ମୟୁରଭଞ୍ଜ: ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ୬୦ ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

1 min read
Corona update, Mayurbhanj Dist, sikruli and khiching Panchayat Shut Down.

ମୟୁରଭଞ୍ଜ: ଥମୁନି କରୋନା ସଂକ୍ରମଣ । ବିଶ୍ୱ ସମେତ ଦେଶରେ ବି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏମିତିକି ଓଡ଼ିଶାରେ ମଧ୍ୟ ସଂକ୍ରମଣ ସଂଖ୍ୟା ପ୍ରତିଦିନ ବଢ଼ୁଛି । ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାର ଲାଗିଛି ।

ଏହି କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରତ୍ୟେକ ସରପଞ୍ଚଙ୍କୁ ଦିଆଯାଇଛି ଜିଲ୍ଲାପାଳ ଦାୟିତ୍ୱ । ସେମାନେ ଚାହିଁଲେ ନିଜ ଅଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରିପାରିବେ । ଏହି କ୍ରମରେ ଏବେ ମୟୁରଭଞ୍ଜରେ ଦୁଇଟି ଅଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରି ସରପଞ୍ଚ ନେଇଛନ୍ତି ଏହି ନିଷ୍ପତ୍ତି । ଆସନ୍ତା ୬୦ ଘଣ୍ଟା ପାଇଁ ଏହି ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ । ଗୋଷ୍ଟି ସଂକ୍ରମଣର ଆଶଙ୍କା ଥିବା ସରପଞ୍ଚ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ମୟୂରଭଞ୍ଜ ଜିଲ୍ଲା ସୁକ୍ରୁଳୀ ବ୍ଳକର ଖିଛିଂ ଓ ଶୁକ୍ରୁଳି ପଞ୍ଚାୟତକୁ ରବିବାର ସନ୍ଧ୍ୟା ୭ରୁ ୧ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରିଛନ୍ତି ଦୁଇ ପଞ୍ଚାୟତର ସରପଞ୍ଚ । ଏନେଇ ସ୍ଥାନୀୟ ପ୍ରଶାସନ ଓ ପୋଲିସ ସହ ସବିଶେଷ ଆଲୋଚନା ପରେ ସମଗ୍ର ପଞ୍ଚାୟତକୁ ୬୦ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବ୍ୟାପକ ସଚେତନତା କରାଯାଇଛି । କୋଭିଡ୍‌-୧୯ ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଏବଂ ମାସ୍କ ପରିଧାନ କରିବା ନେଇ ପ୍ରଶାସନ ତୀକ୍ଷ୍ନ ନଜର ରଖିଛି ।

ସଟଡ଼ାଉନ ସମୟରେ ଜରୁରୀ ସେବା ଯୋଗାଉଥିବା ସଂସ୍ଥା ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ସ୍ଥାନୀୟ ଲୋକମାନେ ମଧ୍ୟ ସଟଡାଉନକୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ପୋଲିସ ପକ୍ଷରୁ ମଧ୍ୟ କଡ଼ା ପାଟ୍ରୋଲିଂ କରାଯାଉଛି । ରବିବାର ଏହି ଅଞ୍ଚଳରେ ପଜିଟିଭ୍ ଚିହ୍ନଟ ହେବା ପରେ ସମଗ୍ର ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରାଯାଇ ପଞ୍ଚାୟତକୁ ସଟଡାଉନ୍ ଘୋଷଣା କରାଯାଇଛି ।

Leave a Reply