ଦେଶବ୍ୟାପୀ ‘ଲୋକତନ୍ତ୍ର ବଞ୍ଚାଅ’ ଆନ୍ଦୋଳନ କରିବ କଂଗ୍ରେସ

ଜୟପୁର: ରାଜସ୍ଥାନ ରାଜନୈତିକ ନାଟକ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ସଚିନ ପାଇଲଟଙ୍କ ବିଦ୍ରୋହ କାରଣରୁ ରାଜସ୍ଥାନରେ କ୍ଷମତା ସଂକଟରେ ଫସିଥିବା କଂଗ୍ରେସ ବିକ୍ଷୋଭ ଚେତାବନୀ ଦେଇଛି । ସୋମବାର ଠାରୁ ବିଜେପି ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ । ବିଜେପି ଜାଣିଶୁଣି ଏପରି କରୁଥିବା ଅଭିଯୋଗ କରି କଂଗ୍ରେସ ଲୋକତନ୍ତ୍ର ବଞ୍ଚାଅ, ସମ୍ବିଧାନ ବଞ୍ଚାଅ ଦାବିରେ ବିକ୍ଷେଭ କରିବ ।

Pilot Vs Gehlot: After SC Clears Way, All Eyes on Rajasthan High ...

ଏହି ରାଜନୈତିକ ଲଢେଇ ଏବେ ସୁପ୍ରିମକୋର୍ଟରେ ଅଛି । ସୋମବାର ଏନେଇ ଚୂଡ଼ାନ୍ତ ରାୟ ଶୁଣାଇବେ ସର୍ବୋଚ୍ଚ ଅଦାଲତ । ଏପଟେ ସରକାର ଭାଙ୍ଗିବା ଭୟରେ କଂଗ୍ରେସ ବାରମ୍ବାର ବିଧାନସଭା ଅଧିବେଶନ କରିବାକୁ ଚାହୁଁଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଓ ରାଜ୍ୟପାଳ କଲରାଜ ମିଶ୍ରଙ୍କ ମଧ୍ୟରେ ଏନେଇ ତୁତୁ ମେମେ ଜାରି ରହିଛି । ୩୧ ତାରିଖ ସୁଦ୍ଧା ବିଧାନସଭା କରିବା ଦାବି କରି ଚାପ ପକାଇବାକୁ ରାଜଭବନ ଆଗରେ ଧାରଣା ଦେଇଥିଲେ ଗେହେଲଟ ସମର୍ଥକ ।

File photo of Rajasthan Governor Kalraj Mishra with CM Ashok Gehlot (right) | ANI

ତେବେ କାହା ଉପରେ ଚାପ ପକାଯାଇ ରାଜନୈତିକ ସ୍ୱାର୍ଥ ହାସଲ କରି ହୁଏ ନାହିଁ ବୋଲି କହିଛନ୍ତି ରାଜ୍ୟପାଳ କଲରାଜ ମିଶ୍ର । ସେପେଟେ ସରକାର ବଞ୍ଚାଇବାକୁ ମୁଖ୍ୟମନ୍ତ୍ର ଅଶୋକ ଗେହେଲଟ ମନ୍ତ୍ରୀ ପରିଷଦ ବୈଠକ ଡାକିଥିଲେ । ଏଥିରେ ପାଇଲଟ ଟିମକୁ ଫେଲ କରିବାକୁ ଆଲୋଚନା ହୋଇଥିଲା । ଦରକାର ପଡିଲେ ରାଷ୍ଟ୍ରପତିଙ୍କ ପାଖକୁ ଯିବେ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ କହିଛନ୍ତି ।

Leave a Reply