ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା, ଗଞ୍ଜାମରେ ସର୍ବାଧିକ

1 min read
Corona Update: 6 More Patient Died In Corona

ଭୁବନେଶ୍ୱର: ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବୁଧବାର ସକାଳୁ ରାଜ୍ୟ ପାଇଁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିଛି । ପ୍ରଥମେ ସକାଳୁ ଏକାଥରକେ ୫୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାର କିଛି ସମୟ ପରେ ୬ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ତେବେ ଏହି ୬ଜଣ କରୋନା ପାଇଁ ଚିକିତ୍ସିତ ହେଉଥିବା ବେଳେ ମେଡିକାଲରେ ମୃତ୍ୟୁ ବରଣ କରିଛନ୍ତି ।

Cuttack MLA Found Positive

ମୃତକଙ୍କ ମଧ୍ୟରୁ ଜଣେ ରାୟଗଡ଼ାର ୮୦ ବର୍ଷର ବୃଦ୍ଧ ଥିବା ବେଳେ ଆଉ ଜଣେ ଗଞ୍ଜାମର ୫୬ ବର୍ଷୀୟ ବୃଦ୍ଧ ବୋଲି ଜଣାପଡ଼ିଛି । ତେବେ ରାୟଗଡ଼ାର ବୃଦ୍ଧ ଜଣକ Chronic Obstructive Pulmonary ରୋଗରେ ପୀଡ଼ିତ ଥିଲେ ।

ସେହିଭଳି ତୃତିୟ ମୃତକ ହେଉଛନ୍ତି, କେନ୍ଦ୍ରାପଡ଼ାର ୪୯ ବର୍ଷୀୟ ବ୍ୟକ୍ତି । ସେ ଡାଇବେଟିସ୍ ରୋଗରେ ଆକ୍ରାନ୍ତ ଥିଲେ । ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସେହିଭଳି ଗଞ୍ଜାମର ୬୪ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । ସେ ମଧ୍ୟ ଡାଇବେଟିସ୍‌ରେ ଆକ୍ରାନ୍ତ ଥିଲେ । ଅନ୍ୟପଟେ ଜଣେ ୫୦ ବର୍ଷୀୟ ମହିଳା ମଧ୍ୟ କରୋନା ଆକ୍ରାନ୍ତରେ ମୃତ୍ୟୁ ବରଣ କରିଛନ୍ତି । ସେ ମଧ୍ୟ ଡାଇବେଟିସ୍‌ରେ ଆକ୍ରାନ୍ତ ଥିଲେ ।

Leave a Reply