୧୦୦ ବର୍ଷ ତଳର ଏହି ଫଟୋ ସବୁରେ ଆପଣ ଦେଖିବେ କରୋନାର ଚିହ୍ନ !

1 min read

ଲକ୍ ଡାଉନ୍ ସଟ୍ ଡାଉନ୍ ଭିତରେ ଦୁନିଆ ବନ୍ଦି । ସାମାଜିକ ଦୂରତା,କ୍ୱାରେଣ୍ଟାଇନ୍ ଆମ ଡିକ୍ସନାରୀ ଭିତରକୁ ଧସେଇ ପସିଛନ୍ତି । ମାର୍ଚ୍ଚ ମାସ ପୂର୍ବରୁ ଆମେ ଏହି ଶବ୍ଦ ସହ ବିଶେଷ ପରିଚିତ ନଥିଲେ । କିନ୍ତୁ ଏବେ ଏହା ଆମ ନିତିଦିନିଆ କଥାବାର୍ତ୍ତାର ଅଙ୍ଗ । ତେବେ କ’ଣ ପ୍ରଥମ ଥର ପାଇଁ ବିଶ୍ୱ ଇତିହାସରେ ଏମିତି କିଛି ଦେଖିବାକୁ ମିଳିଛି? ପ୍ରଥମ ଥର ପାଇଁ ବିଶ୍ୱର ଅନେକ ଦେଶ କ’ଣ ନିଜ ନାଗରିକଙ୍କୁ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ବୋଲି କହୁଛନ୍ତି ? ଉତ୍ତର ହେଉଛି ନା । ୧୯୧୮ ମସିହାରେ ଦୁନିଆ ଏମିତି ଲକଡାଉନ ଦେଖିଥିଲା । ଲୋକଙ୍କୁ ଘରେ ରହିବାକୁ ସରକାର କହୁଥିଲେ । ମୁହଁରେ ମାସ୍କ ପିନ୍ଧି ବାହାରକୁ ବାହାରିବା ପାଇଁ ପ୍ରଚାର ହେଉଥିଲା ।

ତେବେ ୧୯୧୮ରେ କ’ଣ ହୋଇଥିଲା ? କାହିଁକି ଦୁନିଆର ସବୁ ସରକାର ବିଶେଷକରି ଆମେରିକା ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଉଥିଲା ? ଉତ୍ତର ହେଉଛି ସେତେବେଳେ ବି ସ୍ପାନିସ ଫ୍ଲୁ ନାମକ ଭାଇରସର ଶିକାର ହୋଇଥିଲେ କୋଟିକୋଟି ଲୋକ । ଏକ ହିସାବ ଅନୁସାରେ ସ୍ପାନିସ ଫ୍ଲୁ ୫ କୋଟିରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା । ପ୍ରଥମ ବିଶ୍ୱଯୁଦ୍ଧର ଆରମ୍ଭ ୧୯୧୪ ମସିହାରେ ହୋଇଥିଲା । ସରିଥିଲା ୧୯୧୮ ମସିହାରେ । ପ୍ରଥମ ବିଶ୍ୱଯୁଦ୍ଧରେ ଯେତିକି ଲୋକ ମରିଥିଲେ,ତାଠାରୁ ଅଧିକ ଜୀବନ ନେଇଥିଲା ସ୍ପାନିସ୍ ଫ୍ଲୁ । ସ୍ପାନିସ ଫ୍ଲୁ କବଳରେ ପୀଡିତ ମାନବ ସମାଜ ପାଖରେ ଜୀବନ ବଂଚାଇବା ପାଇଁ ଗୋଟିଏ ରାସ୍ତା ଥିଲା-ସାମାଜିକ ଦୂରତା । ଲୋକଙ୍କୁ ଘରେ ରହିବାକୁ ରୀତିମତ କୁହାଯାଉଥିଲା । ଏନେଇ ପ୍ରଚାର ଚାଲିଥିଲା । ଦେଖନ୍ତୁ ସେହି ସମୟର କିଛି ଚିତ୍ର,ଯାହା ହୁଏତ ଆପଣଙ୍କୁ ଚମକାଇ ଦେବ । ଏହି ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଫଟୋ ୧୦୨ ବର୍ଷ ପୁରୁଣା ନହୋଇ ୨୦୨୦ର ବୋଲି ଆପଣ ଭାବି ପାରନ୍ତି..

