୪୪ ବର୍ଷ ଯୁଦ୍ଧରେ ଯେତିକି ଆମେରିକୀୟ ମରିନଥିଲେ, ତା’ଠୁ ଅଧିକ ଜୀବନ ନେଲାଣି କରୋନା

ୱାଶିଂଟନ୍: ଆମେରିକାରେ ୧ ଲକ୍ଷରୁ ଅଧିକ ମୁଣ୍ଡ ନେଲାଣି ମହାମାରୀ କରୋନା । ବୁଧବାର ୱାର୍ଲ୍ଡମିଟର ସମେତ କେତକ ୱେବସାଇଟ ମୃତ୍ୟୁସଂଖ୍ୟା ୧ ଲକ୍ଷ ଟପିଥିବା ଦର୍ଶାଇଥିଲେ । ଗୁରୁବାର ଆମେରିକାର ଅଫିସିଆଲ୍ ଡାଟା ଜାରି କରୁଥିବା ହାପକିନ୍ସ ୟୁନିଭରସିଟି ଏହା ଦର୍ଶାଇଛି । ବିଗତ ୪୪ ବର୍ଷ ମଧ୍ୟରେ କୋରିଆ, ଭିଏତନାମ, ଇରାକ୍ ଓ ଆଫଗାନିସ୍ତାନରେ ବହୁତ ଯୁଦ୍ଧ ଲଢ଼ିଛି । କିନ୍ତୁ, କରୋନାରେ ମାତ୍ର ୩ ମାସରେ ତା’ଠାରୁ ଅଧିକ ମୃତ୍ୟୁ ହୋଇଛି ।

ବୁଧବାର ଆମେରିକାରେ କରୋନା ସଂକ୍ରମଣର ୨୦ ହଜାରରୁ ଅଧିକ ମାମଲା ଆସିଥିବା ବେଳେ ୧୫୦୦ ଜଣଙ୍କ ମୃତ୍ୟୁ ହୋଇଛି । ଟ୍ରମ୍ପ କରୋନାକୁ ଚୀନ୍ ଭାଇରସ କହି ଲଗାତାର ଚୀନ ଉପରେ ଆକ୍ରମଣ କରୁଛନ୍ତି । ଅନ୍ୟପଟେ ଆମେରିକୀୟ ବୈଜ୍ଞାନିକ ଦେଶର କରୋନା ନୀତିରେ ବାରମ୍ବାର ପରିବର୍ତ୍ତନ ଉପରେ ପ୍ରଶ୍ନ କରୁଛନ୍ତି । ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା କରୋନା ଦ୍ୱାରା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି ।

କରୋନା ଆମେରିକାରେ ୧ ଲକ୍ଷରୁ ଅଧିକ ଜୀବନ ନେଇଥିବା ବେଲେ ଜୁଲାଇ ୪ରେ ସ୍ୱତନ୍ତ୍ରତା ଦିବସ ସମାରୋହ ପାଳନ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଦ୍ଧପରିକର ଅଛନ୍ତି ।

୨୪ ଘଣ୍ଟାରେ ରାଜ୍ୟରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ,୧୪ଶହ ଟପିଲା ରୋଗୀଙ୍କ ସଂଖ୍ୟା

Leave a Reply