କରୋନା କାଳରେ WHO ଜାରିକଲା ଖାଦ୍ୟ ଗାଇଡଲାଇନ୍,ଜାଣନ୍ତୁ କଣ କରିବା ସ୍ୱାସ୍ଥ୍ୟପାଇଁ ହାନିକାରକ

1 min read

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ କେତେଗୁଡ଼ିଏ ଗାଇଡଲାଇନ ଜାରି କରାଯାଇଛି । ସଫେଇ ଏବଂ ସୁରକ୍ଷାକୁ ନେଇ ବହୁ ପ୍ରକାର ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଉଛି । ଏହି କ୍ରମରେ WHOତରଫରୁ ଖାଦ୍ୟକୁ ନେଇ କିଛି ଟିପ୍ସ ଦିଆଯାଇଛି ।  ଏହାସହ କାହିଁକି ଏହା ଜରୁରୀ ସେନେଇ ମଧ୍ୟ ସୂଚନା ଦିଆଯାଇଛି । ଆସନ୍ତୁ ଜାଣିବା ଖାଦ୍ୟକୁ ସୁରକ୍ଷିତ ରଖିବା ପାଇଁ କେଉଁ ୫ଟି ଜିନିଷ ଉପରେ ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ ।

ସଫେଇ କାର୍ଯ୍ୟର ବିଶେଷ ଧ୍ୟାନ ଦିଅନ୍ତୁ

ଖାଦ୍ୟ ରାନ୍ଧିବା କିମ୍ବା କୌଣସି ବି ଖାଦ୍ୟ ସାମଗ୍ରୀକୁ ଛୁଇଁବା ପୂର୍ବରୁ ହାତକୁ ଭଲ ଭାବରେ ଧୋଇ ନିଅନ୍ତୁ । ଶୌଚ ପରେ ହାତକୁ ଭଲ ଭାବରେ ଧୋଇ ନିଅନ୍ତୁ । ଏବଂ ଖାଇବା ତିଆରି କରାଯାଉଥିବା ପାତ୍ରକୁ ଭଲ ଭାବରେ ଧୋଇ ନିଅନ୍ତୁ କିମ୍ବା ତାହାକୁ ସାନିଟାଇଜ୍ କରିନିଅନ୍ତୁ । ଏହା ସହ ରୋଷେଇ ଘରକୁ ଭିନ୍ନ ଭିନ୍ନ କୀଟ ପତଙ୍ଗ କିମ୍ବା ପଶୁମାନଙ୍କଠାରୁ ଦୂରେଇ ରଖନ୍ତୁ ।

କାହିଁକି ଜରୁରୀ ?

ଅଧିକାଂଶ ଜୀବାଣୁ ରୋଗର କାରଣ ହୋଇ ନଥାନ୍ତି କିନ୍ତୁ ଅପରିଷ୍କାର ସ୍ଥାନ, ପାଣି ଏବଂ ପଶୁମାନଙ୍କଠାରେ ଭୟଙ୍କର ସୁକ୍ଷ୍ମଜୀବ ବ୍ୟାପକ ରୂପରେ ଥାନ୍ତି । ଏହି ଜୀବାଣୁ ବାସନ ମାଜିବା, ପୋଛିବା ଏବଂ ରୋଷେଇରେ ବ୍ୟବହାର ହେଉଥିବା କପଡ଼ା ଦ୍ୱାରା ସହଜରେ  ଆମ ହାତକୁ ଆସିଯାଏ ଏବଂ ହାତ ଦ୍ୱାରା ଏହା ଖାଦ୍ୟରେ ପହଞ୍ଚିଯାଏ । ଏହାଦ୍ୱାରା ବହୁ ପ୍ରକାର ଖାଦ୍ୟ ଜନିତ ରୋଗ ହୋଇପାରେ ।

