ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ବଢୁଛି ସୁସ୍ଥ ହାର

1 min read
corona virus india covid-19 Updates

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଦେଶରେ ପ୍ରତିଦିନ ହଜାର ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ବର୍ତ୍ତମାନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ପାର୍ କରିଛି । ଏଥି ସହିତ ଦେଶରେ କରୋନାକୁ ଦମନ କରିବାରେ ଦେଶ କିଛିମାତ୍ରାରେ ସଫଳ ହୋଇଛି । ବର୍ତ୍ତମାନ ଦେଶରେ ପ୍ରତିଦିନ ୩୦ ହଜାରରୁ ଅଧିକ ନୂଆ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେଉଛନ୍ତି । ଦେଶରେ ୧୦ ଲକ୍ଷରୁ ଅଧିକ ରୋଗୀ କରୋନା ସଂସ୍ପର୍ଶରେ ଆସିଛନ୍ତି । ଏଥି ସହିତ ଦେଶରେ କରୋନାରୁ ମାତ୍ ଦେଇଛନ୍ତି ୬୩.୨୫ ପ୍ରତିଶତରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଜୁଲାଇ ୧୬ ସୁଦ୍ଧା ୧୦,୦୩,୮୩୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ କରୋନା ଯୋଗୁଁ ୨୫,୬୦୨ ଜଣଙ୍କର ମୃତ୍ୟୁ ଘଟିଛି । ଏହି ସମୟରେ ୬,୩୫,୭୫୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ତେବେ ବର୍ତ୍ତମାନ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମାଧ୍ୟମରେ କରୋନା ରୋଗୀଙ୍କ ସରକାରୀ ତଥ୍ୟ ପରଦିନ ସକାଳେ ପ୍ରକାଶ ପାଇବ ।

ଏଥି ସହ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଟ୍ୱିଟ କରି ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ଦେଶରେ କରୋନାରୁ ୬୩.୨୫ପ୍ରତିଶତ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଦେଶରେ କୋଭିଡ -୧୯ ସଂକ୍ରମଣର ଅଧିକାଂଶ ମାମଲା ସାମାନ୍ୟ ଲକ୍ଷଣ ଥିବା ରହିଛି । କେବଳ ୦.୩୨% ରୋଗୀ ଭେଣ୍ଟିଲେଟରରେ ଅଛନ୍ତି ଏବଂ ୩% ରୁ କମ୍ ରୋଗୀ ଅମ୍ଳଜାନ ଆବଶ୍ୟକ କରୁଛନ୍ତି  ।

ମହାରାଷ୍ଟ୍ରରେ ସବୁଠାରୁ ଅଧିକ ପ୍ରଭାବିତ

ଦେଶରେ କରୋନା ଯୋଗୁଁ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଛି। ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୨,୮୪,୨୮୧ ସଂକ୍ରମିତ ଚିହ୍ନଟ ହୋଇଚନ୍ତି । ଏଥି ସହିତ କରୋନା କାରଣରୁ ୧୧,୧୯୪ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରର ମୁମ୍ବାଇ କରୋନାରେ ଅଧିକ ପ୍ରଭାଭିତ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମୁମ୍ବାଇରେ ୯୭,୯୫୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ମୁମ୍ବାଇରେ କରୋନା କାରଣରୁ ୫,୫୨୩ ଜଣଙ୍କର ମୃତ୍ୟୁ ହୋଇଛି ।

Leave a Reply