କରୋନା ଭ୍ୟାକ୍ସିନର ଟିକାକରଣ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର, ବଜେଟରେ ହୋଇପାରେ ଘୋଷଣା

1 min read

ନୂଆଦିଲ୍ଲୀ: କରୋନା ମହାମାରୀକୁ ମାତ ଦେବାକୁ କେନ୍ଦ୍ର ସରକାର ଜୋରସୋର ପ୍ରସ୍ତୁତି କରୁଛନ୍ତି । ଏବଂ କରୋନା ଭ୍ୟାକ୍ସିନର ଟୀକାକରଣ ପାଇଁ କେନ୍ଦ୍ର ସରକାର ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି । ସୂଚନା ଅନୁଯାୟୀ, କରୋନା ଭ୍ୟାକ୍ସିନର ଟୀକାକରଣ (କୋଭିଡ -୧୯ ଭ୍ୟାକ୍ସିନ ଯୋଜନା)ର ସମ୍ପୂର୍ଣ୍ଣ ଖର୍ଚ୍ଚ ସରକାର ବହନ କରିବେ । ଏହାସହ ଆଗାମୀ ବଜେଟ୍ ୨୦୨୧ରେ ଟିକାକରଣର ରୋଡମ୍ୟାପ୍ ଘୋଷଣା କରାଯାଇପାରେ । ଆଷ୍ଟ୍ରାଜେନିକାରୁ ଟିକା ନେବାକୁ ଜୋରସୋରରେ ପ୍ରସ୍ତୁତି ଚାଳାଇଛନ୍ତି ସରକାର । ଅନୁମାନ କରାଯାଉଛି ଯେ ଦେଶର ଜଣେ ନାଗରିକଙ୍କୁ କରୋନା ଟିକା ଦେବାକୁ ହେଲେ ୬-୭ ଡଲାର ବା ୫୦୦ଟଙ୍କାରୁ ଅଧିକ ଖର୍ଚ୍ଚ ହେବ । ଏହି କାରଣରୁ ସରକାର ୧୩୦ କୋଟି ଲୋକଙ୍କୁ କରୋନା ଟିକା ଦେବା ପାଇଁ ୫୦୦ ବିଲିୟନ ଟଙ୍କାର ବଜେଟ୍ ସ୍ଥିର କରିଛନ୍ତି । ଏହି ବଜେଟର ବ୍ୟବସ୍ଥା ଚଳିତ ଆର୍ଥିକ ବର୍ଷ ଶେଷରେ କରାଯିବା ନେଇ ସୂଚନା ମିଳିଛି । ଯାହା ପରେ ଟିକା ଯୋଗାଇବାରେ ଅର୍ଥର ଅଭାବ ରହିବ ନାହିଁ ।

ଫେବୃଆରୀ ଶେଷ ସୁଦ୍ଧା ଟିକାକରଣ ଆରମ୍ଭ କରିବାକୁ ଲକ୍ଷ୍ୟ

ସୂଚନା ଅନୁସାରେ, ସରକାର ଟିକାକରଣର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ସାଧାରଣ ବଜେଟ୍ ଘୋଷଣା କରାଯାଇପାରିବ ଏବଂ ଫେବୃଆରୀ ଶେଷ ସୁଦ୍ଧା ଟିକାକରଣ ଆରମ୍ଭ ହେବା ନେଇ ଅନୁମାନ କରାଯାଉଛି । କେନ୍ଦ୍ର ସରକାର କରୋନାଭାଇରସର ପ୍ରଭାବ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ଏହି କ୍ରମରେ, ଟୀକାକରଣର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତି ମଧ୍ୟ କରୁଛନ୍ତି । ଯାହା ବଜେଟରେ ଘୋଷଣା ହେବା ନେଇ ଅନୁମାନ କରାଯାଉଛି ।