୧୯୧୮ ମସିହାରେ ଆମେରିକା ସରକାର ଦ୍ୱାରା ଜାରି ପୋଷ୍ଟରରେ ଲୋକଙ୍କୁ ଘରେ ରହିବାକୁ କୁହାଯାଇଥିଲା । ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ନାରା ଆଜିକୁ ୧୦୨ ବର୍ଷ ତଳେ ମଧ୍ୟ ଗୋଟିଏ ମହାମାରୀ ବିରୋଧରେ ଥିଲା ସବୁଠୁ ବଡ ମାରକ ଅସ୍ତ୍ର ।

NEWYORK POLICE

୨୦୨୦ରେ ଆପଣ ପୋଲିସକୁ ପ୍ରୋଆକ୍ଟିଭଲି ରାସ୍ତାରେ ଦେଖୁଥିବେ । କରୋନା ବିରୋଧ ଯୁଦ୍ଧରେ ଫ୍ରଣ୍ଟଲାଇନରେ ରହୁଥିବା ପୋଲିସ ୧୦୦ ବର୍ଷ ତଳେ ମଧ୍ୟ ସ୍ପେନିସ ଫ୍ଲୁ ଲଢେଇରେ ଆଗରେ ଥିଲା । ରାସ୍ତା ଉପରେ ମାକ୍ସ ସହ ସେମାନଙ୍କୁ ଆକ୍ସନରେ ଦେଖିବାକୁ ମିଳୁଥିଲା ।

NURSE IN 1918

୧୯୧୮ର ଏହି ପ୍ରଚାରପତ୍ରରେ ଜଣେ ନର୍ସଙ୍କୁ ଦେଖିବାକୁ ମିଳୁଛି । ମାସ୍କ ପିନ୍ଧିଥିବା ଏହି ନର୍ସ ଜଣକ ଇନଫ୍ଲୁଏଂଜାରୁ କେମିତି ବଂଚିବେ ସେ ବାବଦରେ କହୁଛନ୍ତି ।

1918 public notice

କାନାଡର କେଲୱାନା ସହରର ମେୟରଙ୍କ ଦ୍ୱାରା ସହରର ସମସ୍ତ ସ୍କୁଲ,କଲେଜ୍ ଓ ସିନେମା ହଲ ବନ୍ଦ ନେଇ ନୋଟିସ । ଏହି ନୋଟିସ ଗୋଟିଏ ଖବର କାଗଜରେ ନଭେମ୍ବର ୭ ତାରିଖ ୧୯୧୮ରେ ପ୍ରକାଶିତ ହୋଇଥିଲା । ଏହି ଫଟୋ ଦେଖିଲା ପରେ ବି ଯଦି ଆପଣ ଭାବୁଛନ୍ତି ଇତିହାସରେ ପ୍ରଥମ ଥର ପାଇଁ ସ୍କୁଲ କଲେଜ୍ ବନ୍ଦ ହୋଇଛି ,ତେବେ ନିଜ ଇତିହାସ ଜ୍ଞାନକୁ ସୁଧାରି ନିଅନ୍ତୁ ।

people in mask

୨୦୨୦ ଭଳି ୧୯୧୮ରେ ମଧ୍ୟ ମାସ୍କ ଜୀବନର ଅଙ୍ଗ ହୋଇଯାଇଥିଲା । ଏହି ଫଟୋରେ ଆମେରିକାର ଗୋଟିଏ ପରିବାରକୁ ମାସ୍କ ସହ ପୋଜ୍ ଦେଉଥିବାର ଦେଖିବାକୁ ମିଳୁଛି ।

friends in talk

ମାସ୍କ୍ ଭିତରୁ ହାଲୋ ହାଏ : ୧୯୧୮ର ସେହି ମହାମାରୀ କାଳରେ ସାମାଜିକ ସମ୍ବନ୍ଧ ପୁରାପୁରି ଭୁଷୁଡି ପଡିନଥିଲା । ରାସ୍ତାରେ ଏମିତି ଦୃଷ୍ୟ ବି ଦେଖିବାକୁ ମିଳୁଥିଲା । ଯେଉଁଥିରେ ରାସ୍ତାଘାଟରେ ପରିଚିତଙ୍କ ସହ ମାସ୍କ ପିନ୍ଧି ଗପ ମାରୁଥିଲେ କିଛି ବ୍ୟକ୍ତି ।

