ଆମେରିକାରେ ତାଣ୍ଡବ କରୁଛି କରୋନା….ଭୂତାଣୁ ନେଲାଣି ୨୨ ହଜାରରୁ ଅଧିକ ମୁଣ୍ଡ, ଭାରତରେ ମହାରାଷ୍ଟ୍ର ଓ ଦିଲ୍ଲୀ ସର୍ବାଧିକ ପ୍ରଭାବିତ

1 min read

କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କରୋନାଭାଇରସ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୮.୫୪ ଲକ୍ଷକୁ ବୃଦ୍ଧି ପାଇଛି । ଏବେ ଯାଏଁ, କରୋନା ଯୋଗୁଁ ବିଶ୍ୱରେ ୧.୧୪ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଆମେରିକାରେ କରୋନା ହଇଚଇ ସୃଷ୍ଟି କରୁଛି। ଇଟାଲୀ, ଫ୍ରାନ୍ସ, ସ୍ପେନ୍ ଏବଂ ଜର୍ମାନୀରେ ମଧ୍ୟ କରୋନା ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି ।

ଆମେରିକାରେ ଜାରି ରହିଛି ମୃତ୍ୟର ତାଣ୍ଡବ । ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇ ଚାଲିଛି କୋଭିଡ୍‌-୧୯ଭାଇରସ୍‌ । ସୂଚନାଯୋଗଯ୍ୟ ଯେ, ଆମେରିକାରେ ମୃତ୍ୟୁ ସଂଖ୍ୟା ୨୨ ହଜାର ଟପିଛି । ଆମେରିକାରେ ୫ ଲକ୍ଷ ୬୭ ହଜାରରୁ ଅଧିକ ଲୋକେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୨୨ ହଜାର ୯୨୧ ଟି ନୂଆ ମାମଲା ସାମ୍ନାକୁ ଆସିଛି । ୟୁଏସ୍‌ଏର ୫୦ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି । କେବଳ ଆମେରିକା ନୁହେଁ ୨୧୦ ଟି ଦେଶକୁ ନିଜ କବଳକୁ ନେଇ ସାରିଛି କୋଭିଡ୍‌-୧୯ ଭାଇରସ୍‌ ।

ଇଟାଲି ଓ ସ୍ପେନ୍‌ରେ ମଧ୍ୟ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଇଟାଲିରେ ୧ ଲକ୍ଷ ୫୯ ହଜାରରୁ ଉର୍ଦ୍ଧ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେଠାରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୨୦ ହଜାର ପାଞ୍ଚ ଶହ ଟପି ସାରିଛି । ସେହିଭଳି ସ୍ପେନରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୯ ହଜାର ଟପି ସାରିଛି । ୧୭ ହଜାରରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ହୋଇସାରିଛି ।

ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । କୋଭିଡ୍‌ ୧୯ରେ ସବୁଠାରୁ ଅଧିକା ପ୍ରଭାବିତ ହୋଇଛି ମହାରାଷ୍ଟ ଏବଂ ତାମିଲନାଡୁ । ମହାରାଷ୍ଟରେ ୨ ହଜାର ୩ ଶହରୁ ଉର୍ଦ୍ଧ କରୋନାରେ ଅକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫୦ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୩୧୬ ପଜିଟିଭ୍‌ କେସ୍‌ ସାମ୍ନାକୁ ଆସିଛି । ସେହିଭଳି ତାମିଲ ନାଡୁରେ ଏକ ହଜାରରୁ ଉର୍ଦ୍ଧ ଲୋକେ କେରାନାରେ ଆକ୍ରାନ୍ତ ହୋଇଛନ୍ତି । ଦିଲ୍ଲୀରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭାରତରେ ମୋଟ୍‌ ଅକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୩୪୨ ରହିଛି ।

 

 

Leave a Reply