ରାସ୍ତାକୁ ଓହ୍ଲାଇଲା କଂଗ୍ରେସ: ଦରବୃଦ୍ଧିରୁ ନଓହରିଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ନେଇ ଚେତାବନୀ

1 min read
Congress To Protest In District Wise Against Fuel Price Hike

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ । ୨୧ ଦିନ ଧରି ଲଗାତର ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିର କଂଗ୍ରେସ ପ୍ରତିବାଦ କରିବା ସହ ଲୋକଙ୍କ ମତାମତ ସଂଗ୍ରହ କରିଛି । ତୁରନ୍ତ କେନ୍ଦ୍ର ସରକାର ପେଟ୍ରୋଲ ଦରବୃଦ୍ଧିରୁ ନଓହରିଲେ ସାରା ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି କଂଗ୍ରେସ । ସେପଟେ କଂଗ୍ରେସର ଏପରି ଆନ୍ଦୋଳନକୁ ବିଜେପି ଅରାଜକତା ବୋଲି କହିଛି ।

ପେଟ୍ରୋଲ-ଡିଜେଲ ଦରରେ ନିଆଁ । ରାସ୍ତାକୁ ଓହ୍ଲାଇଲା କଂଗ୍ରେସ । ଜିଲ୍ଲାରୁ ରାଜଧାନୀ ସବୁଠି ପ୍ରତିବାଦ । ବିଜେପି କହିଲା ଏହା ଅରାଜକତା । ତୈଳଦର ବୃଦ୍ଧି ନେଇ କଂଗ୍ରେସର ପ୍ରତିବାଦ । ୨୧ ଦିନରେ ଡ଼ିଜେଲ ୧୧ଟଙ୍କା ଓ ପେଟ୍ରୋଲ ୯ଟଙ୍କା ବୃଦ୍ଧି ପରେ ରାଜରାସ୍ତାକୁ ଓହ୍ଲାଇଛି ଦଳ । ଦାବି, ତୁରନ୍ତ ପ୍ରତ୍ୟାହାର କର ବର୍ଦ୍ଧିତ ଦର ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଅନ୍ୟ ନେତାମାନେ ରାଜଭବନ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ଏହାସହ ପିସିସି ସଭାପତି ବାଟରେ ଯାଉଥିବା ଲୋକଙ୍କୁ ଭେଟି ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧି ନେଇ ମତ ସଂଗ୍ରହ କରିଥିଲେ । ଯଦି ଦର ପ୍ରତ୍ୟାହାର କରା ନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରିବାକୁ କଂଗ୍ରେସ ଚେତାବନୀ ଦେଇଛି ।

ସେପଟେ ତୈଳଦର ନେଇ କଂଗ୍ରେସର ଆନ୍ଦୋଳନକୁ ଅରାଜକତା ରାଜନୀତିର ଆଖ୍ୟା ଦେଇଛି ବିଜେପି । ଦଳ କହିଛି, ଅନ୍ତର୍ଜାତୀୟ ବଜାରରେ ତୈଳ ଦର ଅନୁସାରେ ଦେଶରେ ଦର ବୃଦ୍ଧି ଓ ହ୍ର।ସ ହେଉଛି ।

ତେଣୁ ଏହାକୁ ନେଇ କଂଗ୍ରେସ ରାଜନୀତି କରିବା ଅନୁଚିତ । ପେଟ୍ରୋଲ ଦର ଲିଟର ପିଛା ୮୦ ଟଙ୍କା ଟପିଥବା ବେଳେ ଡିଜେଲ ଦର ବି ସାମାନ ହେଲାଣି । ମହାମାରୀ ସମୟରେ ଦରବୃଦ୍ଧିକୁ ନେଇ ଜୋର ଧରିଛି ରାଜନୀତି ।

 

Leave a Reply