କରୋନାର ରେକର୍ଡ: ଗୋଟିଏ ଦିନରେ ୫୦ ହଜାର ସଂକ୍ରମଣ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ନୂଆ ୫୦ ହଜାର ସଂକ୍ରମଣ ମାମଲା ଚିହ୍ନଟ କରାଯାଇଛି । ଅନ୍ୟପକ୍ଷରେ ଗୋଟିଏ ଦିନରେ କରୋନା ନେଇଛି ୭୪୦ ଜୀବନ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ଦିନ ଜାରି କରାଯାଇଥିବା ଅପଡେଟ୍ ଅନୁସାରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୮୭ ହଜାର ୯୪୫ ରହିଛି ।ଅନ୍ୟପକ୍ଷରେ ୩୦ ହଜାର ୬୦୧ ଜଣ ଏପର୍ଯ୍ୟନ୍ତ ପ୍ରାଣ ହରାଇଲେଣି ।

ତେବେ ଆଶ୍ୱାସନାର ବିଶୟ ହେଉଛି ଏପର୍ଯ୍ୟନ୍ତ ୮ ଲକ୍ଷ ୧୭ ହଜାର ରୋଗୀ ଠିକ୍ ହୋଇ ସାରିଲେଣି । ଅନ୍ୟପକ୍ଷରେ ୪୪ ହଜାର ଆକ୍ଟିଭ୍ କେସ୍ ରହିଛି । ଆଇସିଏମଆର ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ୧ କୋଟି ୫୪ ଲକ୍ଷରୁ ଅଧିକ ଟେଷ୍ଟ ହୋଇ ସାରିଲାଣି । ୨୩ ଜୁଲାଇରେ ୩ ଲକ୍ଷ ୫୨ ହଜାରରୁ ଅଧିକ ଟେଷ୍ଟ ହୋଇଥିଲା ।

କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ରାଜ୍ୟଙ୍କ ତାଲିକାରେ ପ୍ରଥମ ସ୍ଥାନରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ମୋଟ ରୋଗୀଙ୍କ ସଂଖ୍ୟା ୩ ଲକ୍ଷ ୪୭ ହଜାରରୁ ଅଧିକ । ଏପର୍ଯ୍ୟନ୍ତ ୧୨ ହଜାର ୮୫୪ ଜଣ ପ୍ରାଣ ପ୍ରାଣ ହରାଇଲେଣି । ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୧ ଲକ୍ଷ ୯୪ ହଜାରରୁ ଅଧିକ ରୋଗୀ ଠିକ ହୋଇ ସାରିଛନ୍ତି । ଅନ୍ୟପକ୍ଷରେ ୧ ଲକ୍ଷ ୪୦ ହଜାର ଆକ୍ଟିଭ୍ କେସ୍ ରାଜ୍ୟରେ ରହିଛି ।

ଦିଲ୍ଲୀରେ ୪୬ ଲକ୍ଷ ଲୋକଙ୍କୁ ହୋଇଥିଲା କରୋନା! ବିନା ଚିକିତ୍ସାରେ କେମିତି ଠିକ୍ ହେଲେ ଏତେ ?

Leave a Reply