କଞ୍ଚା ଏବଂ ରନ୍ଧା ଖାଦ୍ୟ ଅଲଗା ଅଲଗା ରଖନ୍ତୁ

କଞ୍ଚା ମାଂସ, ଚିକେନ କିମ୍ବା ସାମୁଦ୍ରିକ ଖାଦ୍ୟକୁ ଅନ୍ୟ ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରଖନ୍ତୁ । କଞ୍ଚା ଖାଦ୍ୟ ପାଇଁ ବାସନ ଏବଂ ସାମଗ୍ରୀ ଗୁଡ଼ିକୁ ଅଲଗା ରଖନ୍ତୁ । କଞ୍ଚା ଖାଦ୍ୟରେ ବ୍ୟବହାର କରାଯାଉଥିବା କଟିଂ ବୋର୍ଡ ଏବଂ ଛୁରୀର ବ୍ୟବହାର ଅନ୍ୟ ଖାଦ୍ୟ ରାନ୍ଧିବାରେ କରନ୍ତୁ ନାହିଁ । କଞ୍ଚା ଏବଂ ରନ୍ଧା ଖାଦ୍ୟ ମଧ୍ୟରେ ଦୂରତା ବନେଇ ରଖିବା ପାଇଁ ଏହାକୁ କୌଣସି ନିବୁଜ ବାସନରେ ରଖନ୍ତୁ ।

କଣ ପାଇଁ ଜରୁରୀ ?

କଞ୍ଚା ଖାଦ୍ୟ ବିଶେଷ ଭାବେ ମାଂସ, ସି ଫୁଡ୍, ଏବଂ ଏହାର ଜୁସରେ ଭୟଙ୍କର ଜୀବାଣୁ ରହିଥାଏ । ତେଣୁ ରାନ୍ଧିବା ସମୟରେ ଏହା ଗୋଟିଏ ଖାଦ୍ୟରୁ ଅନ୍ୟ ଖାଦ୍ୟକୁ ଯାଇପାରେ । ତେଣୁ ଏହାକୁ ଅଲଗା ଅଲଗା ରଖିବା ଜରୁରୀ ।

ଖାଦ୍ୟ ଭଲରେ ରାନ୍ଧନ୍ତୁ

ଖାଦ୍ୟକୁ ଭଲରେ ରାନ୍ଧନ୍ତୁ ବିଶେଷ କରି ମାଛ, ମାଂସ, ଏବଂ ସି ଫୁଡକୁ ଭଲଭାବରେ ରାନ୍ଧି ନିଅନ୍ତୁ । ଏହାକୁ ୭୦ଡିଗ୍ରୀ ସେଲସିୟସରେ ଧିରେ ଧିରେ ଫୁଟାଇ ଭଲରେ ରାନ୍ଧନ୍ତୁ । ଏହାର ସୁପ୍ କରିବା ସମୟରେ ଦେଖି ନିଅନ୍ତୁ ଯେ, ଯେମିତି ସୁପର ରଙ୍ଗ ଗୋଲାପି ନ ଦେଖାଯାଏ । ରାନ୍ଧିବା ପରେ ପୁରା ସଫା ଦେଖାଯିବା ଦରକାର । ଏବଂ ରନ୍ଧା ଯାଇଥିବା ଖାଦ୍ୟକୁ ଖାଇବା ସମୟରେ ତାହାକୁ ଗରମ କରି ଖାଆନ୍ତୁ ।

କାହିଁକି ଜରୁରୀ ?

