ରାଜ୍ୟରେ ଆଉ ୫୧୫ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ..?

1 min read
Corona Update: 515 More corona Patient recovered In Odisha
Another 3363 Covid patients have recovered

ଭୁବନେଶ୍ୱର: ରାଜ୍ୟରେ ଆଉ ୫୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ୫୧୫ ଜଣ ସୁସ୍ଥ ହେବା ପରେ ସମସ୍ତଙ୍କୁ ଘରକୁ ଫରିବା ପାଇଁ ଅନୁମତି ଦିଆଯାଇଛି ।

ଗୋଟିଏ ପଟେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସୁସ୍ଥଙ୍କ ସଂଖ୍ୟାମଧ୍ୟ ବଢ଼ୁଛି । ତେବେ ଏହା ରାଜ୍ୟ ପାଇଁ ଏକ ଭଲ ଖବର ବୋଲି କୁହାଯାଇପାରେ । ରାଜ୍ୟରେ ଏବେ ସୁଦ୍ଧା ୧୭ ହଜାର ୪୩୭ ଜଣ କରୋନା ଆକ୍ରାନ୍ତ ହୋଇସାରିଥିବା ବେଳେ ସେଥିମଧ୍ୟରେ ମୋଟ୍‌ ସୁସ୍ଥଙ୍କ ସଂଖ୍ୟା ହେଉଛି ୧୨୪୫୨ । ସେହିଭଳି ରାଜ୍ୟରେ ଏବେ ମୋଟ ୪ ହଜାର ୮୬୬ ସକ୍ରିୟ ମାମଲା ରହିଛି ।

ରବିବାର ୫୧୫ କରୋନା ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୧୯୯ ଜଣ ସୁସ୍ଥ ହୋଇଥିବା ବେଳେ, ଖୋର୍ଦ୍ଧାର ୮୦, ଯାଜପୁର ୪୦, ସୁନ୍ଦରଗଡ଼ ୩୭, କଟକ ୨୮, କେନ୍ଦୁଝର ୨୦, ଜଗତସିଂହପୁର ୧୮, ବାଲେଶ୍ୱର ୧୫ ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି ଝାରସୁଗୁଡ଼ା ଓ ବରଗଡ଼ ୧୩ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜ ଓ ରାୟଗଡ଼ାରୁ ୯ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ବଲାଙ୍ଗିରରୁ ୮ ଜଣ ସୁସ୍ଥ ହୋଇଥିବା ବେଳେ ଭଦ୍ରକରୁ ୭ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଗଜପତି ଓ ପୁରୀରୁ ୬ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କୋରାପୁଟରୁ ୫, ଅନୁଗୁଳ ଓ କେନ୍ଦ୍ରାପଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave a Reply