ଦେଶରେ ୩ ଲକ୍ଷ ୩୮ ହଜାର ପାର ଆକ୍ରାନ୍ତଙ୍କ ସଂଖ୍ୟା… ମୃତ୍ୟୁ ସଂଖ୍ୟା ୯ ହଜାର ୬ ଶହ ଟପିଲା

corona tally rises to 3 lakh 38 thousand in india

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଗ୍ରାଫ । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୫୦୨ ସଂକ୍ରମିତ ହୋଇଥିବା ବେଳେ ୩୨୫ ଜଣ ପ୍ରାଣ ହରାଇଛନ୍ତି । ଆଉ ଦୁଇ ଦିନ ମଧ୍ୟରେ ଆକ୍ରାନ୍ତ ସଂଖ୍ୟା ଦିନକୁ ୧୨ ହଜାର ଟପିବ ବୋଲି ଅନୁମାନ କରାଯାଉଛି । ଦେଶରେ ଏବେ କରୋନା ମୃତ୍ୟୁ ସଂଖ୍ୟା ୯ ହଜାର ୬ ଶହ ଟପିଛି। ସେହିପରି ମୋଟ୍‌ ସଂକ୍ରମିତ ୩ ଲକ୍ଷ ୩୮ ହଜାର ପାର ହୋଇଛି।

ଦେଶରେ ବଢୁଛି କରୋନା… ମହାରାଷ୍ଟ୍ରରେ ଲକ୍ଷେରୁ ଅଧିକ ସଂକ୍ରମିତ

ଆକ୍ଟିଭ ମାମଲା ୧ ଲକ୍ଷ ୫୫ ରୁ ଅଧିକ ରହିଥିବା ବେଳେ ୧ ଲକ୍ଷ ୭୩ ହଜାରରୁ ଅଧିକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ କରୋନା ସ୍ଥିତି ସାଂଘାତିକ ରହିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧ ହଜାର ୬୬୬ ଓ ଦିଲ୍ଲୀରେ ୧ ହଜାର ୬୪୭ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରରେ ସଂକ୍ରମିତ ସଂଖ୍ୟା ୧ ଲକ୍ଷ ୮ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ହଜାର ପାଖାପାଖି ପହଞ୍ଚିଛି । ତାମିଲନାଡୁ ଆକ୍ରାନ୍ତ ସଂଖ୍ୟା ୪୬ ହଜାର ଓ ଦିଲ୍ଲୀରେ ୪୨ ହଜାର ପାର କରିଛି ।

Leave a Reply