Corona Virus : ଟ୍ରେନ,ବସ ଓ ବିମାନର କେଉଁ ସିଟ୍ କରୋନା ଭାଇରସ ସଂକ୍ରମଣ ଦୃଷ୍ଟିରୁ ଅଧିକ ବିପଜ୍ଜନକ ?

1 min read

କୋଭିଡ୍-୧୯ ମହାମାରୀ ଜୀବନଯାତ୍ରାକୁ ବଦଳାଇ ଦେଇଛି । ଗତ ୫ ମାସ ହେବ ବିଶ୍ୱର ଅନେକ ଦେଶରେ ରେଳ ଓ ବସ ସେବା ଏକପ୍ରକାର ବନ୍ଦ ଅଛି । ଏହାରି ମଧ୍ୟରେ କିଛି ଦେଶରେ ଟ୍ରେନ୍ ଓ ବସ୍ ସେବା ଆରମ୍ଭ ହୋଇଛି । ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ ପବ୍ଲିକ୍ ଟ୍ରାନସପୋର୍ଟ ସେତିକି ବିପଜ୍ଜନକ ନୁହେଁ ଯେତିକି ମନେ କରାଯାଉଥିଲା । ମାସ୍କ ,ସୋସିଆଲ ଡିଷ୍ଟାନ୍ସିଂକୁ ଯଦି ଠିକ୍ ଭାବେ ଅନୁସରଣ କରାଯାଏ ତେବେ ସଂକ୍ରମଣର ବିପଦ କମ ରହିବ । ଏନେଇ ଫ୍ରାନ୍ସର ଉଦାହରଣ ଦିଆଯାଉଛି । ଫ୍ରାନ୍ସରେ ମେ ମାସରୁ ଜୁଲାଇ ମାସ ମଧ୍ୟର୩୮୬ କରୋନା ସଂକ୍ରମଣ ମାମଲା ଆସିଛି । କିନ୍ତୁ ଏହା ମଧ୍ୟରୁ ଗୋଟିଏ ବି ପବ୍ଲିକ୍ ଟ୍ରାନ୍ସପୋର୍ଟ ସମ୍ବନ୍ଧିତ ନଥିଲା । ଏହାର ଅର୍ଥ ହେଉଛି  ଯଦି ସୁରକ୍ଷାକୁ ଧ୍ୟାନରେ ରଖାଯାଏ ତେବେ ପବ୍ଲିକ୍ ଟ୍ରାନ୍ସପୋର୍ଟରେ ଯାତ୍ରା ମଧ୍ୟ ସୁରକ୍ଷିତ ରହିବ ।

ତିଆରି ହେଉଛି ନିୟମ

ପ୍ରାୟ ସବୁ ସ୍ଥାନରେ ପବ୍ଲିକ୍ ଟ୍ରାନ୍ସପୋର୍ଟରେ ଯାତ୍ରା କାଳରେ ମାସ୍କକୁ ଅନିବାର୍ଯ୍ୟ କରାଯାଇଛି । ବିନା ମାସ୍କରେ କାହାରିକି ମଧ୍ୟ ଗାଡିରେ ଚଢିବାକୁ ଅନୁମତି ନାହିଁ । ଏହସହ ଭାରତରେ ବିମାନ କିମ୍ବା ଟ୍ରେନରେ ଯାତ୍ରା ପୂର୍ବରୁ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବା ଜରୁରୀ । ଯେମିତି ଆଖପାଖରେ କାହାର ସଂକ୍ରମଣର ଇତିହାସ ଅଛି କି ନାହିଁ ଜଣା ପଡିବ ।

ଗାଡି ସିଟର ସାନିଟାଇଜେସନ୍ କରାଯାଉଛି । ଦୁଇ ଜଣ ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । କେତେ ଦୂରତାରେ ବସିଥିବା ଯାତ୍ରୀଙ୍କ ମଧ୍ୟରେ ସଂକ୍ରମଣର ଆଶଙ୍କା ଅଧିକ ଥାଏ ତାହାକୁ ନେଇ ମଧ୍ୟ ଗବେଷଣା ଚାଲିଛି । ଏହା ସହ ଟ୍ରେନରେ ପବନ କେଉଁ ପଟରୁ ବୋହୁଛି ତାକୁ ମଧ୍ୟ ଧ୍ୟାନରେ ରଖାଯାଉଛି ।

