CAG Report On Rafale: ନିର୍ମାତା ପୂରଣ କରିନାହାଁନ୍ତି ପ୍ରତିଶ୍ରୁତି, ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ରାଫେଲକୁ ନେଇ ପ୍ରତିରକ୍ଷା ମନ୍ତ୍ରାଳୟକୁ ନିନ୍ଦା କରିଛନ୍ତି ସିଏଜି । ଦାସୋଲ୍ଟ ଏଭିଏସନ୍ ସହ ଭାରତ ସରକାର କରିଥିବା ଚୁକ୍ତିକୁ ଠିକ୍ ଭାବେ ପାଳନ କରାଯାଇନାହିଁ । ଏଥିସହ ଡିଆରଡିଓ ସହ କରିଥିବା ଚୁକ୍ତିକୁ ମାନିବାରେ ମଧ୍ୟ ଦାସୋଲ୍ଟ ଏଭିଏସନ ବିଳମ୍ବ କରିଛି । ସର୍ତ୍ତ ଅନୁସାରେ କୌଣସି ବିଦେଶୀ କମ୍ପାନୀ ସରକାରଙ୍କ ଆର୍ଥିକ ଚୁକ୍ତି କଲେ ସେଥିରୁ କିଛି ଭାଗ ପ୍ରତ୍ୟକ୍ଷ ନିବେଶ ମାଧ୍ୟମରେ ଭାରତ ଆସିବା କଥା । ଯେଉଁଥିରେ ଟେକ୍ନୋଲୋଜି ଟ୍ରାନ୍ସଫର, ରୋଜଗାର ସୃଷ୍ଟି କରିବା ଭଳି ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ରହିଛି ।

Congress Questions To Modi Sarkaar On CAG Report For Rafale Fighter Jets

୩୬ଟି ରାଫେଲ ପାଇଁ କେନ୍ଦ୍ର ସରକାର ଚୁକ୍ତି କରିଥିବା ବେଳେ ତାର ପ୍ରତିବଦଳରେ ୪ଟି ପ୍ରସ୍ତାବ ଉପରେ ଦାସୋଲ୍ଟ ଏଭିଏସନ ଭାରତକୁ ସହଯୋଗ କରିବ ବୋଲି ସହମତି ହୋଇଥିଲା । ଏଥିସହ ଭାରତରେ ତିଆରି ହେଉଥିବା ଯୁଦ୍ଧାସ୍ତ୍ରରେ ବ୍ୟବହାର ହେଉଥିବା ଇଞ୍ଜିନ୍ ମଧ୍ୟ କମ୍ପାନୀ ପକ୍ଷରୁ ତିଆରି ହୋଇଥାନ୍ତା । କିନ୍ତୁ ଏହି ସବୁ ସର୍ତ୍ତକୁ ପାଳନ କରିବାରେ ଅନେକ ବିଳମ୍ବ କରାଯାଉଛି । ତେବେ କରୋନା ଯୋଗୁଁ ଏହି ବିଳମ୍ବ ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

Congress Questions To Modi Sarkaar On CAG Report For Rafale Fighter Jets

ସିଏଜିଙ୍କ ରିପୋର୍ଟ ଉପସ୍ଥାପନ ପରେ କଂଗ୍ରେସ ମୁଖପାତ୍ର ସୁରେଜ ୱାଲା କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସିଏଜିଙ୍କ ନୂଆ ରିପୋର୍ଟ ପ୍ରକାରେ ଟେକ୍ନୋଲଜି ଟ୍ରାନ୍ସଫରକୁ ରାଫେସ ଅଫସେଟରୁ ହଟାଇ ଦିଆଯାଇଛି । ପ୍ରଥମ ‘ମେକ୍ ଇନ୍ ଇଣ୍ଡିଆ’ ‘ମେକ୍ ଇନ୍ ଫ୍ରାନ୍ସ’ ହୋଇଯାଇଛି । ଏବେ ଡିଆରଡିଓକୁ ଟେକନିକ ହସ୍ତାନ୍ତ ହେବ ନାହିଁ । କିନ୍ତୁ ମୋଦି ଜୀ କହିବେ ସବୁ ଠିକ୍ ଅଛି ।

Leave a Reply