କରୋନା ମହାମାରୀରୁ ବଞ୍ଚିବାକୁ ପୂରା ବିଶ୍ୱ ଏବେ ସଂଘର୍ଷ କରୁଛି । ଆଉ ମହାମାରୀକୁ ମାତ ଦେବାର ଏକମାତ୍ର ସାହାରା ହେଉଛି କରୋନା ଭ୍ୟାକ୍ସିନ । କୋଭିଡର ୧୫୦ରୁ ଅଧିକ ଟିକା ଉପରେ ବିଶ୍ୱବ୍ୟାପୀ ଗବେଷଣା ଏବଂ ପରୀକ୍ଷା ଚାଲିଛି । ବର୍ତ୍ତମାନ ସୁଦ୍ଧା ବିଶ୍ୱର କୌଣସି ବି ଟିକାକୁ ଅନୁମୋଦନ ମିଳିପାରିନାହିଁ । ଯଦିଓ କେବଳ ଋଷ ଅଗଷ୍ଟରେ ଗୋଟିଏ ଟିକା ସ୍ପୁଟନିକ୍ ଭି’କୁ ଅନୁମୋଦନ କରିଛି, ଏହାର ପରୀକ୍ଷଣ ୩ୟ ପର୍ଯ୍ୟାୟରେ ପହଞ୍ଚିଛି  ଏବଂ ଏହାର ସଫଳତା ପାଇଁ ପୂରା ବିଶ୍ୱ ଅପେକ୍ଷା କରିଛି । ସେହିପରି ଭାରତରେ ତିନୋଟି ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ଏବଂ ଏଥିରୁ ଦୁଇଟି ଟିକା ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି।

କୋଭିଡ-୧୯ ଟିକା ପୋର୍ଟାଲ ଉନ୍ମୋଚିତ ହୋଇଛି

ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ୨୮ ସେପ୍ଟେମ୍ବରରେ କୋଭିଡ-୧୯ ଟିକା ସମ୍ବନ୍ଧିତ ପୋର୍ଟାଲ ଲଞ୍ଚ କରିଥିଲେ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ୱାରା ଏହି ପୋର୍ଟାଲ୍ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଲୋକମାନେ ଭାରତରେ କୋଭିଡ -୧୯ ଟିକା ସମ୍ବନ୍ଧୀୟ ସୂଚନା ଜାଣିପାରିବେ । ଧୀରେ ଧୀରେ ବିଭିନ୍ନ ରୋଗର ଟିକା ବିଷୟର ସମସ୍ତ ତଥ୍ୟ ଏଠାରେ ଉପଲବ୍ଧ ହେବ । କେଉଁ ଟିକାର ପରୀକ୍ଷଣ କେଉଁ ପର୍ଯ୍ୟାୟରେ ଅଛି ଏବଂ ପୂର୍ବରୁ ଏହାର ଫଳାଫଳ କ’ଣ ରହିଥିଲା ତାହା ଜାଣିହେବ । ଭାରତରେ ପ୍ରସ୍ତୁତ ହେଉଥିବା ସମସ୍ତ ଟିକାର ତଥ୍ୟ ସଂଗ୍ରହ କରିବାକୁ ଆଇସିଏମଆର ଏହି ପୋର୍ଟାଲ ପ୍ରସ୍ତୁତ କରାଯାଇଛି ।

ହର୍ଷବର୍ଦ୍ଧନ କହିଛନ୍ତି ଯେ, କରୋନା ଟିକା ଉପଲବ୍ଧ ହେଲେ ସ୍ୱାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ କର୍ମଚାରୀମାନଙ୍କୁ ଏହି ଟିକା ପ୍ରଥମେ ଦିଆଯିବ । ଏହା ପରେ ବୃଦ୍ଧ ଏବଂ ଗୁରୁତର ରୋଗରେ ପୀଡିତ ରୋଗୀଙ୍କୁ ପ୍ରାଥମିକତା ଦିଆଯିବ । ତା’ପରେ, ଉପଲବ୍ଧ ଡୋଜ ଉପରେ ଆଧାର କରି ସମସ୍ତଙ୍କୁ ଟୀକା ଦିଆଯିବ ।

Leave a Reply