1918 advt

ମହାମାରୀ ଭିତରେ ବ୍ୟବସାୟ : ୧୯୧୮ ଓ ୨୦୨୦ ମଧ୍ୟରେ ଗୋଟିଏ ଫରକ ଥିଲା । ସେତେବେଳେ ମୋବାଇଲ ନଥିଲା । ସେତେବେଳେ ଥିଲା ଟେଲିଫୋନ୍ । ଆଉ ମହାମାରୀକୁ ଆମେରିକାର ଟେଲିଫୋନ୍ କମ୍ପାନୀ ମାନେ ବ୍ୟବସାୟର ସୂବର୍ଣ୍ଣ ସୁଯୋଗ ଭାବେ ନେଇଥିଲେ ।  ବେଲ୍ ଟେଲିଫୋନ୍ କମ୍ପାନୀ ଦ୍ୱାରା ଜାରି ଏହି ବିଜ୍ଞାପନ ଦେଖନ୍ତୁ । ଏଥିରେ କୁହାଯାଉଛି ଯେ, କ୍ୱାରେଣ୍ଟାଇନରେ ଥିବା ବେଳେ ବେଲ୍ ଟେଲିଫୋନ୍ ଥିଲେ ଲୋକ ନିଜକୁ ଏକଲା ବୋଲି ଭାବନ୍ତି ନାହିଁ । ବେଲ୍ ଟେଲିଫୋନ୍ ରୁଗଣଙ୍କ ମନରେ ଖୁସୀ ଆଣେ ବୋଲି ବିଜ୍ଞାପନରେ ଦାବି କରାଯାଇଥିଲା । ଏହି ବିଜ୍ଞାପନ ଦେଖିଲେ ଲାଗୁଛି,୧୦୦ ବର୍ଷ ଭିତରେ ସବୁକିଛି ବଦଳିଛି କିନ୍ତୁ ବ୍ୟବସାୟର ମୁଳଫଣ୍ଡା ବଦଳିନାହିଁ । ତାହା ହେଉଛି ଆପଦକୁ ସୁଯୋଗ କରାଯାଉ ।

two friends

ମାସ୍କଠାରୁ ଆଗକୁ  । ଏହି ଚିତ୍ରରେ ଦୁଇ ଜଣ ମହିଳାଙ୍କୁ ନିଜ ମୁହଁକୁ ସମ୍ପୂର୍ଣ୍ଣ ଭାବେ ଘୋଡାଇ ରଖି କଥା ହେଉଥିବା ଦେଖିବାକୁ ମିଳେ । ତେବେ ସେମାନେ କ’ଣ କଥା ହେଉଥିବେ ମହାମାରୀ ଭିତରେ ? ଶହେ ବର୍ଷ ପରେ କିଏ ଜାଣେ ସେମାନେ ପାଗକୁ ନେଇ କଥା ହେଉଥିଲେ କି ପତିଙ୍କୁ ନେଇ !

hospital

କଳାଧଳା ଏହି ଫଟୋରେ ଗୋଟିଏ ବିରାଟ ହଲ ଭିତରେ ଅନେକ ରୋଗୀଙ୍କୁ ଦେଖିବାକୁ ମିଳୁଛି । ଯେମିତି ଏବେ ଚୀନ୍ ,ଭାରତ କିମ୍ବା ଓଡ଼ିଶାର କୋଭିଡ୍ ହସ୍ପିଟାଲ । କୋଭିଡ୍ ହସ୍ପିଟାଲ ଫଟୋ ଓ ଏହି ପୁରୁଣା ଫଟୋକୁ ଦେଖିଲେ ଟାଇମ୍ ଟ୍ରାଭେଲ କରିବା ଭଳି ଲାଗୁଛି କି ? କାରଣ ରଙ୍ଗ ଅଲଗା କିନ୍ତୁ ଦୃଷ୍ୟ ସମାନ ।

Leave a Reply