ପବନ ସର୍କ୍ୟୁଲେସନ୍ ଉପରେ ଧ୍ୟାନ

bus

ନ୍ୟୁୟର୍କରେ ଏବେ ଭେଣ୍ଟିଲେସନ୍ ସିଷ୍ଟମକୁ ଅଧିକ ଭଲ କରାଯାଉଛି । ଏଥିରେ ଏକ ଘଣ୍ଟାରେ ୧୮ ଥର ହାୱା ସଫା ହେଉଛି । ଏହା କୌଣସି ରେସ୍ତୋଁରାର ଏୟାର ସର୍କ୍ୟୁଲେସନ ଠାରୁ ଭଲ । ଅନ୍ୟପକ୍ଷରେ ଅଫିସର ଅବସ୍ଥା ଖରାପ । ଯେଉଁଠାରେ ଘଣ୍ଟାକୁ ୬ରୁ ୮ ଥର ବାୟୁ ସଫା ହୋଇଥାଏ । ଟୋକିଓରେ ଏତେ ସବୁ ବ୍ୟବସ୍ଥା ତ’ କରାଯାଇନି କିନ୍ତୁ ରେଳ ଓ ମେଟ୍ରୋର ଝରକା ଖୋଲା ରଖାଯାଉଛି । ଟିକେଟ୍ ମେସିନକୁ ଲଗାତର ଡିସଇନଫେକ୍ଟ କରାଯାଉଛି ।

ଅନଲକିଂ କାଳକୁ ଧ୍ୟାନରେ ରଖି ଅନେକ ଷ୍ଟଡି କରାଯାଉଛି । ଚୀନରେ ପବ୍ଲିକ୍ ଟ୍ରାନ୍ସପୋର୍ଟକୁ ନେଇ ଗୋଟିଏ ଗବେଷଣା ହୋଇଥିଲା । ହାଇସ୍ପିଡ୍ ଟ୍ରେନ ଉପରେ ଏହି ଅଧ୍ୟୟନ କରାଯାଇଥିଲା । ଚାଇନିଜ୍ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନସନ ସହ ଚାଇନିଜ୍ ଆକାଡେମି ଅଫ୍ ସାଇନ୍ସ ମିଳିତ ଭାବେ ଏହି ଷ୍ଟଡି କରିଥିଲେ ।

ଇଣ୍ଡେକ୍ସ ପେସେଣ୍ଟଠାରୁ ଦୂରତା

ଗ୍ରୁପରେ ବସିଥିବା ରୋଗୀକୁ ଇଣ୍ଡେକ୍ସ ପେସେଣ୍ଟ୍ ବା ପେସେଣ୍ଟ୍ ଜିରୋ କୁହାଯାଇଥାଏ ।  ଅଧ୍ୟୟନରୁ ଏହା ସାମ୍ନାକୁ ଆସିଛି ଯେ, ପେସେଣ୍ଟ୍ ଜିରୋଠାରୁ ୫ ସିଟ୍ ଆଗ କିମ୍ବା ୫ ସିଟ୍ ପଛରେ ବସିଥିବା କିମ୍ବା ତାଙ୍କ ଆଖ ପାଖରେ ତିନି ସିଟ୍ ପର୍ଯ୍ୟନ୍ତ  ।ଯାତ୍ରୀଙ୍କ ମଧ୍ୟରେ ସଂକ୍ରମଣର ସମ୍ଭାବନା ହାରାହାରି ୦.୩୨ ପ୍ରତିଶତ ।  ଅନ୍ୟପକ୍ଷରେ ଯଦି କେହି ପେସେଣ୍ଟ୍ ଜିରୋକୁ ଲାଗିକରି ବସିଥାଏ ତେବେ ସଂକ୍ରମଣର ଆଶଙ୍କା ସର୍ବାଧିକ ୩.୫ ପ୍ରତିଶତ ରହିଥାଏ  ।

