ନାବାଳିକାଙ୍କୁ ଦୁଷ୍କର୍ମ: ପୋଲିସ ହାତରେ ସିସିଟିଭି ରେକର୍ଡିଂ

1 min read

ମୈଦାନଗନ୍ଦି: କରୋନାଠୁ ବଞ୍ଚିବାକୁ ସବୁ ପ୍ରକାର ପ୍ରୟାସ ଚାଲିଥିବା ବେଳେ କେତେ ନୃସଂଶଙ୍କ କାର୍ଯ୍ୟକଳାପରେ କିନ୍ତୁ ବନ୍ଦ ହେଉ ନାହିଁ । ଏଭଳି ପରିସ୍ଥିତିରେ ମଧ୍ୟ ସେମାନଙ୍କ ଭିତରେ ଏମିତି ଘୃଣ୍ୟ ଚିନ୍ତା ରହୁଛି । ଏବଂ କୋଭିଡ ସେଣ୍ଟରରେ କରୁଛନ୍ତି ଦୁଷ୍କର୍ମ ।  ମୈଦାନଗନ୍ଦି ସ୍ଥିତି ଗୋଟିଏ କୋଭିଡ ସେଣ୍ଟରରେ ୧୫ବର୍ଷୀୟ କରୋନା ପଜିଟିଭ୍ ନାବାଳିକାଙ୍କୁ ଶାରୀରିକ ଶୋଷଣ କରାଯାଇଥିବା ଅଭିଯୋଗ ହୋଇଛି । ପୀଡ଼ିତା ଜଣଙ୍କ କୋଭିଡ଼ ସେଣ୍ଟରରେ ଥିବା ଦୁଇଜଣ ଯୁବକ ନାଁରେ ଥାନାରେ ଅଭିଯୋଗ କରିଛି ।


ଅଭିଯୋଗ ଅନୁସାରେ ଜଣେ ଯୁବକ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲା ଏବଂ ଆଉ ଜଣେ ତାଙ୍କୁ ସହଯୋଗ କରିଥିଲା । ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁସାରେ ଏନେଇ ଦୁଷ୍କର୍ମ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଯାଇଛି ।  ତେବେ ସୂଚନା ଅନୁସାରେ ଯେବେ ପର୍ଯ୍ୟନ୍ତ  ଯୁବକଙ୍କ ରିପୋର୍ଟ କରୋନା ନେଗେଟିଭ୍ ଆସି ନାହିଁ ସେପର୍ଯ୍ୟନ୍ତ ସେମାନଙ୍କୁ ଗିରଫ କରାଯାଇପାରିବ ନାହିଁ ।


ଦକ୍ଷିଣ ଦିଲ୍ଲୀରେ ମୈଦାନଗନ୍ଦି ଅଞ୍ଚଳରେ କୋଭିଡ଼ ସେଣ୍ଟର କରାଯାଇଛି । ଏହାର ତଦାରଖ ଜିମା ଆଇଟିବିପି ପାଖରେ ରହିଛି । ପୀଡ଼ିତା କରୋନା ପଜିଟିଭ୍ ହେବା ପରେ ତାଙ୍କ କୋଭିଡ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ଏବଂ ସେଠାରେ ୧୮-୧୯ବର୍ଷୀୟ ଦୁଇ ଜଣ ଯୁବକ କରୋନା ପଜିଟିଭ୍ ହୋଇ ଭର୍ତ୍ତି ହୋଇଥିଲେ । ଅଭିଯୋଗ ଅନୁସାରେ ୧୪ଜୁଲାଇ ଦିନ ଏକ ଶୁନଶାନ ସ୍ଥାନକୁ ନେଇ ଯୁବକ ଜଣଙ୍କ ଶାରୀରିକ ସମ୍ପର୍କ ରଖିଥିଲେ । ଏବଂ ଏଥିରେ ତାଙ୍କୁ ଆଉ ଜଣେ ଯୁବକ ସାହାଯ୍ୟ କରିବା ସହ ଯୁବତୀଙ୍କୁ କାହାକୁ ନ କହିବାକୁ ଧମକ ମଧ୍ୟ ଦେଇଥିଲେ ।

ଅଭିଯୋଗ ପରେ ଯୁବତୀଙ୍କୁ ଆଉ ଏକ କୋଭିଡ ସେଣ୍ଟରକୁ ପଠାଇ ଦିଆଗଲା । ଅନ୍ୟପଟେ ଅଭିଯୁକ୍ତଙ୍କୁ ମଧ୍ୟ ଆଉ ଏକ କୋଭିଡ ସେଣ୍ଟରକୁ ପଠାଇଦିଆଗଲା । କଡ଼ା ସୁରକ୍ଷା ମଧ୍ୟରେ କିପରି ଏମିତି କାଣ୍ଡ ଘଟିଗଲା ସେ ନେଇ ପ୍ରଶ୍ନ ଉଠିଛି । ତେବେ କୋଭିଡ଼ ସେଣ୍ଟରରେ ସବୁ ଆଡେ ସିସିଟିଭି କ୍ୟାମେରା ଥିବା ବେଳେ ଏହାର ରେକର୍ଡିଂକୁ ପୋଲିସକୁ ହସ୍ତାନ୍ତର କରାଯାଇଛି ।

Leave a Reply