ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪୭କୁ ବୃଦ୍ଧି

1 min read

ଭୁବନେଶ୍ୱର: ସଂକ୍ରମଣ ସହ ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ମୃତ୍ୟୁସଂଖ୍ୟା । ଆଜି ଆଉ ୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୧୪୭ରେ ପହଞ୍ଚିଛି । ଗଞ୍ଜାମରୁ ୩, ଭୁବନେଶ୍ୱର, କଟକ, ସୁନ୍ଦରଗଡ଼ ଓ ମାଲକାନଗିରିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସୋମବାର ମୃତ୍ୟୁ ବରଣ କରିଥିବା ଗଞ୍ଜାମ ସଂକ୍ରମିତ ହେଉଛନ୍ତି ୫୧ବର୍ଷିୟ ମହିଳା,୫୫ବର୍ଷିୟ ପୁରୁଷ ଓ ୫୮ବର୍ଷିୟ ପୁରୁଷ ଯିଏ କି ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ । ଏହାସହ ଭୁବନେଶ୍ୱରେ ୪୫ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଛି ସେ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ । ସୁନ୍ଦରଗଡ଼ର ଜଣେ ୬୩ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ଏବଂ କଟକରେ ମୃତ୍ୟୁବରଣ କରିଥିବା ସଂକ୍ରମିତ ହେଉଛନ୍ତି ୬୬ବର୍ଷିୟ ପୁରୁଷ । ମାଲକାନଗିରିରୁ ୫୧ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ।

ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬ହଜାର ୮୯୨ରେ ପହଞ୍ଚିଛି । କ୍ୱାରେଣ୍ଟାଇନରୁ ହଜାରେ ୨, ସ୍ଥାନୀୟ ସଂକ୍ରମଣ ୫୦୧ ରହିଛନ୍ତି । ଗଞ୍ଜାମରୁ ସର୍ବାଧିକ ୪୯୧ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୨୩, କଟକରୁ ୧୩୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗଜପତି ଓ କନ୍ଧମାଳରୁ ୭୩ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାୟଗଡ଼ାରୁ ୬୮, ସୁନ୍ଦରଗଡ଼ରୁ ୫୭, ଯାଜପୁରରୁ ୫୧, କେନ୍ଦୁଝରରୁ ୪୩, କୋରାପୁଟ ଓ ମାଲକାନଗିରିରୁ ୩୪ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳରୁ ୩୨, ମୟୂରଭଞ୍ଜରୁ ୨୮, ଭଦ୍ରକରୁ ୨୫, ବରଗଡ଼ରୁ ୨୩ ବଲାଙ୍ଗୀରରୁ ୨୧, ବାଲେଶ୍ବରରୁ ୧୯, ସମ୍ବଲପୁରରୁ ୧୭, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୧୦ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୯, ନୟାଗଡ଼ରୁ ୮, ଜଗତସିଂହପୁରରୁ ୬, ପୁରୀ ଓ ସୋନପୁରରୁ ୪ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁରରୁ ୨, ବୌଦ୍ଧ ଓ ଅନୁଗୁଳରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Leave a Reply