ମୋଟା ଲୋକଙ୍କ ପାଇଁ ଯଥେଷ୍ଟ ନୁହେଁ ୧୪ଦିନର ଆଇସୋଲେସନ୍,ସେମାନଙ୍କ ପାଇଁ କରୋନା ବିପଦ ଡବଲ !

1 min read

ନୂଆଦିଲ୍ଲୀ: କଲବଲ କରୁଛି କରୋନା । କରୋନାଠୁ ବଞ୍ଚିବାକୁ ବିଭିନ୍ନ ପ୍ରକାର ପ୍ରୟାସ କରୁଛି ବିଶ୍ୱ । କରୋନାକୁ ମାତ ଦେବାକୁ ହେଲଥ୍ ଏକ୍ସପର୍ଟ ଲୋକଙ୍କୁ ୧୪ଦିନ ଆଇସୋଲେସନରେ ରହିବାକୁ ଉପଦେଶ ଦେଉଛନ୍ତି । ତେବେ ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ମୋଟା ଲୋକଙ୍କୁ ୧୪ଦିନର ଆଇସୋଲେସନ ଯଥେଷ୍ଟ ନୁହେଁ । ଇଟାଲିରେ ଅନୁସନ୍ଧାନକାରୀମାନେ ମୋଟା ଲୋକଙ୍କୁ ୨୮ଦିନ ଆଇସୋଲେସନରେ ରହିବାକୁ ଉପଦେଶ ଦେଇଛନ୍ତି । ଯାହା ସାଧାରଣ ଆଇସୋଲେସନର ଦ୍ୱିଗୁଣ । ଇନଫ୍ଲୁଏଂଜା ସଂକ୍ରମଣ ଉପରେ ହେଉଥିବା ଏକ ଗବେଷଣାରେ ବୈଜ୍ଞାନିକମାନେ ଏପରି ରାୟ ଦେଇଛନ୍ତି । ଅନୁସନ୍ଧାନକାରୀଙ୍କ କହିବା ଅନୁସାରେ ଲୋକ କୋଭିଡ଼-୧୯ ଭଳି ସଂକ୍ରମଣ ପାଇଁ ଅଧିକ ସମ୍ବେଦନଶୀଳ ହୁଅନ୍ତି ଏବଂ ମୋଟା ଲୋକଙ୍କ ପାଇଁ ଭାଇରସ୍ ଅଧିକ ସମୟ ପର୍ଯ୍ୟନ୍ତ ବିପଦଜନକ ହୋଇଥାଏ । ଏହି ରିସର୍ଚ୍ଚ ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥର ଏକ ପ୍ରକାଶନରେ ପ୍ରକାଶ ପାଇଥିଲା ।  ଅନୁସନ୍ଧାନରେ ଇଟାଲିର ଦୁଇଜଣ ବୈଜ୍ଞାନିକମାନେ ଏହି ନିଷ୍କର୍ସରେ ପହଞ୍ଚିଛନ୍ତି ଯେ, କୋଭିଡ଼-୧୯ ଏବଂ ମେଦ ବହୁଳତା ମଧ୍ୟରେ ଥିବା ପରସ୍ପରର ସମ୍ପର୍କ ଇଫ୍ଲୁଏଞ୍ଜା ଭାଇରସ୍ ମୋଟା ଲୋକଙ୍କ ଉପରେ କେତେ ପ୍ରଭାବ ପକାଏ ତାହା ସ୍ପଷ୍ଟ କରିଥାଏ ।

ଇଫ୍ଲୁଏଞ୍ଜା ଭାଇରସ୍ ପତଳା ଲୋକଙ୍କ ତୁଳନାରେ ମୋଟା ଲୋକଙ୍କ ପାଇଁ ଅଧିକ ବିପଦ ଜନକ ହୋଇଥାଏ । ଅର୍ଥାତ୍ ମୋଟା ଲୋକଙ୍କ ଉପରେ ଏହି ଭାଇରସର ପ୍ରଭାବ ଅଧିକ ଦିନ ପର୍ଯ୍ୟନ୍ତ ରହିଥାଏ । ସଂକ୍ରମଣର ଶୀକାର ହେବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଅଧିକ ଦିନ ପର୍ଯ୍ୟନ୍ତ ଦେଖାରଖା କରିବା ଆବଶ୍ୟକ ।

ଏବେ ପ୍ରଶ୍ନ ଉଠୁଛି ଯେ, ଭାଇରସ୍ କିମ୍ବା ସଂକ୍ରମଣ ସହ ଲଢିବା ମୋଟା ଲୋକଙ୍କ ପାଇଁ କାହିଁକି ଅଧିକ ବିପଦ ଜନକ ହୋଇଥାଏ । ଏହାର ଏକ କାରଣ ହୋଇପାରେ ଯେ, ଶରୀରେ ସଂକ୍ରମଣ ରୋକିବାକୁ ଇମ୍ୟୁନର ବା ରୋଗ ପ୍ରତିରୋଧକ ଶକ୍ତି ଆବଶ୍ୟକତା ରହିଛି କିନ୍ତୁ ମୋଟା ରୋଗୀଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍ ଭାବରେ କାମ କରେ ନାହିଁ । ତେଣୁ ସେମାନଙ୍କ ପାଇଁ ଏହି ସଂକ୍ରମଣ ଅଧିକ ବିପଦ ଜନକ ହୋଇଥାଏ ।

କ୍ରନିକଲ୍ ରୋଗ ବା ସାମାନ୍ୟ ଥକି ପଡ଼ିଥିଲେ ଶରୀରରେ ମୋଟାପଣର ଲକ୍ଷଣ ରହିଥିବା ଆପଣ ଜାଣିବେ । ଯାହା ଧିରେ ଧିରେ ଶରୀରରୁ ରୋଗ ପ୍ରତିରୋଧକ ଶକ୍ତି କମାଇଦେଇଥାଏ । ଏହି କାରଣରୁ ମୋଟା ଲୋକଙ୍କ ଶରୀର କରୋନା  ସହ ଲଢିପାରେ ନାହିଁ । ସେଥିପାଇଁ ଅନୁସନ୍ଧାନକାରୀ କହିଛନ୍ତି ଯେ, ଟୀକା ପ୍ରସ୍ତୁତ ନ ହୋଇଛି ସେହି ସମୟରେ ଯଦି ମୋଟା ଲୋକ କରୋନା ସଂକ୍ରମିତ ହୁଅନ୍ତି ତେବେ ସେମାନଙ୍କୁ ଦ୍ୱିଗୁଣ ସମୟ ପର୍ଯ୍ୟନ୍ତ ଆଇସୋଲେସନରେ ରହିବାକୁ ପଡ଼ିବ ।

Leave a Reply