ଦେଶରେ ବଢୁଛି କରୋନା ଗ୍ରାଫ୍‌… ଜୁଲାଇ ସୁଦ୍ଧା ୫ ଲକ୍ଷ ଛୁଇଁ ପାରେ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ନିଶ୍ଚିତ ଭାବରେ ଚିନ୍ତାଜନକ ବିଷୟ । ଜୁଲାଇ ସୁଦ୍ଧା ଭାରତରେ ୫ ଲକ୍ଷ ଛୁଇଁପାରେ କରୋନା ସଂକ୍ରମିତଙ୍କ ସଂଖ୍ୟା । ଏଭଳି ଅନୁମାନ କରିଛନ୍ତି ଆମେରିକା ପ୍ରଫେସର ଭ୍ରମର ମୁଖାର୍ଜୀ । ତେବେ ଗତ ୫ ଦିନ ମଧ୍ୟରେ ଦେଶରେ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟା ଉପରେ ନଜର ପକାଇଲେ ଏହି ସଂଖ୍ୟା ଆହୁରି ବଢିବା ବୋଲି କୁହାଯାଉଛି । ଏଭଳି ପରିସ୍ଥିତିରେ ପୁଣି ଥରେ ସରକାର ଲରଡାଉନ୍‌ ବଢାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବଦଳିଲା ଟ୍ରମ୍ପଙ୍କ ସ୍ୱର: ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟଙ୍କୁ ଜଣାଇଲେ ଧନ୍ୟବାଦ

ଯଦି ଏଭଳି ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲେ ତେବେ ଏହି ସଂଖ୍ୟାକୁ କାବୁ କରିବା ସହଜ ହେବ ନାହିଁ । ବଢୁଥିବା ସଂକ୍ରମିତ ସଂଖ୍ୟାକୁ ନେଇ ବଡ ଦାବି କରିଛନ୍ତି ଆମେରିକା ପ୍ରଫେସର ଭ୍ରମର ମୁଖାର୍ଜୀ । ଦାବି ଅନୁଯାୟୀ ଯଦି ଏଭଳି ଭାବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲେ ତେବେ ଜୁଲାଇ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୫ ଲକ୍ଷ ଛୁଇଁବ । କାରଣ ଗତ ୫ ଦିନ ମଧ୍ୟରେ ଦେଶରେ ୬ ହଜାରରୁ ଅଧିକ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ୨୦ ତାରିଖରୁ ୨୫ ତାରିଖ ମଧ୍ୟରେ ୬,୨୦୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ପୂର୍ବ ୫ ଦିନର ସଂଖ୍ୟା ଉପରେ ନଜର ପକାଯାଏ ତେବେ ୨୦ ତାରିଖରେ ଆସିଥିଲା ୫,୬୧୧ ମାମଲା । ୨୧ ତାରିଖରେ ଆସିଥିଲା ୫, ୬୦୯ ମାମଲା ।

୨୨ ତାରିଖରେ ଆସିଥିଲା ପ୍ରାୟ ୬, ୦୦୦ ମାମଲା । ୨୩ ତାରିଖରେ ଆସିଥିଲା ୬, ୬୫୪ ମାମଲା । ୨୪ ତାରିଖରେ ଆସିଥିଲା ୬, ୭୬୭ ମାମଲା ଓ ୨୫ ତାରିଖରେ ଆସିଲା ୬,୯୭୭ ଟି ପଜିଟିଭ ମାମଲା । ଆଗାମୀ ଦିନରେ ଦୈନିକ ପ୍ରାୟ ୧୦ ହଜାର ମାମଲା ଆସିପାରେ ବୋଲି ଅନୁମାନ କରାଯାଉଛି । ଯ଼ଦି ଏଭଳି ସଂଖ୍ୟା ବଢିଚାଲେ ତେବେ ଏହି ସଂଖ୍ୟା ୨୧ ଲକ୍ଷରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି । ସେପଟେ ଆସନ୍ତା ୩୧ ତାରିଖରେ ଶେଷ ହେଉଥିବା ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍‌ ଏଣୁ ଲକଡାଉନ୍‌ ବୃଦ୍ଧି କରିବା ଉପରେ ପୁଣି ଥରେ ସରକାର ବିଚାର କରିପାରନ୍ତି ବୋଲି କୁହାଯାଉଛି ।  ତେବେ ଆଜି ସୁଦ୍ଧା ଦେଶରେ ୧,୪୫,୩୮୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ମୃତକଙ୍କ ସଂଖ୍ୟା ୪,୧୬୭ରେ ପହଞ୍ଚିଛି  ।

Leave a Reply