କରୋନା: ଦ୍ୱିତୀୟ ପର୍ଯ୍ୟାୟରେ ହିଁ ଜିତିବାକୁ ହେବ ଯୁଦ୍ଧ

1 min read

କରୋନା ପାଇଁ ସାରା ବିଶ୍ୱରେ ପଡିଛି ହାହାକାର । ଗୋଟିଏ ପରେ ଗୋଟିଏ ଦେଶ କରୋନା ଦ୍ୱାରା ସଂକ୍ରମିତ ହେବା ସହ ଆତଙ୍କର ପରିଧି ବଢୁଛି । ଆମେରିକା ଜରୁରୀକାଳିନ ପରିସ୍ଥିତି ଜାରି କରିସାରିଛି । ଇଟାଲି ଦେଶ ବାହାର କଥା ଛାଡନ୍ତୁ,ଦେଶ ଭିତରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି ।  ଆଉ କାହାରି ଆୟତରେ ନାହିଁ  କରୋନା ଭାଇରସ ।

Image result for corona virus

ଗତ ୧୦ ଦିନ ମଧ୍ୟରେ ଭାରତରେ ବି ସ୍ଥିତି ଗମ୍ଭୀର ହୋଇ ସାରିଲାଣି । ବିଶେଷଜ୍ଞ ମାନେ କହୁଛନ୍ତି ଭାରତ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ରହିଛି । ଅର୍ଥାତ ଅନ୍ୟ ଦେଶରୁ ସଂକ୍ରମଣର ଶିକାର ହୋଇଛନ୍ତି ଭାରତୀୟ । ଯାହା ବ୍ୟକ୍ତିଗତ ସ୍ତରରେ ହିଁ ରହିଛି । ସେମାନଙ୍କଠୁ ଆଉ କେହି ଭାଇରସର ଆକ୍ରାନ୍ତ ହୋଇନାହାନ୍ତି । ଅର୍ଥାତ ଚୀନ ଓ ଇଟାଲୀ ଭଳି ଦୁର୍ଦ୍ଦଶା ଭାରତରେ ହୋଇନାହିଁ । କିନ୍ତୁ ଏହା ଅସମ୍ଭବ ବି ନୁହଁ ।

Image result for blank airport

ସମୟ ବିରୋଧରେ ଯୁଦ୍ଧ

ଭାରତ ସରକାରଙ୍କ ପାଖରେ ମାତ୍ର 30 ଦିନ ସମୟ ଅଛି । କରୋନା ଦ୍ୱିତୀୟରୁ ତୃତୀୟ ପର୍ଯ୍ୟାୟକୁ ପ୍ରବେଶ କରିବା ପୂର୍ବରୁ ଏହା ଉପରେ କାବୁ ହିଁ ଏକମାତ୍ର ରାସ୍ତା,ଏହି ମହାମାରୀକୁ ରୋକିବାର । । ନହେଲେ ସ୍ଥିତି ଗମ୍ଭୀର ହେବ ।

Image result for icmr

ICMR ବା ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର କହିବା କଥା 30 ଦିନ ଭିତରେ  COVID-19କୁ ତୃତୀୟ ପର୍ଯ୍ୟାୟକୁ ଯିବା ପୂର୍ବରୁ ତାକୁ ରୋକିବାକୁ ପଡ଼ିବ । ଯ଼ଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ସରକାର ଏହାର ମୁ୍କାବିଲାରେ ସଫଳ ହୋଇଛନ୍ତି । ତଥାପି ଆଗକୁ କଣ ହେବ କହି ହେବନି ।

ତୃତୀୟ ପର୍ଯ୍ୟାୟକୁ ଗଲେ କଣ ହେବ ?

COVID-19 ତୃତୀୟ ପର୍ଯ୍ୟାୟକୁ ଗଲେ ବ୍ୟାପକ ପରିମାଣରେ ଲୋକେ ଭାଇରସର ଆକ୍ରାନ୍ତ ହେବେ । ଏହା ପରେ ଚତୁର୍ଥ ପର୍ଯ଼ାୟରେ ଏହା ମୃହାମାରୀର ରୁପ ଧାରଣ କରିଥାଏ । ଯାହାକୁ ଆୟତ କରିବା କଷ୍ଟସାଧ୍ୟ ହୋଇପଡ଼ିବ ।

Image result for COVID-19

ଚୀନ ଓ ଇଟାଲୀ ଷଷ୍ଠ ପର୍ଯ଼ାୟରେ ଅଛନ୍ତି । ସେଠାରେ ପ୍ରତ୍ୟେକ ଦିନ ଶହ ଶହ ଲୋକଙ୍କ ମୃତ୍ୟୁ ହେଉଛି । ଭାରତ ତୃତୀୟ ପର୍ଯ୍ୟାୟରେ ପହଁଚିଲେ ବି ଏହାର ମୁ୍କାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । କିନ୍ତୁ ସମସ୍ୟା ହେଲା ସମୟ । ଏବେ ସରକାରଙ୍କ ହାତରେ ପ୍ରସ୍ତୁତ ହେବାକୁ ରହିଛି କମ ସମୟ ।  ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ 6 ହଜାର 500 ରକ୍ତ ନମୂନା ପରୀକ୍ଷା ହୋଇଥିବା ବେଳେ 89ଟି ପଜିଟିଭ ରିପୋର୍ଟ ଆସିଛି । ଯାହା ଦୁଇ ପ୍ରତିଶତ ପାଖାପାଖି ବୋଲି ରିପୋର୍ଟ ପ୍ରକାଶ ପାଇଛି ।

Leave a Reply