ମୁମ୍ବାଇରେ ବେକାବୁ କରୋନା, ଦେଶରେ ୩ ଲକ୍ଷ ପାର୍‌ ହେଲା ଆକ୍ରାନ୍ତଙ୍କ ସଂଖ୍ୟା..

Corona virus india cross 3 lakh covid 19 positive case, Maharashtra Mumbai in Highest.

ନୂଆଦିଲ୍ଲୀ: ଦେଶରେ ୩ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୧୦,୯୫୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ତଥ୍ୟ କହୁଛି । ଖାଲି ସେତିକି ନୁହେଁ ତଥ୍ୟ ଅନୁସାରେ ୩୯୬ ଜଣଙ୍କର ମୃତ୍ୟୁ ହୋଇ ମଧ୍ୟ ହୋଇ ସାରିଲାଣି ।

ତେବେ ସବୁଠୁ ବଡ଼ କଥା ହେଲା ଭାରତରେ ଯେଉଁ ପରିମାଣରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ତାଠାରୁ ଅଧିକ ପରିମାଣେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ତେବେ ଦେଶରେ ଏବେ ସୁଦ୍ଧା ୧,୪୭,୧୯୫ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ୮,୪୯୮ ଜଣଙ୍କର ପ୍ରାଣ ନେଇସାଲାଣି କରୋନା ଭାଇରସ୍‌ ।

ସେଥିମଧ୍ୟରୁ କେବଳ ମହାରାଷ୍ଟ୍ରରେ ୧ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଦେଶରେ କରୋନା ଦ୍ୱାରା ମାହାରାଷ୍ଟ୍ର ଅଧିକ ପ୍ରଭାବିତ ଥିବା ଜଣାପଡ଼ିଛି । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ଏକ ଲକ୍ଷ ପାର କରିଥିବା ବେଳେ ୨୪ ଘଣ୍ଟାରେ ୩୪୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ କରୋନା ସଂକ୍ରମିତଙ୍କ ସଖ୍ୟା କେବଳ ମହାରାଷ୍ଟ୍ରରେ ୧,୦୧,୧୪୧ରେ ପହଞ୍ଚିଛି ।

Leave a Reply