କରୋନା ମୁକାବିଲା: ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସବୁଦଳର ପ୍ରଶଂସା

1 min read

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଦଳମତ ନିର୍ବିଶେଷରେ ସମସ୍ତେ ପ୍ରଶଂସା କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ଲୋକଙ୍କ ପାଖରେ ଠିକ୍‌ଭାବେ ପହଞ୍ଚାଇବାକୁ ବିଜେପି ଓ କଂଗ୍ରେସ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହିପରି ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇବାକୁ ଦାବି କରାଯାଇଛି । ଶାସକ ଦଳ କହିଛି ରାଜ୍ୟ ସରକାର ସବୁବେଳେ ଲୋକଙ୍କ ସହ ଅଛନ୍ତି ଓ ରହିବେ ।

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଷ୍ଟ୍ରିଟ୍‌ ଭେଣ୍ଡରଙ୍କୁ ୩ ହଜାର ଟଙ୍କା ଲେଖାଏ ସହାୟତା । ପ୍ରତି ପଞ୍ଚାୟତର ୧୦୦ ରୁ ୨୦୦ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଯିବ । #NandighoshaTV

Nandighosha TV यांनी वर पोस्ट केले शनिवार, २८ मार्च, २०२०

ହଜାରେ ବେଡ୍‌ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ । ୨୨ଶହ କୋଟିର ସ୍ୱତନ୍ତ୍ର ପ୍ୟାକେଜ । କରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର କମିଟି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏସବୁ ପଦକ୍ଷେପକୁ ବିରୋଧୀ ପ୍ରଶଂସା କରିଛନ୍ତି । ତେବେ ବିଦେଶ ଫେରନ୍ତା ଲୋକଙ୍କ ଉପରେ ଦୃଷ୍ଟି ଦେଇ ସ୍ୱାସ୍ଥ୍ୟ ପରୀକ୍ଷା ସହ ନିରୀକ୍ଷଣରେ ରଖିବା ପାଇଁ କଂଗ୍ରେସ ପରାମର୍ଶ ଦେଇଛି । ବିଜେପି କହିଛି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ ।

ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ

ଅସହାୟ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବାକୁ ଉଭୟ ବିଜେପି ଓ କଂଗ୍ରେସ ପରାମର୍ଶ ଦେଇଛନ୍ତି । ରାଜ୍ୟ ବାହାରେ ଓ ଭିତରେ ଫସିଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । କଣ୍ଟ୍ରୋଲ ରୁମ୍‌ ଖୋଲିଛି। ପ୍ରତି ପଞ୍ଚାୟତରେ ଖୋଲିଛି ଅସ୍ଥାୟୀ ଚିକିତ୍ସାଳୟ । ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ହୋଇଥିବା ବେଳେ ଧାନ ସଂଗ୍ରହ ସମୟ ବୃଦ୍ଧି ପାଇଁ ସରକାର ବିଚାର କରୁଥିବା ବିଜେଡି କହିଛି ।

ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି । ଲୋକମାନେ ଆବଶ୍ୟକଚାଠାରୁ ଅଧିକ ନକିଣିବାକୁ ସରକାର ପରାମର୍ଶ ଦେଇଛନ୍ତି । ଦଳମତ ନିର୍ବିଶେଷରେ ଲକ୍‌ଡାଉନକୁ ରାଜ୍ୟବାସୀ ମାନିବା ପାଇଁ ଅପିଲ କରାଯାଇଛି ।

Leave a Reply