ଘଣ୍ଟା ହିସାବରେ ବଢିଥାଏ ବିପଦ

ଏହି ଅଧ୍ୟୟନ ୩ ଘଣ୍ଟାର ଯାତ୍ରା ଉପରେ କରାଯାଇଥିଲା ।ଯଦି ଯାତ୍ରା ଅବଧି ୩ ଘଣ୍ଟାରୁ ଅଧିକ ହୋଇଥାଏ ତେବେ ବିପଦର ପରିଣାମ ମଧ୍ୟ ଅଲଗା ହୋଇଥାଏ । ଯାତ୍ରା ଅବଧି ସମୟ ସହିତ ବିପଦ କେତେ ବଢିଥାଏ ତାହାର ଗୋଟିଏ ହାରାହାରି ଅନୁମାନ କରାଯାଇଛି । ଯାତ୍ରା ସମୟ ଅବଧି ବଢିଲେ ଅର୍ଥାତ ପ୍ରତି ଘଣ୍ଟା ସହିତ କରୋନା ସଂକ୍ରମଣ ବିପଦ ୧.୩ ପ୍ରତିଶତ ହୋଇଥାଏ

train

ତେବେ ରୋଗୀ ଓ ଅନ୍ୟମାନେ ହାଇଜିନ୍ ବାବଦରେ କେତେ ଧ୍ୟାନ ରଖିଛନ୍ତି ତାହା ଉପରେ ମଧ୍ୟ ସଂକ୍ରମଣ ଆଶଙ୍କା ନିର୍ଭର କରିଥାଏ ।  ମାସ୍କ ନପିନ୍ଧିଥିଲେ କିମ୍ବା ହାତ ଯଦି ନାକ,କାନ ଓ ଆଖି ସଂପର୍କରେ ଆସେ ତେବେ ସଂକ୍ରମଣ ଆଶଙ୍କା ବଢିଯାଇଥାଏ ।

ବିମାନରେ ପେସେଣ୍ଟ୍ ଜିରୋଠାରୁ କେତେ ଦୂରରେ ବସିବା ସୁରକ୍ଷିତ ?

ଟ୍ରେନ୍ ଭଳି ଫ୍ଲାଇଟରେ ମଧ୍ୟ କରୋନା ସଂକ୍ରମଣର ବିପଦ ରହିଥାଏ । ତେବେ ଏହା ଟ୍ରେନଠାରୁ ଅପେକ୍ଷକୃତ ସୁରକ୍ଷିତ ହୋଇଥାଏ ।  ଏହାପଛରେ ଆମେରିକାର ସେହି ଅଧ୍ୟୟନ ଯାହା ପ୍ରତିଶତରେ ବିପଦର ଆକଳନ କରିଥାଏ । ଇମୋରି ବିଶ୍ୱବିଦ୍ୟାଳୟ ଓ ଜର୍ଜିଆ ଟେକ୍ କରିଥିବା ଏହି ଅଧ୍ୟୟନ ସାଇନ୍ସ ଜର୍ଣ୍ଣାଲ ପାନ୍ସରେ ଆସିଥିଲା । ସବୁ ଚେକ୍ ପଏଣ୍ଟ୍ ସତ୍ୱେ ଜଣେ ସଂକ୍ରମିତ ବ୍ୟକ୍ତି ଯଦି ଫ୍ଲାଇଟ୍ ମଧ୍ୟକୁ ପ୍ରବେଶ କରେ ତେବେ ବିମାନ ଭିତରେ ଭାଇରସ କେତେ ଦୂର ଓ କେତେ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବି ହେବ ତାହା ଏହି ଅଧ୍ୟୟନରେ ଅନୁମାନ କରାଯାଇଛି ।

flight

ଧରିନିଅନ୍ତୁ ୧୪ ନମ୍ବର ସିଟରେ ଜଣେ ସଂକ୍ରମିତ ବସିଛନ୍ତି । ଯଦି ସେ କାଶନ୍ତି କିମ୍ବା ଛିଙ୍କନ୍ତି ତେବେ ତାଙ୍କ ଆଗ ଓ ପଛରେ ଥିବା ଦୁଇ ସିଟରେ ବସିଥିବା ବ୍ୟକ୍ତିଙ୍କ ପାଇଁ ବିପଦ ବଢିଯିବ । ଏହାଠାରୁ ଦୂରରେ ବସିଥିବା ବ୍ୟକ୍ତିଙ୍କ ପାଇଁ ସଂକ୍ରମଣ ବିପଦ ୧ ପ୍ରତିଶତ ରହିଥାଏ ।  ତେବେ ଏୟାର ହୋଷ୍ଟେସ କିମ୍ବା ଅନ୍ୟ କର୍ମଚାରୀ ଯେଉଁମାନେ ବିମାନ ଭିତରେ ବୁଲନ୍ତି ସେମାନଙ୍କ ପାଇଁ ସଂକ୍ରମଣର ଆଶଙ୍କ ୫ରୁ ୨୦ ପ୍ରତିଶତ ଅଧିକ ହୋଇଥାଏ ।

Leave a Reply