ଦେଶରେ ବଢୁଛି କରୋନା ସଂକ୍ରମଣ : ୧୮ ହଜାରରୁ ଅଧିକ ଆକ୍ରାନ୍ତ, ୫୯୦ ମୃତ, ଓଡ଼ିଶାକୁ କେନ୍ଦ୍ରର ପ୍ରଶଂସା

ନୂଆଦିଲ୍ଲୀ: ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧୫୫୩ ଟି ନୂଆ ପଜିଟିଭ କେସ୍‌ ଚିହ୍ନଟ ହୋଇଥିବା ବେଳେ ୪୭ ଜଣଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତରେ କରୋନାଭାଇରସ୍ ଯୋଗୁଁ ଏପର୍ଯ୍ୟନ୍ତ ୫୯୦ ଜଣଙ୍କର ମୃତ୍ୟୁ ହୋଇଛି । ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୮,୬୦୨କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ଏକ ଭଲ ଖବର ଏହା ଯେ, ୩,୨୫୨ ରୋଗୀ ଏହି ରୋଗକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି  । କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକଡାଉନ୍ କୁ ଆସନ୍ତା ମେ ମାସ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଦିଲ୍ଲୀ ଓ ମହାରାଷ୍ଟ୍ରରେ ଏବେ ବି ସ୍ଥିତି ଗମ୍ଭୀର ରହିଛି । ଦିନକୁ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୫୦୦ ଅତିକ୍ରମ କରିଯାଉଛି ।

ଏ କ୍ଷେତ୍ରରେ କିନ୍ତୁ ଓଡ଼ିଶା ଓ କେରଳର ଛବି ସମ୍ପୂର୍ଣ୍ଣ ଅଲଗା । ଏହି ଦୁଇ ରାଜ୍ୟର ଭାଇରସ ମୁକାବିଲା ମଡେଲକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର । ୩୦ ଦିନ ମଧ୍ୟରେ ଦୁଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି  । ଯାହା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଛି । ୨୦ ଦେଶ ସହ ମିଶି ଭାରତ ସରକାର କରୋନା ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଦେଶର କିଛି ସ୍ଥାନରେ କଟକଣା କୋହଳ କରାଯାଇଛି । କିଛି ଅତ୍ୟାବଶ୍ୟକ ସେବାକୁ ଲକ୍‌ଡାଉନ ଭିତରେ ଆରମ୍ଭ କରିବା ପାଇଁ କୁହାଯାଇଛି । ବିଶ୍ୱରେ ୨୪ ଲକ୍ଷ ପାର ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଲକ୍ଷେ ୬୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । କେବଳ ଆମେରିକାରେ ୭ ଲକ୍ଷ ୬୪ ହଜାର ଆକ୍ରାନ୍ତ ଥିବା ବେଳେ ୪୦ ହଜାର ୫୦୦ ଟପିଲାଣି ମୃତ୍ୟୁ ସଂଖ୍ୟା । ଏଥିସହ ସ୍ପେନରେ ଦୁଇ ଲକ୍ଷ, ଇଟାଲୀରେ ଳକ୍ଷେ ୭୮ ହଜାର, ଫ୍ରାନ୍ସରେ ଲକ୍ଷେ ୫୨ ହଜାର ଆକ୍ରାନ୍ତ ଆଜି ପର୍ଯ୍ୟନ୍ତ ଚିହ୍ନଟ ହେଲେଣି ।

Leave a Reply