କରୋନାରୁ ସୁସ୍ଥ ରୋଗୀଙ୍କ ଠାରେ କେତେ ମାସ ଯାଏଁ ରହିଥାଏ ଆଣ୍ଟିବଡି ?

ନୂଆଦିଲ୍ଲୀ: କରୋନା ଭାଇରସର ଲକ୍ଷଣ ଥିବା ଅଧିକାଂଶ ରୋଗୀ ଏଥିରୁ ମୁକୁଳିବା ପରେ ତାଙ୍କ ଶରୀର ମଧ୍ୟରେ ଆଣ୍ଟିବଡି ରୂପରେ ଏକ ରକ୍ଷା କବଚ ପ୍ରସ୍ତୁତ ହୋଇଥାଏ । ଯାହା ଅତି କମ୍‌ରେ ୫ ମାସ ଯାଏଁ ରହିଥାଏ । ଏକ ନୂଆ ଗବେଷଣାରୁ ଏହି ତଥ୍ୟ ହାସଲ ହୋଇଛି । ଏହି ଅଧ୍ୟୟନ ଅନୁସାରେ ଏଭଳି ଆଣ୍ଟିବଡ଼ି ବୃଦ୍ଧି ହେବା ପରେ କରୋନା ଭାଇରସ ଦ୍ୱାରା ସଂକ୍ରମଣ ହେବା ଆଶଙ୍କା ଖୁବ୍ କମ୍ ହୋଇଯାଇଥାଏ ।

Clinical trials of monoclonal antibodies to prevent COVID-19 now enrolling  | National Institutes of Health (NIH)

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ ଆମେରିକା ସ୍ଥିତ ମାଉଣ୍ଟ ସିନାଇ ହସ୍ପିଟାଲରେ କାର୍ଯ୍ୟରତ ଗବେଷକ ପ୍ଳୋରିୟନ୍ କ୍ରେମ୍ମର କହିଛନ୍ତି ଯେ, କରୋନା ସଂକ୍ରମିତ ସୁସ୍ଥ ହେବା ପରେ ତାଙ୍କ ଠାରେ ବୃଦ୍ଧି ପାଇଥିବା ଆଣ୍ଟିବଡି କିଛି ଦିନ ପାଇଁ ରହିଥାଏ । ଏଭଳି କିଛି ତଥ୍ୟ ମିଳିବା ପରେ ଏ ଦିଗରେ ଆମେ ଗବେଷଣା କରିଥିଲୁ । କିନ୍ତୁ ସେମାନେ ସେମାନଙ୍କ ଅଧ୍ୟୟନରେ ଠିକ୍ ଓଲଟା ପାଇଥିବା ସେ କହିଛନ୍ତି । ଏହି ନିଷ୍କର୍ଷରେ ପହଞ୍ଚିବା ପାଇଁ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ଏଲିସା ନାମକ ଆଣ୍ଟିବଡି ଟେଷ୍ଟ କରାଯାଇଥିଲା । ମାଉଣ୍ଟ ସିନାଇ ହସ୍ପିଟାଲର ଗବେଷକ ୩୦ ହଜାର ୦୮୨ ନମୁନା ଯାଞ୍ଚ କରିବା ପରେ ଏହା ଜାଣିବାକୁ ପାଇଥିଲେ ଯେ, ଅଧିକାଂଶ ଲୋକଙ୍କ ଠାରେ ଆଣ୍ଟିବଡି ମଧ୍ୟମରୁ ଉଚ୍ଚସ୍ତରରେ ରହିଥିବା ଦେଖିବାକୁ ମିଳିଛି । ଯାହା ଭାଇରସକୁ ନିଷ୍କ୍ରିୟ କରିଦେଇପାରିବ । ବୈଜ୍ଞାନିକମାନେ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲ ଯେ, ପ୍ରଥମ ପରୀକ୍ଷା ଅପେକ୍ଷା ଦ୍ୱିତୀୟ ପରୀକ୍ଷା ବେଳକୁ ଆଣ୍ଟିବଡିର ସ୍ତର ହଲକା କମ୍ ହୋଇଥାଏ ଏବଂ ତୃତୀୟ ପରୀକ୍ଷା ବେଳକୁ ଏହା ଆଉ ଟିକେ କମ୍ ହୋଇଥାଏ । ଏହି ଆଧାରରେ ଗବେଷକଙ୍କ ପକ୍ଷରୁ କୁହାଯାଇଛି  ଯେ, ଆଣ୍ଟିବଡି କମ୍‌ରୁ କମ୍ ପାଞ୍ଚ ମାସ ଯାଏଁ ରହିଥାଏ ।

ପୁଲୱାମା ଆକ୍ରମଣ ମାମଲା: ବିରୋଧୀଙ୍କୁ ଜୋତାରେ ପିଟିବାକୁ କହିଲେ ଭି.କେ ସିଂହ

Leave a Reply