ପ୍ରେମ ଜାଲରେ ଫସାଇ ଲୁଟିନେଲେ ୫ ଲକ୍ଷ ଟଙ୍କା

1 min read

ରାଉରକେଲା: ରାଉରକେଲା ସହରରେ ହନିଟ୍ରାପରେ ଫସିଲେ ଠିକାଦାର । ପ୍ରେମ ଜାଲରେ ଫସାଇ ଦେଇ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା । ଏନେଇ ସେକ୍ଟର-୩ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ସମ୍ପୃକ୍ତ ମହିଳାଙ୍କ ସମେତ ଅନ୍ୟ ତିନି ଜଣଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି । ମହିଳାଙ୍କ ନିକଟରୁ ତିନୋଟି ଚେକ୍, ଗୋଟିଏ ଏଗ୍ରିମେଣ୍ଟ କପି ଓ ମୋବାଇଲ ଫୋନ୍ ପୋଲିସ ଜବତ କରିଛି ।

Contractor Alleged Women Cheating 5 Lakhs With 3 Others

ସୂଚନା ଅନୁସାରେ ମହିଳା ଜଣକ ସ୍ବଚ୍ଛଳ ବର୍ଗର ଯୁବକମାନଙ୍କ ସହ ପ୍ରଥମେ ବନ୍ଧୁତା କରିଥାନ୍ତି । ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଦ୍ବାରା ଆରମ୍ଭ କରିଥାନ୍ତି ବ୍ଲାକ ମେଲିଂ । ଅସାମାଜିକ ଯୁବକଙ୍କୁ ଲଗାଇ ମାଡ଼ ମାରିବା ସହ ଚେକ୍ ଓ କୋର୍ଟ ପେପରରେ ଦସ୍ତଖତ ନେଇ ଯାଉଥିବା ଅଭିଯୋଗ ହୋଇଛି । ସେକ୍ଟର-୪ ଏ ବ୍ଲକ ଅଞ୍ଚଳରେ ରହୁଥିବା ମହିଳାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଠିକାଦାର ।

Contractor Alleged Women Cheating 5 Lakhs With 3 Others

ଏନେଇ ଗତ ୨୦୨୦ ମସିହା ନଭେମ୍ବର ୨୬ ତାରିଖରେ ଅଭିଯୋଗ ହୋଇଥିଲା । ଗତ ପାଞ୍ଚ ବର୍ଷ ଧରି ମହିଳା ଜଣଙ୍କ ଠିକାଦାରଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରେମ ଜାଲରେ ଫସାଇ ବିଭିନ୍ନ ସମୟରେ ପାଞ୍ଚ ଲକ୍ଷରୁ ଅଧିକ ଟଙ୍କା ଠକେଇ କରି ନେଇଥିବା ଅଭିଯୋଗ ହୋଇଛି ।

Leave a Reply