ଆଜିଠାରୁ କେଉଁଠାକୁ ଚାଲିଲା ଟ୍ରେନ୍ ? କିଏ ଟ୍ରେନରେ ଯାତ୍ରା କରିପାରିବେ ?

1 min read

ନୂଆଦିଲ୍ଲୀ: କେନ୍ଦ୍ର ସରକାର କରୋନା ଭାଇରସ ଲକଡାଉନ୍ କାରଣରୁ ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ନିଜ ରାଜ୍ୟରେ ପହଂଚାଇବା ପାଇଁ ଆଜିଠାରୁ ଶ୍ରମିକ ସ୍ପେଶାଲ ଟ୍ରେନ ସଂଚାଳନ ଅନୁମତି ଦେଇଛନ୍ତି । ଏହି ଟ୍ରେନ୍ ଦ୍ୱାରା ଅନ୍ୟ ରାଜ୍ୟରେ ଅଟକି ରହିଥିବା ଛାତ୍ର ଓ ଶ୍ରମିକ ନିଜ ରାଜ୍ୟକୁ ଫେରି ପାରିବେ । ଏହି କ୍ରମରେ ପ୍ରଥମ ଟ୍ରେନ୍ ତେଲେଙ୍ଗାନାରୁ ଝାଡଖଣ୍ଡ ଯାତ୍ରା କରିଛି ।

କାହାକୁ ମିଳିବ ଯାତ୍ରା ଅନୁମତି ?

କେବଳ ସେହି ଯାତ୍ରୀ ଏହି ସବୁ ଟ୍ରେନରେ ଯାତ୍ରା କରିପାରିବେ ଯେଉଁମାନେ କାଶ,ଥଣ୍ଡା କିମ୍ବା ଜ୍ୱର ଦ୍ୱାରା ପୀଡିତ ନଥିବେ । ଯେଉଁ ରାଜ୍ୟରୁ ଶ୍ରମିକ ଯାତ୍ରା ଆରମ୍ଭ କରିବେ ସେହି ରାଜ୍ୟ ସାମାଜିକ ଦୂରତାକୁ କଡାକଡି ଭାବେ ଲାଗୁ କରିବେ । ସାନିଟାଇଜ୍ କରାଯାଇଥିବା ବସରେ ଷ୍ଟେଶନକୁ ଯାତ୍ରୀଙ୍କୁ ନେବା ମଧ୍ୟ ସେହି ରାଜ୍ୟର ଦାୟୀତ୍ୱ ହେବ । ଗନ୍ତବ୍ୟସ୍ଥଳୀରେ ପହଂଚିବା ପରେ ସେଠାକାର ରାଜ୍ୟ ସରକାର ଯାତ୍ରୀଙ୍କ ଦାୟୀତ୍ୱ ନେବେ ।

୧ ମେ’ରୁ ଏହି ସବୁ ସ୍ଥାନରୁ ଆରମ୍ଭ ହେଉଛି ଟ୍ରେନ..

ଲିଙ୍ଗମପଲ୍ଲୀରୁ ହଟିଆ- ଶ୍ରମିକ ସ୍ପେଶାଲ ଟ୍ରେନ୍ ତେଲେଙ୍ଗାନାର ରାଜ୍ୟର ହାଇଦ୍ରାବାଦର ଲିଙ୍ଗମପଲ୍ଲୀରୁ ଝାଡଖଣ୍ଡର ହଟିଆ ରେଳ ଷ୍ଟେଶନ ପର୍ଯ୍ୟନ୍ତ ଯାତ୍ରା କରିବ । ଏହି ଟ୍ରେନ୍ ଆଜି ଯାତ୍ରା ଆରମ୍ଭ କରିଛି ।

ଅଲୁବାରୁ ଭୁବେନେଶ୍ୱର- କେରଳର କୋଚ୍ଚି ନିକଟସ୍ଥ ଅଲୁବା ଷ୍ଟେଶନରୁ ଆଜି ଓଡ଼ିଶା ଅଭିମୁଖେ ଏକ ଟ୍ରେନ୍ ଯାତ୍ରା ଆରମ୍ଭ କରିବ । ଏହି ଟ୍ରେନରେ ଓଡ଼ିଶାର ଶ୍ରମିକ କେରଳରୁ ନିଜ ରାଜ୍ୟକୁ ଫେରିବେ ।

ସେହିଭଳି ନାସିକରୁ ଭୋପାଳ ଓ ନାସିକରୁ ଲକ୍ଷ୍ନୌ,ଜୟପୁରରୁ ପାଟନା ଓ କୋଟାରୁ ହଟିଆ ମଧ୍ୟରେ ସ୍ପେଶାଲ ଟ୍ରେନ୍ ଚାଲିବ ।

Leave a Reply