ଜାତୀୟ ହାରଠୁ ଓଡ଼ିଶାରେ ସଂକ୍ରମଣ ହାର କମ୍

1 min read

ନୂଆଦିଲ୍ଲୀ: ଲକଡାଉନ୍ ପୂର୍ବ ଓ ପରର କରୋନା ସଂକ୍ରମଣ ସ୍ଥିତି ଆଙ୍କିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଲକଡାଉନ ପୂର୍ବରୁ ସଂକ୍ରମଣ ମାମଲା ତିନିଦିନରେ ଦୁଇଗୁଣ ବୃଦ୍ଧି ପାଉଥିଲା । ଦେଶବ୍ୟାପୀ ଲକଡାଉନ ପରେ ୬.୨ ଦିନରେ ସଂକ୍ରମଣ ଦ୍ୱିଗୁଣିତ ହେଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍ ଶୁକ୍ରବାର ଏହି ସୂଚନା ଦେଇଛନ୍ତି ।

ଏଥିସହ ୧୯ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଜାତୀୟ ସ୍ତର ଅପେକ୍ଷା କରୋନା ସଂକ୍ରମଣ ବୃଦ୍ଧିର ହାରାହାରି ଦୁଇଗୁଣରୁ କମ୍ ରହିଛି । ଖୁସି ଖବର ହେଉଛି ଏହି ରାଜ୍ୟ ତାଲିକାରେ ରହିଛି ଓଡ଼ିଶା । ରାଜ୍ୟରେ ଏଯାବତ୍ ୬୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏବେ ୪୦ ଜଣ ସକ୍ରିୟ ଥିବା ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ରାଜ୍ୟର ପଜିଟିଭ୍‌ ହାର ଆଜି ୦.୭୯ ପ୍ରତିଶତ ରହିଛି ।

ଜାତୀୟ ସ୍ତରଠାରୁ ସଂକ୍ରମଣ ହାର କମ୍ ଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ହେଉଛି କେରଳ, ଉତ୍ତରାଖଣ୍ଡ, ହରିୟାଣା, ହିମାଚଳ ପ୍ରଦେଶ, ଚଣ୍ଡିଗଡ଼, ଲଦାଖ, ପୁଡୁଚେରୀ, ଦିଲ୍ଲୀ, ବିହାର, ଓଡ଼ିଶା, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, ପଞ୍ଜାବ, ଆସାମ ଓ ତ୍ରିପୁରା ।

ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ

ବର୍ତ୍ତମାନ ଯାଏଁ ଦେଶରେ ୧୩ ହଜାର ୮୩୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭୬୬ ଜଣ ଆରୋଗ୍ୟ ହୋଇଛନ୍ତି । ଆରୋଗ୍ୟ ହାର ଦେଶରେ ୧୩.୬ ପ୍ରତିଶତ ରହିଛି । ବିଗତ ୨୪ ଘଣ୍ଟାରେ ୧ ହଜାର ୭୬ଟି ସଂକ୍ରମିତ ମାମଲା ଆସିଛି । ଗତ ୨୪ ଘଣ୍ଟାରେ ୨୩ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪୫୨କୁ ବୃଦ୍ଧି ପାଇଛି ।

Leave a Reply