ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ! ଗଞ୍ଜାମରେ ସର୍ବାଧିକ, ରାଜ୍ୟରେ କେତେ ?

Corona Update, two more corona patient Died IN Odisha

ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ରାଜ୍ୟରେ ୨୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଦୁଇ ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ରାଜ୍ୟରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଥିବା ବେଳେ କେବଳ ଗଞ୍ଜାମରେ ସର୍ବାଧିକ ୧୨ ଜଣଙ୍କ ମୃତ୍ୟୁ ହୋଇଛି ।

Corona Virus

ସେହିଭଳି ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ରେ ପହଞ୍ଚିଲାଣି । ସେଥିମଧ୍ୟରୁ ସୁସ୍ଥ ହୋଇ ୪୭୪୩ ଜଣ ଘରକୁ ଫେରିଛନ୍ତି । ୨୦୮୬ଟି ମାମଲା ସକ୍ରିୟ ରହିଛି ।

ଗଞ୍ଜାମରେ ସର୍ବାଧିକ ୧୩୬୭ ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ୮୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ସେହଭଳି ୪୬୩ଟି ମାମଲା ସକ୍ରିୟ ରହିଛି । ଗଞ୍ଜାମ ପରେ ଖୋର୍ଦ୍ଧା ଦ୍ୱିତୀୟ ସର୍ବାଧିକ ଆକ୍ରାନ୍ତ ତାଲିକାରେ ରହିଛି । ଖୋର୍ଦ୍ଧାରେ ଏବେ ସୁଦ୍ଧା ୮୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave a Reply