ଆଜିଠୁ ଖୋଲିବ ରାଜ୍ୟରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ

ଭୁବନେଶ୍ୱର: ଆଜିଠୁ ଖୋଲିବ ସାରା ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ । କରୋନା ସଂକଟରେ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିବ କ୍ୟାମ୍ପସ । ଜୁଲାଇ ୨୪ରେ ସରିବ ଯୁକ୍ତ ୩ ଶେଷବର୍ଷ ପରୀକ୍ଷା । ଅଗଷ୍ଟ ୨୦ରେ ସରିବ ପିଜି ସେମିଷ୍ଟାର ପରୀକ୍ଷା ।

ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଆରମ୍ଭ ହେବ ପିଜି ଆଡମିଶନ୍‌ । ସେହିପରି ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନ ଶିକ୍ଷାଦାନ ଓ ପାଠ୍ୟପୁସ୍ତକ ଯୋଗାଇଦେବାକୁ ଏକ କମିଟି ଗଠନ କରାଯାଇଛି । ଅନ୍ୟପଟେ ନଭେମ୍ବରରୁ ପିଜି କ୍ଲାସ ଆରମ୍ଭ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ।

ପ୍ରତି ପନ୍ଦର ଦିନରେ ଥରେ ଭିଡିଓ କନଫରେସିଂ ଜରିଆରେ କୁଳପତିଙ୍କ ସହ ସ୍ଥିତି ସଂପର୍କରେ ଆଲୋଚନା କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।

Leave a Reply