହା ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିବାକୁ ସମୟ ଲାଗିବ । ସେ ପର୍ଯ୍ୟନ୍ତ ପ୍ରାୟ ୨୦ଲକ୍ଷ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି ।

WHO କହିଛି ଯେ, ଆମେ ବର୍ତ୍ତମାନ ଏ ମାହାମାରୀ କବଳରୁ କୌଣସି ପ୍ରକାରେ ବାହାରି ପାରିବା ନାହିଁ  । ସେ ଏହା ମଧ୍ୟ କହିଛନ୍ତି ଯେ, ନୂଆ ମାମଲାକୁ ନେଇ ଯୁବମାନଙ୍କୁ ଦୋଷ ଦେବା ଉଚିତ୍ ନୁହେଁ । ଏହାସହ ସେ ଆସା କରିଛନ୍ତି ଏଭଳି ପରିସ୍ଥିତିକୁ ନେଇ ଆମେ ପରସ୍ପରକୁ ଦୋଷ ଦେଇପାରିବା ନାହିଁ । ଏବଂ ବିଶେଷଜ୍ଞ ଏନେଇ କହିଛନ୍ତି ଯେ, ଘରମାନଙ୍କରେ ହେଉଥିବା ଉତ୍ସବ ମଧ୍ୟ କରୋନା ସଂକ୍ରମଣ ବ୍ୟାପିବାରେ ସହାୟକ ହେଉଛି ।

କରୋନା ଭାଇରସ୍ କାରଣରୁ ଆମେରିକାରେ ୨ଲକ୍ଷ ୮ହଜାରରୁ ଅଧିକ , ଭାରତରେ ୯୩ ହଜାରରୁ ଅଧିକ ବ୍ରାଜିଲରେ ୪୦ହଜାରରୁ ଅଧିକ ଏବଂ ଋଷରୁ ୨୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ସବୁଠୁ ଅଧିକ ସଂକ୍ରମିତ ଦେଶ ଭାବରେ ଆଗରରେ ରହିଛି ଆମେରିକା  । ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୭୨ଲକ୍ଷ ପାର୍ କରିଛି ଏବଂ ଭାରତ ୨ୟ ସ୍ଥାନରେ ରହିଛି  ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ୨୦ଲକ୍ଷ ମୃତ୍ୟୁ କେବଳ ଆକଳନା ନୁହେଁ କାରଣ ଏମିତି ହେବାର ଆଶଙ୍କା ସବୁଠୁ ଅଧିକ ରହିଛି । କରୋନା ଭାଇରସ୍ ସାମ୍ନାକୁ ଆସିବାର ୯ମାସ ପରେ ସମୁଦାୟ ୯ଲକ୍ଷ ୯ଶହ ୩୦ ଲୋକଙ୍କ ମୃତ୍ୟୁ ହୋଇସାରିଛି ।

 

Leave a Reply