କମୁଛି ସଂକ୍ରମଣ ! ୨୪ ଘଣ୍ଟାରେ ୨୫୪୬ ଆକ୍ରାନ୍ତ, ଜାଣନ୍ତୁ କେଉଁଠୁ କେତେ..

1 min read
Corona Positive

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨ ହଜାର ୫୪୬ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । କ୍ୱାରେଣ୍ଟାଇନରୁ ୧ ହଜାର ୫୦୪ ଓ ଲୋକାଲ୍ କଣ୍ଟାକ୍ଟରେ ଆସି ୧ ହଜାର ୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଗତ କିଛି ଦିନ ହେବ ସଂକ୍ରମଣ ହାର କମିଥିବା ଦେଖାଯାଇଛି ।

ତେବେ ଖୋର୍ଦ୍ଧାରେ ସର୍ବାଧିକ ୪୧୦ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଅନୁଗୁଳରୁ ୨୦୮, ସୁନ୍ଦରଗଡ଼ରୁ ୧୬୧, କଟକରୁ ୧୩୪, ମୟୂରଭଞ୍ଜରୁ ୧୨୦, ବାଲେଶ୍ୱରରୁ ୧୦୩, ବରଗଡ଼ରୁ ୯୨, ଯାଜପୁରରୁ ୯୦, ନୂଆପଡାରୁ ୮୮, ଜଗତସିଂହପୁରରୁ ୮୬, ବଲାଙ୍ଗିରରୁ ୮୫, ସମ୍ବଲପୁରରୁ ୮୪, କଳାହାଣ୍ଡି ଓ କେନ୍ଦ୍ରାପଡାରୁ ୭୫ଜଣ ଲେଖାଏଁ, କୋରାପୁଟରୁ ୭୨, ପୁରୀରୁ ୭୦, ନବରଙ୍ଗପୁରରୁ ୬୦, ଝାରସୁଗୁଡାରୁ ୫୭, କେନ୍ଦୁଝରରୁ ୪୩, ବୌଦ୍ଧରୁ ୩୭, ଭଦ୍ରକ ଓ ଗଞ୍ଜାମରୁ ୩୪ଜଣ ଲେଖାଏଁ, ମାଲକାନଗିରିରୁ ୨୭, ରାୟଗଡା଼ରୁ ୨୧, ଦେବଗଡ଼ରୁ ୧୪, ଗଜପତିରୁ ୧୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ତେବେ କରୋନାରେ ରାଜ୍ୟରେ ଆଉ ୧୬ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧ ହଜାର ୨୨ରେ ପହଞ୍ଚିଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୫୨ ହଜାର ୨୩୯ରେ ପହଞ୍ଚିଛି । ଆକ୍ଟିଭ କେସ୍ ୨୬ ହଜାର ୮୯୧ ଥିବାବେଳେ ସୁସ୍ଥ ହେଲେଣି ୨ଲକ୍ଷ ୨୪ହଜାର ୨୭୩ଜଣ ।

Leave a Reply