କରୋନା ମାଡ଼ରେ ଅର୍ଥନୀତି ବେହାଲ୍, ଚତୁର୍ଥ ତ୍ରୈମାସିକରେ ୩.୧ ପ୍ରତିଶତ ରହିଲା ଅଭିବୃଦ୍ଧି ହାର

1 min read

ନୂଆଦିଲ୍ଲୀ: କରୋନା ଲକଡାଉନ୍ ଯୋଗୁଁ ଭୁଶୁଡ଼ି ପଡ଼ିଛି ଦେଶର ଅର୍ଥ ବ୍ୟବସ୍ଥା । ୨୦୧୯-୨୦ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ (ଜାନୁଆରୀ-ମାର୍ଚ୍ଚ) ଜିଡିପି ୩.୧ ପ୍ରତିଶତ ରହିଛି । ଆଉ ପୂରା ଆର୍ଥିକ ବର୍ଷରେ ବିକାଶ ଦର ହେଉଛି ୪.୨ ପ୍ରତିଶତ । ପୂର୍ବରୁ କରୋନା ଯୋଗୁଁ ଚତୁର୍ଥ ତ୍ରୈମାସିକରେ ଜିଡିପି ଖସିବ ବୋଲି ଆକଳନ କରାଯାଇଥିଲା ।

ତୃତୀୟ ତୈମାସିକରେ ଅଭିବୃଦ୍ଧି ହାର ୪.୭ ପ୍ରତିଶତ ରହିଥିଲା । ସେତେବେଳେ ଆର୍ଥିକ ବର୍ଷରେ ବିକାଶ ଦର ଖସିବ ବୋଲି ଆକଳନ କରାଯାଇଥିଲା ।

ଗ୍ରସ୍ ଭ୍ୟାଲୁ ଆଡେଡର ରିପୋର୍ଟ ଅନୁସାରେ ଚତୁର୍ଥ ତ୍ରୈମାସିକରେ ଦେଶର ଅର୍ଥ ବ୍ୟବସ୍ଥା ୩ ପ୍ରତିଶତ ଅନୁସାରେ ବିକଶିତ ହୋଇଛି । ଯେତେବେଳେ କି ତୃତୀୟ ତ୍ରୈମାସିକରେ ବିକାଶ ଦର ୪.୫ ପ୍ରତିଶତ ଥିଲା ।

 DPIIT  ପକ୍ଷରୁ ଇଣ୍ଡଷ୍ଟ୍ରିଆଲ ଆଉଟପୁଟ୍ ରିପୋର୍ଟ ମଧ୍ୟ ଜାରି କରାଯାଇଛି । ଏପ୍ରିଲରେ ୮ କୋର ସେକ୍ଟର ଆଉଟପୁଟ୍ ୩୮.୧୦ ପ୍ରତିଶତ ଖସିଛି । ମାର୍ଚ୍ଚରେ ୮ ସେକ୍ଟରରେ ହାର ୯ ପ୍ରତିଶତ ଖସିଥିଲା ।

ଏହି ୮ ସେକ୍ଟର ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ସନ୍ ଇଣ୍ଡେକ୍ସରେ ୪୦ ପ୍ରତିଶତରୁ ଅଧିକ ଯୋଗଦାନ ଦେଇଥାନ୍ତି । ଗତ ୨ ମାସ ହେଲା ଲକଡାଉନ୍ ଯୋଗୁଁ ଏହା ଖସିବାରେ ଲାଗିଛି । ଫେବ୍ରୁଆରୀ ମାସରେ ଏହା ୭.୧ ପ୍ରତିଶତ ଥିଲା । ସାରା ଦେଶରେ ମାର୍ଚ୍ଚ ୨୫ରୁ ଲକଡାଉନ୍ ଲାଗୁ ହୋଇଥିଲା । ୨୦୧୯-୨୦ ଆର୍ଥିକ ବର୍ଷର ଶେଷ ତ୍ରୈମାସିକର ସପ୍ତାହେ ପୂର୍ବରୁ ଲକଡାଉନ୍ ଲାଗୁ ହୋଇଥିଲା ।

RBIର ବଡ ଘୋଷଣା: ରେପୋ ରେଟ୍ ହ୍ରାସ ହେତୁ ଶସ୍ତା ହୋଇପାରେ ଲୋନ୍‌,ଇଏମ୍‌ଆଇ ପାଇଁ ଆଉ ୩ ମାସ ମହଲତ

Leave a Reply