ରାଜଧାନୀରେ ପ୍ରତିଦିନ ବଢ଼ୁଛି କରୋନା ସଂକ୍ରମଣ, କାରଣ କ’ଣ ଜାଣନ୍ତୁ

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ତାର କାୟା ବିସ୍ତାର କରିଛି । ଦିନକୁ ଦିନ ରାଜ୍ୟରୁ ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ମଙ୍ଗଳବାର ରାଜ୍ୟରୁ ୧୩୪୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮୧୮ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୨୩ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ  । ତେବେ ସଂକ୍ରମଣ ବଢ଼ିବା କାରଣରୁ ରାଜ୍ୟ ଦେଶ ମଧ୍ୟରେ ୯ମ ସ୍ଥାନରେ ରହିଛି । ପୂର୍ବରୁ ଗଞ୍ଜାମ କରୋନା ଗଡ଼ ରହିଥିବା ବେଳେ ଏବେ ଗଞ୍ଜାମ ସ୍ଥିତି ଧିରେ ଧିରେ ସୁଧୁରିବାକୁ ଲାଗିଛି । କିନ୍ତୁ ଏବେ ଖୋର୍ଦ୍ଧା ସ୍ଥିତି ଗଞ୍ଜାମ ଭଳି ହେଲାଣି । କିଛି ଦିନ ହେବ ଖୋର୍ଦ୍ଧାରୁ ଗଞ୍ଜାମ ତୁଳନାରେ ବହୁ ଅଧିକ କରୋନା ସଂକ୍ରମିତି ଚିହ୍ନଟ ହେଉଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି ରାଜ୍ୟର ରାଜଧାନୀ ଭୁବନେଶ୍ୱରରୁ ପ୍ରତିଦିନ ଶତାଧିକ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ସେପଟେ ରାଜଧାନୀରେ କରୋନା ସଂକ୍ରମଣ ବଢ଼ିବାର ବିଭିନ୍ନ କାରଣ ରହିଛି ବୋଲି ଡା. ଅଶୋକ ମହାପାତ୍ର କହିଛନ୍ତି । ସେହି ସବୁ କାରଣ ମଧ୍ୟରୁ ୩ଟି ବିଶେଷ କାରଣ ହେଉଛି ପ୍ରଥମରେ ଭୁବନେଶ୍ୱର ହେଉଛି ମେଗା ସିଟି । ଏଠାରେ ଗଞ୍ଜାମ ତୁଳନାରେ ଅଧିକ ଲୋକ ବାସ କରନ୍ତି । ମେଗା ସିଟି ହୋଇଥିବାରୁ ଏଠାରେ ବାହାରୁ ଲୋକେ ଆସି ରହିଥାନ୍ତି । ସେପଟେ ତୃତୀୟ କାରଣ ହେଉଛି ଭୁବନେଶ୍ୱରରେ ଅଧିକ ପରିମାଣରେ ଟେଷ୍ଟ ହେଉଥିବାରୁ କରୋନା ସଂଖ୍ୟା ମଧ୍ୟ ବଢ଼ିଛି  ।

ତେବେ ଦେଖିବାକୁ ଗଲେ ସବୁ ରାଜ୍ୟର ରାଜଧାନୀରେ ସମାନ ପରିସ୍ଥିତି ରହିଛି ବୋଲି ଡା. ଅଶୋକ ମହାପାତ୍ର କହିଛନ୍ତି । ଏବେ କରୋନା ସଂକ୍ରମିତ ଚିହ୍ନଟ ହେବାରେ ସ୍ଥିରତା ଆସିଲାଣି । ଯାହାଫଳରେ ଆଗକୁ କମିବାର ସମ୍ଭାବନା ରହିଛି ବୋଲି କହିଛନ୍ତି । ଯଦି ସଂକ୍ରମଣ ନିୟନ୍ତ୍ରଣରେ ରୁହେ ଏବଂ ଡିସେମ୍ବର-ଜାନୁଆରୀରେ ଟିକା ଆସିଲେ ତେବେ ସ୍ଥିତି ଆହୁରି ଭଲ ହେବ ।

Leave a Reply