ବ୍ରହ୍ମପୁର ବଡ଼ ମେଡିକାଲରୁ ଖସି ପଳାଇଲା କରୋନା ସନ୍ଦିଗ୍ଧ

1 min read

ବ୍ରହ୍ମପୁର: ଦେଶରେ ଆତଙ୍କ ଖେଳାଇଛି କରୋନା ଭାଇରସ୍ । ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି । ପ୍ରତିଦିନ ନୂଆ ନୂଆ ସନ୍ଦିଗ୍ଧ ମାମଲା ନଜରକୁ ଆସୁଛି । ସ୍ଥିତିର ମୁକାବିଲା ପାଇଁ ରାଜ୍ୟଠୁ ଆରମ୍ଭ କରି କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ପ୍ରଶାସନ କରୋନା ସଂକ୍ରମଣ ରୋକିବାକୁ ପଦକ୍ଷେପ ନେଉଥିବା ବେଳେ ଲୋକେ କିନ୍ତୁ ମାନୁନାହାନ୍ତି । ଯାହାର ଉଦାହରଣ ଦେଖିବାକୁ ମିଳିଛି ବ୍ରହ୍ମପୁର ବଡ଼ ମେଡିକାଲରେ ।

FILE

ଶନିବାର ଅପରାହ୍ଣରେ ବ୍ରହ୍ମପୁର ଏମକେସିଜିରେ ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିଲା । ତାଙ୍କୁ କିଛିଦିନ ହେବ କାଶ, ଛିଙ୍କ ଓ ଥଣ୍ଡା ଲାଗି ରହିଥିଲା । ଡାକ୍ତରଙ୍କୁ ଆଇସୋଲେସନ୍ ୱାର୍ଡରେ ରଖି ଚିକିତ୍ସା କରୁଥିଲେ । ତେବେ, ସେ ଆଜି ମେଡିକାଲରୁ ଖସି ପଳାଇଥିବା ଜଣାପଡ଼ିଛି । ସନ୍ଦିଗ୍ଧ ଜଣଙ୍କ ନାମ ପ୍ରଭାତ କୁମାର ପଲାଇ ତାଙ୍କ ଘର କୃଷ୍ଣପ୍ରସାଦ ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି ।

ସେପଟେ ଜିଲ୍ଲା ପ୍ରଶାସନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛି । ମହାମାରୀ କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ ସଚେତନତା ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍ କରିବା ସହ ନିଜ ନିଜ ହେଡକ୍ୱାର୍ଟରରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

https://youtu.be/BOpVxG_ZLkc

Leave a Reply