ଭଲ ଭାବରେ ଖାଦ୍ୟ ରାନ୍ଧିବା ଦ୍ୱାରା କିଟାଣୁ ଗୁଡ଼ିକ ମରିଯାଆନ୍ତି । ଏକ ଅନୁସନ୍ଧାନରୁ ଜଣା ପଡ଼ିଛି ଯେ, ୭୦ଡିଗ୍ରୀ ତାପମାନରେ ରନ୍ଧା ଯାଇଥିବା ଖାଦ୍ୟ ଖାଇବାରେ ସୁରକ୍ଷିତ ହୋଇଥାଏ । ଖାଦ୍ୟ ରାନ୍ଧିବା ସମୟରେ ଯାହା ଉପରେ ବିଶେଷ ଧ୍ୟାନ ଦେବା ଦରକାର ସେ ହେଉଛି ମଟନ ଏବଂ ଚିକେନ୍ ।

ଖାଦ୍ୟକୁ ସୁରକ୍ଷିତ ତାପମାନରେ ରଖନ୍ତୁ ।

ଖାଦ୍ୟକୁ ଘରର ତାପମାନରେ ୨ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ  ଛାଡ଼ନ୍ତୁ ନାହିଁ । ରନ୍ଧା ଖାଦ୍ୟକୁ ଉଚିତ୍ ତାପମାତ୍ରାରେ ଫ୍ରିଜରେ ରଖନ୍ତୁ । ଖାଇବା ସମୟରେ ଖାଦ୍ୟକୁ ୬୦ଡିଗ୍ରୀ ସେଲସିୟସରେ ଗରମ କରନ୍ତୁ । ଏବଂ ଖାଦ୍ୟକୁ ଫ୍ରୀଜରେ ଅଧିକ ସମୟ ପର୍ଯ୍ୟନ୍ତ ନ ରଖନ୍ତୁ ।

କାହିଁକି ଜରୁରୀ ?

ଘରର ତାପମାତ୍ରା ରଖାଯାଇଥିବା ଖାଦ୍ୟରେ ଜୀବାଣୁ ବହୁତ ଶିଘ୍ର ବଢିଥାଏ । ୫ଡିଗ୍ରୀରୁ କମ ଏବଂ ୬୦ ଡିଗ୍ରୀରୁ ଅଧିକ ତାପମାନରେ ଏହି ଜୀବାଣୁ ରହିପାରେ ନାହିଁ । ଯଦିଓ କିଛି ଭୟଙ୍କର କିଟାଣୁ ୫ ଡିଗ୍ରୀରୁ ବି କମ୍ କମ ତାପମାତ୍ରାରେ ବଢିଥାଏ ।

ସଫା ପାଣିର ବ୍ୟବହାର କରନ୍ତୁ

ପାଣି ଏବଂ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ସୁଦ୍ଧ ପାଣିର ବ୍ୟବହାର କରନ୍ତୁ  । ଯଦି ସମ୍ଭବ ପାଣିକୁ ଫୁଟାଇ ପିଅନ୍ତୁ । ପନିପରିବା ଏବଂ ଫଳକୁ ଭଲରେ ଧୋଇ ନିଅନ୍ତୁ । ସତେଜ ଏବଂ ପୃଷ୍ଟିକର ଖାଦ୍ୟ ଖାଆନ୍ତୁ । ଏକ୍ସପାରିଡେଟ୍ ନଥିବା ଖାଦ୍ୟ ପଦାର୍ଥର ବ୍ୟବହାର କରନ୍ତୁ ନାହିଁ ।

କାହିଁକି ଜରୁରୀ ?

କଞ୍ଚା ସାମଗ୍ରୀ ଅର୍ଥାତ୍ ପାଣି ଏବ ବରଫରେ ମଧ୍ୟ କେତେକ ସମୟରେ ଜୀବାଣୁ ମିଳିଥାନ୍ତି ଯାହା ପାଣିକୁ ବିଶାକ୍ତ କରିଥାଏ । କଞ୍ଚା ଖାଦ୍ୟ ପଦାର୍ଥ କିଣିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ଏବଂ ଏହାକୁ ଭଲରେ ଧୋଇ କାଟନ୍ତୁ । ଏହାଦ୍ୱାରା ଖାଦ୍ୟ କିଟାଣୁ ମୁକ୍ତ ହୋଇଯାଏ ।

Leave a Reply