କରୋନା ଯୁଦ୍ଧରେ ମିଳୁଛି ସଫଳତା,୨୮ ଦିନରେ ୧୬ ଜିଲ୍ଲାରୁ ମିଳିନି  କୌଣସି ନୂଆ ମାମଲା

1 min read

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଗତ ୧୪ ଦିନର ୮୫ ଜିଲ୍ଲାରେ କୌଣସି ନୂଆ କରୋନା ମାମଲା ସାମ୍ନାକୁ ଆସିନାହିଁ । ସେହିଭଳି ୨୮ ଦିନରେ ୧୬ ଜିଲ୍ଲାରୁ ମଧ୍ୟ କୌଣସି ନୂଆ କେସ୍ ନଜରକୁ ଆସିନି । ଏହାସହ ସଂକ୍ରମିତଙ୍କ ଭଲ ହେବା ରେଟ୍ ମଧ୍ୟ ବଢୁଛି । ଏହା ୨୨.୭୧ ପ୍ରତିଶତରେ ପହଂଚିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୨୭,୮୯୨ ।

କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଦେଶରେ ୪୦ ଦିନିଆ ଲକଡାଉନ୍ ଚାଲିଛି । ଯାହା ମେ ୩ ତାରିଖରେ ଶେଷ ହେବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ମିଳିତ ପ୍ରେସମିଟରେ ସୋମବାର ଦିନ କୁହାଯାଇଛି ଯେ, ଗତ ୨୮ ଦିନ ମଧ୍ୟରେ ୧୬ ଜିଲ୍ଲାରୁ କରୋନାର କୌଣସି ନୂଆ ମାମଲା ସାମ୍ନାକୁ ଆସିନାହିଁ । ଅନ୍ୟପକ୍ଷରେ ଗୃହମନ୍ତ୍ରଣାଳୟ ତରଫରୁ କୁହାଯାଇଛି ଯେ, ଲକଡାଉ୍ କାଳରେ ଦେଶର ୮୦ ପ୍ରତିଶତ ମଣ୍ଡି କାର୍ଯ୍ୟ କରୁଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଲୟର ସଂଯୁକ୍ତ ଲବ୍ ଅଗ୍ରୱାଲ କହିଛନ୍ତି ଯେ,କରୋନାକୁ ନେଇ ସଂକ୍ରମିତଙ୍କ ରିକଭରି ରେଟ୍ ବୃଦ୍ଧି ପାଉଛି । ରିକଭରି ରେଟ୍ ଏବେ ୨୨.୭୧ ପ୍ରତିଶତ ରହିଛି । ବର୍ତ୍ତମାନ ଦେଶରେ କରୋନାର ୨୦,୮୩୫ ଆକ୍ଟିଭ୍ କେସ୍ ରହିଛି ।  ଯେତେବେଳେ କି ୬ ହଜାର ୧୮୪ ଜଣ ଠିକ୍ ହୋଇସାରିଛନ୍ତି । ଗତ ୨୪ ଘଣ୍ଟା ଭିତରେ ଏକ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଏହି ଅବଧିରେ ୩୮୧ ଜଣ ଠିକ୍ ହୋଇଛନ୍ତି । ରେଡ୍ ଓ ଅରେଞ୍ଜ ଜୋନରେ ସତର୍କତା ଅବଲମ୍ବନ କରାଯାଉଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

କିଛି ଗତିବିଧିକୁ ଅନୁମତି

ଅନ୍ୟପକ୍ଷରେ ଗୃହମନ୍ତ୍ରଣାଳୟର ମୁଖପାତ୍ର ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଛନ୍ତି ଯେ, ଦେଶରେ ଲକଡାଉନ୍ କାଳରେ କିଛି ଗତିବିଧିକୁ ଅନୁମତି ଦିଆଯାଇଛି । ଦେଶର ୮୦ ପ୍ରତିଶତ ମଣ୍ଡିଙ୍କୁ କାର୍ଯ୍ୟ କରିବାକ ଅନୁମତି ଦିଆଯିବ । ସେହିଭଳି ଖାଦ୍ୟ ପ୍ରକ୍ରିୟାକରଣ ଆରମ୍ଭ ହୋଇସାରିଲାଣି ।

 

Leave a Reply