ଓଡ଼ିଶାରେ ଆରମ୍ଭ ହେଲା କରୋନା ଟିକାକରଣ, ରବିବାରେ ବନ୍ଦ ରହିବ ସୋମବାରୁ ପୁଣି ଆରମ୍ଭ ହେବ

ଭୁବନେଶ୍ୱର: ଧୈର୍ଯ୍ୟ ଓ ଅପେକ୍ଷାର ଅବସାନ ଘଟିଛି। କରୋନା ଲଢ଼େଇରେ ଏବେ ଟିକାନେଉଛି ଓଡ଼ିଶା। ସକାଳ ସାଢେ ୧୦ଟାରୁ ଆରମ୍ଭ ହୋଇଥିବା ଟିକାକରଣ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ମୋଟ ୧୬୧ଟି ଟିକାକରଣ କେନ୍ଦ୍ରରେ ଦିଆଯାଉଛି କରୋନା ଟିକା। ପ୍ରତି ଟିକାକରଣ କେନ୍ଦ୍ରରେ ୧୦୦ ଜଣଙ୍କୁ ଟିକା ଦଆଯିବ।

ଏହି ହିସାବରେ ୧୬ ହଜାର ୧୦୦ ଜଣଙ୍କୁ ଟିକା ଦିଆଯିବ। ଆସନ୍ତା କାଲି ଟକି ଦିଆଯିବ ନାହିଁ। କାରଣ ଗୋଟିଏ ଦିନ ଟିକା ନେଇଥିବା ବ୍ୟକ୍ତି ମାନଙ୍କୁ ଅବଜର୍ଭ କରାଯିବ। ସୋମବାର ଠାରୁ ଟିକାକରଣ ଯେଉଁଭଳି ଚାଲିବା କଥା ସେମିତି ଚାଲିବ। ତେବେ ଟିକା ନେବା ପରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ଟିକାକରଣ କେନ୍ଦ୍ରରେ ଥିବା ଅବଜର୍ଭେସନ ଗୃହରେ ୩୦ ମିନିଟ ପର୍ଯ୍ୟନ୍ତ ଅବଜର୍ଭେସନରେ ରଖାଯିବ।

ପ୍ରଥମ ପର୍ଯ୍ୟାୟରେ କୋଭାକ୍ସିନ ଏବଂ କୋଭିସିଲ୍ଡ ଟିକା ଆସିଛି। ତାକୁ ୨୫ ତାରିଖ ସୁଧା ରାଜ୍ୟର ୩ ଲକ୍ଷ ୨୮ ହଜାର ହେଲ୍ଥ ଓ୍ୱାର୍କରଙ୍କୁ ଦିଆଯିବ। ଯେତିକି ଟିକା ଆସିଛି ସେଥିଲେ ଏକ ଲକ୍ଷ ୯୨ ହଜାର ଲୋକଙ୍କୁ ଦିଆଯାଇପାରିବ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ।

Leave a Reply