ଦେଶରେ ୨ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ:  ସମୟ ଯେତେ ବଢି ବଢି ଯାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ସେତେ ବଢୁଛି । କରେନା ମୁକାବିଲା ପାଇଁ ସବୁ ପ୍ରକାର ପ୍ରୟାସ କରାଗଲେ ମଧ୍ୟ କାବୁରେ ଆସୁନି କରୋନା । ବିଶ୍ୱରେ ସବୁଠୁ ଅଧିକ ସଂକ୍ରମିତ ଆମେରିକାରେ ଚିହ୍ନଟ ହୋଉଛନ୍ତି । ସେହିଭଳି ଭାରତରେ ମଧ୍ୟ କରୋନା ମାମଲା ବଢିଛି । ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ଟପିଛି ।

ଗତ ୨୪ ଘଣ୍ଟାରେ ୮୯୦୯ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୨୧୭ଜଣ ପ୍ରାଣ ହରାଇଛନ୍ତି। ଦେଶରେ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୭ହଜାର ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୫ହଜାର ୮ଶହ ପାର ହୋଇଛି ।

ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ହୋଇଛନ୍ତି । ଆକ୍ରାନ୍ତ ସଂଖ୍ୟା ୭୨ହଜାର ଟପିଥିବା ବେଳେ ୨୪ଶହରୁ ଅଧିକ ଜୀବନ ନେଇଛି ଭାଇରସ । ସେହିପରି ତାମିଲନାଡୁରେ ବି କରୋନା ସ୍ଥିତି ଅଣାୟତ ରହିଛି। ସଂକ୍ରମିତ ସଂଖ୍ୟା ୨୪ହଜାର ଟପିଥିବା ବେଳେ ୨ଶହ ପ୍ରାଣ ହରାଇଛନ୍ତି । ଦିଲ୍ଲୀ ଓ ଗୁଜରାଟରେ ବି ବଢୁଛି କରୋନା କାୟା । ଦିଲ୍ଲୀରେ ୨୨ହଜାରରୁ ଅଧିକ ଓ ଗୁଜରାଟରେ ୧୭ହଜାର ପାର ହୋଇଛି ଆକ୍ରାନ୍ତ ସଂଖ୍ୟା ।

Leave a Reply